ଆସୁଛି କାର୍ତ୍ତିକ ପୂର୍ଣ୍ଣିମା; କାଗଜ ଡଙ୍ଗା ତିଆରିରେ ପ୍ରକାଶଙ୍କ ପରିବାର

ପିପିଲି,୩।୧୧(ସ୍ବ.ପ୍ର.): ଆଉ ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସହ ଲୋକେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରୁଛନ୍ତି। ହେଲେ କରୋନା ପାଇଁ ଗତ ୨ ବର୍ଷ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ସହ ଡଙ୍ଗା ଭସାଇବାରୁ ବଞ୍ଚତ୍ତ ଥିବାବେଳେ ଚଳିତବର୍ଷ କଟକଣା ନ ଥିବାରୁ ଏହାକୁ ନେଇ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଡଙ୍ଗାର ଚାହିଦା ରହୁଥିବାରୁ କାରିଗରମାନେ ଡଙ୍ଗା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଏଭଳି ଡଙ୍ଗା ପ୍ରସ୍ତୁତ କରୁଥିବା ଏକ ପରିବାର ହେଉଛନ୍ତି ପୁରୀ ଜିଲା ପିପିଲି ବ୍ଲକ ଓରକଳ ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମର ପ୍ରକାଶ ସ୍ବାଇଁ ଓ ତାଙ୍କ ପରିବାର। ପ୍ରକାଶ ଓ ତାଙ୍କ ପରିବାର ବିଭିନ୍ନ ରଙ୍ଗବେରଙ୍ଗ କାଗଜ ଓ ହାତତିଆରି ଡଙ୍ଗା ପ୍ରସ୍ତୁତ କରି ବିକ୍ରି କରନ୍ତି। ଗତ ଦୁଇ ବର୍ଷ ପରେ ଡଙ୍ଗା ଭସାଇବା ଉପରେ କଟକଣା କୋହଳ ହୋଇଥିବା ବେଳେ ଏବର୍ଷ ଡଙ୍ଗା ବିକ୍ରିରେ ଭଲ ରୋଜଗାରର ଆଶା ରଖିଛନ୍ତି ପ୍ରକାଶ।

କାହିଁ କେଉଁକାଳରୁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାର ପରମ୍ପରା ରହି ଆସିଛି। ତେଣୁ ଆଧୁନିକ ଯୁଗରେ ଚାଇନା ପ୍ରସ୍ତୁତ ଡଙ୍ଗା ମାର୍କେଟରେ ବିକ୍ରି କରାଯାଉଥିଲେ ବି ଏବେ ମଧ୍ୟ ହାତତିଆରି କାଗଜ ଡଙ୍ଗାର ଚାହିଦା ରହିଛି। ଏଥିପାଇଁ ବର୍ଷ ବର୍ଷ ଧରି କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କାଗଜ ଡଙ୍ଗା ପ୍ରସ୍ତୁତ କରିଥାନ୍ତି ପ୍ରକାଶ ଓ ତାଙ୍କ ପରିବାର। ପ୍ରକାଶ ପେସାରେ ଜଣେ ଡ୍ରାଇଭର ହୋଇଥିବା ବେଳେ ପ୍ରାୟ ୧୫ବର୍ଷ ଧରି ଡଙ୍ଗା ପ୍ରସ୍ତୁତି କାର୍ଯ୍ୟରେ ନିଜକୁ ଓ ନିଜ ପରିବାରକୁ ଲଗାଇଛନ୍ତି। ଘରର ସମସ୍ତ କାର୍ଯ୍ୟ ସାରିବା ପରେ ଅବଶିଷ୍ଟ ସମୟରେ ଡଙ୍ଗା ନିର୍ମାଣରେ ପରିବାରର ସମସ୍ତ ମହିଳା ଲାଗିପଡନ୍ତି। ଏମାନେ ଡଙ୍ଗା ପାଇଁ ସୋଲ, ପେଟି ଓ ରଙ୍ଗିନ କାଗଜ ବ୍ୟବହାର କରି ବେଶ ଦୁଇ ପଇସା ଉପାର୍ଜନ କରିଥାନ୍ତି। ୫ ଟଙ୍କାରୁ ଆରମ୍ଭ କରି ୧୦୦ଟଙ୍କା ପର୍ଯ୍ୟନ୍ତ କାଗଜ ଡଙ୍ଗାର ମୂଲ୍ୟ ରହିଥିଲା ବେଳେ ସାନଠାରୁ ବଡ଼ ଡଙ୍ଗା ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନର ଡଙ୍ଗା ତିଆରି କରନ୍ତି। ଏହି କାଗଜ ଡଙ୍ଗା ପ୍ରସ୍ତୁତରେ ତାଙ୍କ ପରିବାର ଲୋକେ ସହଯୋଗ କରି ଆସୁଥିବା ବେଳେ ଭଲ ଦୁଇପଇସା ରୋଜଗାର କରିପାରୁଥିବା କହିଛନ୍ତି ସମସ୍ତେ। ସେପଟେ ଡଙ୍ଗା ତିଆରି ସରିବା ମାତ୍ରେ ଖବରପାଇ ଏହାକୁ ନେବା ପାଇଁ ପ୍ରକାଶଙ୍କ ଘରକୁ ଛୁଟି ଆସନ୍ତି ବ୍ୟବସାୟୀ। ପ୍ରକାଶଙ୍କ ହାତତିଆରି କାଗଜ ଡଙ୍ଗାର ବେଶ୍‌ ଚାହିଦା ବଜାରରେ ରହିଥିବା ବେପାରୀ କହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରକୁ ଏହି ଡଙ୍ଗା ବିକ୍ରି ପାଇଁ ଯାଉଥିବା ମଧ୍ୟ ଡଙ୍ଗା ବ୍ୟବସାୟୀ କହିଛନ୍ତି। ଏହି କୁଟୀର ଶିଳ୍ପ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇଦେଲେ ଏହିଭଳି କ୍ଷୁଦ୍ର କୁଟୀର ଶିଳ୍ପର ବିକାଶ ହୋଇପାରିବ ବୋଲି ଆଶା ରଖିଛନ୍ତି ଉଭୟ କାରିଗର ଓ ବ୍ୟବସାୟୀ। ଅନେକ ପର୍ବପର୍ବାଣି ସମୟରେ ଲୋକେ ବିଦେଶୀ ସାମଗ୍ରୀକୁ ଆପଣାଉଥିବା ବେଳେ ବିଶେଷକରି କାର୍ତ୍ତିକ ପୂର୍ଣ୍ଣିମା ସମୟରେ କିନ୍ତୁ ବଜାରରେ ପ୍ରକାଶଙ୍କ ହାତତିଆରି ଦେଶୀ ଡଙ୍ଗାର ବେଶ୍‌ ଚାହିଦା ରହିଥାଏ ା ଯାହାକୁ ନେଇ ପ୍ରକାଶଙ୍କ ପରିବାର ବେଶ ଉତ୍ସାହିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?