କ୍ରିକେଟରଙ୍କ ବାୟୋପିକରେ କାମ କିରିବାକୁ ଚାହୁଁଛନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏମିତି ଜଣେ କଳାକାର ଯାହାର ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ଏହି ଅଭିନେତା ଖୁ୍‌ବ୍ କମ୍ ଫିଲ୍ମରେ ଅଭିନୟ କରିଥିଲେ ବି ଦର୍ଶକଙ୍କର ଖୁବ୍ ନିକଟତର ହୋଇ ପାରିଛନ୍ତି । ୨୦୨୧ରେ ତାଙ୍କ ଫିଲ୍ମ କ୍ୟାରିୟର ଆଉ ପାଦେ ଆଗକୁ ଯାଇଛି । ଫିଲ୍ମ ଧମାକା ସହ ସେ ଓଟିଟି ପ୍ଲଟଫର୍ମରେ ଡେବ୍ୟୁ କରି ସମସ୍ତଙ୍କୁ ଇମ୍ପ୍ରେସ କରି ଦେଇଛନ୍ତି । ସେମିତି ୨୦୨୨ରେ ବି ସେ କିଛି ନୂଆ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ କାର୍ତ୍ତିକ ଏକ କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି । ତେବେ ସେ କେଉଁ କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ପସନ୍ଦ କରିବେ ବୋଲି ପ୍ରଶ୍ନ କରାଯିବାରୁ ତାଙ୍କର ଉତ୍ତର ଥିଲା ବିରାଟ କୋହଲି । ନିକଟରେ ଜଣେ କ୍ରିକେଟର ବେଶରେ କାର୍ତ୍ତିକ ଏକ ଫଟୋ ଶେୟାର କରିଥିଲେ । ଏହାକୁ ନେଇ ଆଲୋଚନା ହୋଇଥିଲା କି ସେ କୌଣସି କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି । ହେଲେ ଏହା ଫିଲ୍ମ ନୁହେଁ ବରଂ ଏକ ବିଜ୍ଞାପନ ଥିଲା ବୋଲି ପରେ କାର୍ତ୍ତିକ କହିଥିଲେ । ଏବେ ସାକ୍ଷାତ୍‌କାରରେ ଏହା ବି ସ୍ପଷ୍ଟ ହୋଇଛି କି ବିରାଟ କୋହଲି ହେଉଛନ୍ତି କାର୍ତ୍ତିକଙ୍କର ପ୍ରିୟ କ୍ରିକେଟର । ଯଦି ଭବିଷ୍ୟତରେ ସୁଯୋଗ ମିଳିଲା ତେବେ ସେ ବିରାଟ କୋହଲିଙ୍କ କ୍ୟାରେକ୍ଟରରେ ଅଭିନୟ କରିପାରନ୍ତି । କାରଣ ପ୍ରଥମେ କାର୍ତ୍ତିକ ତାଙ୍କ ମନକଥା କହି ସାରିଛନ୍ତି । ଯଦି ଏହା ସତ ହେଲା ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ କାର୍ତ୍ତିକଙ୍କ ପାଇଁ ଜବରଦସ୍ତ ସାବ୍ୟସ୍ତ ହେବ । ଏବେ କାର୍ତ୍ତିକଙ୍କ ହାତରେ ‘ଶହଜାଦା’, ‘ଭୁଲ ଭୁଲେୟା ୨’, ‘ଫ୍ରିଡି’ ଓ ‘କ୍ୟାପଟେନ ଇଣ୍ଡିଆ’ ଭଳି ପ୍ରୋଜେକ୍ଟ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?