Posted inଖେଳ

୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ

ନୂଆଦିଲ୍ଲୀ,୨୩ା୫: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଉଇକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ ଖେଳି ବିଦାୟ ନେଇଛନ୍ତି କାର୍ତ୍ତିକ। ପ୍ରାୟ ଦୁଇ ଦଶନ୍ଧି ଧରି କାର୍ତ୍ତିକ କ୍ରିକେଟ ଖେଳିଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ଛାୟାରେ ଲୁଚି ଯାଇଥିଲେ।

୩୮ ବର୍ଷୀୟ କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। କ୍ରିକେଟ ଛାଡି କମେଣ୍ଟ୍ରି କରୁଥିବା କାର୍ତ୍ତିକ ନିଜକୁ ବିଶ୍ୱକପ ଦଳ ଦୌଡରେ ସାମିଲ କରିବା ପାଇଁ ଆଇପିଏଲ ଖେଳିଥିଲେ। ତେବେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ପରେ କାର୍ତ୍ତିକ ନିଜ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ପରେ ବେଙ୍ଗାଲୁରୁ ଖେଳାଳି ଗାର୍ଡ ଅଫ୍‌ ଅନର ଦେଇଥିବା ବେଳେ ଦର୍ଶକଙ୍କ ଆଡକୁ ଗ୍ଲୋଭ ହଲାଇଥିଲେ ଭାବବିହ୍ବଳ କାର୍ତ୍ତିକ। ୧୭ ସିଜନ ଆଇପିଏଲରେ ସେ ୪୮୪୨ ରନ୍‌ ସ୍କୋର କରିଛନ୍ତି। ଏହା ବ୍ୟତୀତ ସେ ୧୪୫ କ୍ୟାଚ୍‌, ୩୭ ଷ୍ଟମ୍ପିଂ ଓ ୧୫ଟି ରନ୍‌ ଆଉଟ କରିଛନ୍ତି।

ଆଇପିଏଲ କ୍ୟାରିୟର ଶେଷ ହୋଇଥିବା ବେଳେ ସେ ପୁନର୍ବାର କମେଣ୍ଟ୍ରିକୁ ଫେରି ପାରନ୍ତି କିମ୍ବା କୌଣସି ବିଦେଶୀ ଲିଗ୍‌ରେ ସାମିଲ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍କଟ୍‌ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ

ଗ୍ରସ୍‌ ଆଇଲେଟ୍‌,୧୫ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ସ୍କଟ୍‌ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।...

ଟି-୨୦ ବିଶ୍ୱକପର ସୁପର୍‌-୮ରେ କାହାକୁ ଭେଟିବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ

ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮...

ଇତିହାସ ରଚିବାକୁ ଯାଉଛନ୍ତି ହିଟ୍‌ମ୍ୟାନ୍‌: ଟି-୨୦ରେ ଏମିତି ହାସଲ କରିବାରେ ହେବେ ପ୍ରଥମ ବ୍ୟାଟ୍ସମ୍ୟାନ୍‌

ନ୍ୟୁୟର୍କ,୧୬।୬: ଭାରତୀୟ ଦଳ ଆଫଗାନିସ୍ତାନ ସହିତ ଜୁନ ୨୦ରେ ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ରାଉଣ୍ଡରେ ଖେଳିବ। ସୁପର ୮ ରାଉଣ୍ଡରେ ଭାରତକୁ ତିନୋଟି...

ରାହୁଲ ଦ୍ରାଭିଡଙ୍କ ସ୍ଥାନ ନେବେ ଗୌତମ ଗମ୍ଭିର…ହେବେ ଟିମ ଇଣ୍ଡିଆର ନୂଆ ହେଡ କୋଚ! ଜାଣନ୍ତୁ କେବେ ହେବ ଘୋଷଣା

ନୂଆଦିଲ୍ଲୀ,୧୬।୬: ଟି -୨୦ ବିଶ୍ୱକପ ୨୦୨୪ ଶେଷ ହେବାକୁ ଯାଉଛି। ଭାରତର ନୂତନ କୋଚ ସମ୍ପର୍କରେ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନର ପ୍ରଶିକ୍ଷକ...

ଟି-୨୦ ବିଶ଼୍ବକପ୍‌: ପାକିସ୍ତାନ ବିଦା ହେବାକୁ ନେଇ ଆଇସିସି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍‌ରେ ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ପାଦଦେଶରେ ଛିଡ଼ା ହୋଇଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍‌ରେ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଏଣ୍ଟ୍ରି ମାରିଲେ ୭ଟିମ୍‌, ୮ ନମ଼୍ବରରେ କିଏ?

ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍‌ ୨୦୨୪ରେ ସୁପର ୮ ପାଇଁ ୭ଟି ଟିମ୍‌ ସ୍ଥାନ ପକ୍କା କରିଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକା, ଭାରତ, ୱେଷ୍ଟ-ଇଣ୍ଡିଜ୍‌, ଇଂଲଣ୍ଡ,...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

ନୂଆଦିଲ୍ଲୀ, ୧୬।୬: ରବିବାର ୩ ମ୍ୟାଚ୍‌ ସିରିଜ୍‌ ବିଶିଷ୍ଟ ୱାନ୍‌ଡେ ଇଣ୍ଟରନ୍ୟାସନାଲର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରର ଏମ୍‌ ଚିନ୍ନାସ଼୍ବାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri