Posted inଖେଳ

୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ

ନୂଆଦିଲ୍ଲୀ,୨୩ା୫: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଉଇକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ ଖେଳି ବିଦାୟ ନେଇଛନ୍ତି କାର୍ତ୍ତିକ। ପ୍ରାୟ ଦୁଇ ଦଶନ୍ଧି ଧରି କାର୍ତ୍ତିକ କ୍ରିକେଟ ଖେଳିଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ଛାୟାରେ ଲୁଚି ଯାଇଥିଲେ।

୩୮ ବର୍ଷୀୟ କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। କ୍ରିକେଟ ଛାଡି କମେଣ୍ଟ୍ରି କରୁଥିବା କାର୍ତ୍ତିକ ନିଜକୁ ବିଶ୍ୱକପ ଦଳ ଦୌଡରେ ସାମିଲ କରିବା ପାଇଁ ଆଇପିଏଲ ଖେଳିଥିଲେ। ତେବେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ପରେ କାର୍ତ୍ତିକ ନିଜ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ପରେ ବେଙ୍ଗାଲୁରୁ ଖେଳାଳି ଗାର୍ଡ ଅଫ୍‌ ଅନର ଦେଇଥିବା ବେଳେ ଦର୍ଶକଙ୍କ ଆଡକୁ ଗ୍ଲୋଭ ହଲାଇଥିଲେ ଭାବବିହ୍ବଳ କାର୍ତ୍ତିକ। ୧୭ ସିଜନ ଆଇପିଏଲରେ ସେ ୪୮୪୨ ରନ୍‌ ସ୍କୋର କରିଛନ୍ତି। ଏହା ବ୍ୟତୀତ ସେ ୧୪୫ କ୍ୟାଚ୍‌, ୩୭ ଷ୍ଟମ୍ପିଂ ଓ ୧୫ଟି ରନ୍‌ ଆଉଟ କରିଛନ୍ତି।

ଆଇପିଏଲ କ୍ୟାରିୟର ଶେଷ ହୋଇଥିବା ବେଳେ ସେ ପୁନର୍ବାର କମେଣ୍ଟ୍ରିକୁ ଫେରି ପାରନ୍ତି କିମ୍ବା କୌଣସି ବିଦେଶୀ ଲିଗ୍‌ରେ ସାମିଲ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?