Posted inଖେଳ

ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…

ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ସେ ଅନେକ ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏବେ ପନ୍ତ ଇଂଲଣ୍ଡ ଗସ୍ତରେ ଥିବା ବେଳେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ଥିବା ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ କହିଛନ୍ତି। ଏହାଛଡ଼ା ଭବିଷ୍ୟବାଣୀ କରି ପନ୍ତ ଭାରତ ପାଇଁ ୧୦୦ ଟେଷ୍ଟ ଖେଳିବେ ବୋଲି ସେ କହିଛନ୍ତି।

ସ୍ପୋଟ୍ସ ଟୁଡେ ସହ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି, ମୋତେ ଲାଗୁଛି କିଛି ସମୟ ଧରି ଲୟରେ ଅଛନ୍ତି ପନ୍ତ। କିଛି ପ୍ରଶଂସନୀୟ ପାଳି ସେ ଖେଳିଛନ୍ତି। ବିଶ୍ୱକପ୍‌ ଫାଇନାଲ ହେଉ ଅଥବା ଆଇପିଏଲ୍‌ ଫାଇନାଲ। ଚାପରେ ଥାଇ ମଧ୍ୟ ସେ ଭଲ ଖେଳି ପାରନ୍ତି। ସେ ଏଭଳି ଜଣେ ଖେଳାଳି ଯିଏ ସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଥାନ୍ତି। ଏହି ଚିନ୍ତାଧାରା ଯୋଗୁ ସେ ଦଳକୁ ମ୍ୟାଚ୍‌ ଜିତାଇବାରେ ସହାୟତା କରିବା ଲାଗି ମଉକା ଖୋଜି ପାଇଥାନ୍ତି। ଏସବୁକୁ ଦେଖିଲେ ଭାରତୀୟ କ୍ରିକେଟର ସେ ଜଣେ ଅଭିନ୍ନ ଅଙ୍ଗ ହୋଇ ରହିବେ। ସେ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ନିଶ୍ଚିତ ଭାବେ ଜଣେ ହେବେ। ଏହାଛଡ଼ା ସେ ସୀମିତ ଓଭର କ୍ରିକେଟ ମଧ୍ୟ ଖେଳିବେ ବୋଲି କାର୍ତ୍ତିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ୟାମ୍ପରେ ଓଡ଼ିଶା ଏଚ୍‌ପିସିର ୪

ଭୁବନେଶ୍ୱର, ୨।୮(ତପନ ସ୍ବାଇଁ): ରାଉରକେଲାଠାରେ ଚଳିତ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ସବ୍‌ଜୁନିୟର ହକି ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ହକି...

ରୋହିତଙ୍କ ସର୍ଟରେ ଝୁମିଲେ ସାରା

ମୁମ୍ବାଇ,୧୮ ।୫: ଇଣ୍ଡିଆନ ପ୍ରମିୟର ଲିଗ(ଆଇପିଏଲ)୨୦୨୨ରେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଥିଲା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ...

ସୁପର୍‌-୪ରେ ଭାରତ

ପାଲେକେଲ୍‌,୫ା୯: ଚଳିତ ଏସିଆ କପ୍‌ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନେପାଳକୁ...

ଏହି ଖାସ୍‌ ବନ୍ଧୁଙ୍କ ପାଇଁ ଭାବପ୍ରବଣ ହେଲେ ଗାଙ୍ଗୁଲି

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସୌରଭ ଗାଙ୍ଗୁଲିଙ୍କୁ ଗୁରୁବାର କୋଲକାତାର ଉଡଲାଣ୍ଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ତାଙ୍କ...

ଦ୍ୱିଶତକ ପୂରଣ କଲେ ବିରାଟ କୋହଲି

ଦୁବାଇ,୨୫।୧୦: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ୍‌। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ...

ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେବେ ମାଲିଙ୍ଗା

କଲମ୍ବୋ, ୨୩ା୭ (ଏଏଫ୍‌ପି)-ଶ୍ରୀଲଙ୍କାର ଭେଟେରାନ ପେସ୍‌ ବୋଲର ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ବାଂଲାଦେଶ ବିପକ୍ଷରେ ଖେଳାଯିବାକୁଥିବା ୩ମ୍ୟାଚ ବିଶିଷ୍ଟ ସିରିଜ...

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ...

ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚଭରା ମ୍ୟାଚ୍‌ ଜିତିଲା ଇଣ୍ଡିଆ ଲିଜେଣ୍ଡ୍ସ

ରାୟପୁର,୨୨।୩ : ୨୦୧୧ ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଛି ଇଣ୍ଡିଆ। ତେବେ ଏହା ବିଶ୍ୱକପ୍‌ ନୁହେଁ, ଅନଏକାଡେମୀ ରୋଡ୍‌...

Advertisement
Archives

Model This Week