ମନପ୍ରୀତ୍‌ଙ୍କ ସମେତ ୫ ହକି ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ, ୮ା୮ (ପି.ଟି.)- ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି। ବେଙ୍ଗାଲୁରୁରେ ଏକ ଜାତୀୟ କ୍ୟାମ୍ପ ପୂର୍ବରୁ ଖେଳାଳିମାନଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ମନପ୍ରୀତଙ୍କ ବ୍ୟତୀତ ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଡିଫେଣ୍ଡର ସୁରେନ୍ଦର କୁମାର, ଜସକରନ ସିଂ, ଡ୍ରାଗ୍‌ ଫ୍ଲିକର ବରୁଣ କୁମାର ଏବଂ କ୍ରିଷନ ବାହାଦୁର ପାଠକ। ମନପ୍ରୀତ କହିଛନ୍ତି, ସେ ସାଇ କ୍ୟାମ୍ପସ୍‌ରେ ସେଲ୍‌ଫ କ୍ୱାରାଣ୍ଟାଇନ୍‌ରେ ଥିଲେ। ପରିସ୍ଥିତିକୁ ସାଇ କର୍ତ୍ତୃପକ୍ଷ ଯେପରି ଭାବେ ହାତେଇଲେ ସେଥିରେ ସେ ଖୁସି। ଖୁବ୍‌ଶୀଘ୍ର ସୁସ୍ଥ ହେବେ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି। ମାସେ ଛୁଟି ପରେ ବେଙ୍ଗାଲୁରୁସ୍ଥିତ ଜାତୀୟ ହକି କ୍ୟାମ୍ପକୁ ଫେରିବା ପରେ ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ପୂର୍ବରୁ ଭାଇରସ୍‌ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କରାଯିବାରୁ ଖେଳାଳିମାନେ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଦୁଇମାସରୁ ଅଧିକ ସମୟ ଧରି ଅଟକି ରହିଥିଲେ। ସାଇ ତରଫରୁ ସେଣ୍ଟରରେ ଟ୍ରେନିଂ ଆରମ୍ଭ ପୂର୍ବରୁ ଖେଳାଳିମାନଙ୍କ ଲାଗି କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି। କରୋନାରେ ସଂକ୍ରମିତ ଏହି ସମସ୍ତ ଖେଳାଳି ନିଜ ଘରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ସମୟରେ ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।
କ୍ୟାମ୍ପ୍‌କୁ ଫେରିବା ବେଳେ ସେମାନଙ୍କର ପ୍ରଥମେ କୋଭିଡ୍‌-୧୯ ରାପିଡ୍‌ ଟେଷ୍ଟ ହୋଇଥାଏ। ରାପିଡ୍‌ ଟେଷ୍ଟରେ ଏହି ସମସ୍ତ ୫ ଜଣ ଖେଳାଳିଙ୍କର ନେଗେଟିଭ୍‌ ଆସିଥିଲା। କିନ୍ତୁ ମନପ୍ରୀତ ଓ ସୁରେନ୍ଦରଙ୍କଠାରେ କୋଭିଡ୍‌-୧୯ର କିଛି ଲକ୍ଷଣ ଦେଖିବାକୁ ମଳିଥିଲା। ସେମାନେ ଅନ୍ୟ ଯେଉଁ ୧୦ ଜଣ ଖେଳାଳିଙ୍କ ସହ ମିଳିତ ଭାବେ ଯାତ୍ରା କରିଥିଲେ ସେମାନଙ୍କର ଗୁରୁବାର କ୍ୱାଣ୍ଟିଟେଟିଭ୍‌ ଆରଟି-ପିସିଆର୍‌ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଉକ୍ତ ୫ଜଣଙ୍କର ପଜିଟିଭ ଆସିଥିଲା। ଟେଷ୍ଟ ଫଳାଫଳ ଯଦିଓ ଏପର୍ଯ୍ୟନ୍ତ ସାଇକୁ ହସ୍ତାନ୍ତର କରାଯାଇ ନାହିଁ ରାଜ୍ୟ ସରକାର କିନ୍ତୁ ସାଇ କର୍ତ୍ତୃପକ୍ଷଙ୍କୁ ଫଳାଫଳ ଜଣାଇ ଦିଆଯାଇ ଥିବା ସାଇ ପକ୍ଷରୁ କୁହାଯାଇଛି। ପୁନଶ୍ଚ ଅନ୍ୟ କେତେଜଣ ଖେଳାଳିଙ୍କ ଟେଷ୍ଟ ଫଳାଫଳକୁ ଅପେକ୍ଷା କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମନପ୍ରୀତଙ୍କ ସମେତ ଯେଉଁ ସମସ୍ତ ଖେଳାଳି କ୍ୟାମ୍ପରେ ରିପୋର୍ଟ କରିଥିଲେ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍‌ ଅନୁସାରେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଥିଲା। କ୍ୱାରାଣ୍ଟାଇନ୍‌ରେ ରହିଥିବା ଖେଳାଳିମାନଙ୍କୁ ଯେଉଁମାନେ ପୂର୍ବରୁ କ୍ୟାମ୍ପରେ ଉପସ୍ଥିତ ଥିଲେ ସେମାନଙ୍କ ସହିତ କଥାବାର୍ତ୍ତା ପାଇଁ ମନା ଥିଲା। କ୍ୟାମ୍ପସରେ ରାଜ୍ୟ ସରକାର ଏବଂ ସାଇ ତରଫରୁ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) କଡ଼ାକଡ଼ି ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

ଆଇପିଏଲ୍ ରୁ ଅବସର ନେବେ ନାହିଁ ଧୋନୀ!, ଦୁଇ ସାଙ୍ଗ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୭।୪: ଚଳିତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଜଣେ ଖେଳାଳି ଭାବେ ଆଇପିଏଲ ଖେଳୁଛନ୍ତି। ସିଜିନ୍ ଆରମ୍ଭରେ ଧୋନୀ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ...

ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍‌ ଖେଳିପାରନ୍ତି ସୁନୀଲ ନାରିନ୍‌, ନିଷ୍ପତ୍ତି ବଦଳାନ୍ତୁ ବୋଲି…

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିପାରନ୍ତି ସୁନୀଲ ନାରିନ୍‌। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ...

ବିସିସିଆଇର ବଡ଼ ନିଷ୍ପତି, ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ରଖିଲା ଏହି ସର୍ତ୍ତ

ମୁମ୍ବାଇ,୧୭।୪: ଭାରତୀୟ ସ୍ତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଚଳିତ ଆଇପିଏଲରେ ଦେଖିବାକୁ ମିଳୁ ନଥିଲା ବେଳେ ସମସ୍ୟା ଆଉ ଟିକିଏ ବଢି ଯାଇଛି। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri