Posted inଜାତୀୟ

ନିର୍ଣ୍ଣାୟକ ହେବ କର୍ନାଟକ ଲଢ଼େଇ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୩: କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ମେ’ ୧୦ରେ ଭୋଟ ଗ୍ରହଣ କରାଯିବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସିଇସି କୁମାର କହିଛନ୍ତି, ଭୋଟରମାନେ ସପ୍ତାହାନ୍ତ ଛୁଟିରେ ସହର ଛାଡ଼ି ଗଲେ ମତଦାନ ହାର କମିଥାଏ। ଏହାକୁ ଦୃଷ୍ଟିରେ ରଖି ସୋମବାର କିମ୍ବା ଶୁକ୍ରବାର ପରିବର୍ତ୍ତେ ବୁଧବାର ଭୋଟ ଗ୍ରହଣ କରାଯିବ। ନିର୍ବାଚନ ପାଇଁ ଏପ୍ରିଲ ୧୩ରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ ୨୦। ୨୧ରେ ସେଗୁଡ଼ିକୁ ଯାଞ୍ଚ କରାଯିବ।

ଏପ୍ରିଲ ୨୪ ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ। ସିଇସିଙ୍କ ଏହି ଘୋଷଣା ସହ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ କମିଶନଙ୍କ ସତର୍କ ଦୃଷ୍ଟି ଓ ତତ୍ପରତା ଯୋଗୁ କିଛି ନ ହେଉଣୁ ରାଜନୈତିକ ବ୍ୟକ୍ତିମାନଙ୍କଠାରୁ ୮୦ କୋଟି ଟଙ୍କା ଜବତ କରାଗଲାଣି। ଶତ ପ୍ରତିଶତ ମତଦାନ ସୁନିଶ୍ଚିତ କରିବା ପାଇଁ ଏଥର ଅନେକ ପଦକ୍ଷେପ ନିଆଯାଇଛି। ୫.୨୪ କୋଟି ଭୋଟର ମତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୁରୁଖୁରୁରେ ମତଦାନ ପାଇଁ ରାଜ୍ୟରେ ମୋଟ ୫୮,୨୮୨ ପୋଲିଂ ଷ୍ଟେଶନର ବ୍ୟବସ୍ଥା କରାଯିବ। ୧,୩୨୦ ପୋଲିଂ ଷ୍ଟେଶନର ପରିଚାଳନା ଦାୟିତ୍ୱ ମହିଳା ଅଧିକାରୀମାନଙ୍କୁ ନ୍ୟସ୍ତ କରାଯିବ। ୫୦% ମତଦାନ କେନ୍ଦ୍ରରେ ଓ୍ବେବ୍‌କାଷ୍ଟିଂ ସୁବିଧା ରହିବ।

ମେ’ରେ କର୍ନାଟକ ବିଧାନସଭାର ଶେଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କର୍ନାଟକ ଭୋଟର ଖଣ୍ଡିତ ଜନାଦେଶ ଦେବାରୁ ଝୁଲା ସ୍ଥିତି ଉପୁଜିଥିଲା। ଭାଜପା ୧୦୪ ଆସନ ଦଖଲ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ମ୍ୟାଜିକ୍‌ ନମ୍ବର (୧୧୩) ହାସଲ କରିପାରି ନ ଥିଲା। ଫଳରେ କଂଗ୍ରେସ (୮୦) ଏବଂ ୩୭ ଆସନରେ ବିଜୟୀ ହୋଇଥିବା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ମେଣ୍ଟ ସରକାର ଗଢ଼ିଥିଲେ। ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ପୁଅ ଏଚ୍‌.ଡି. କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଶାସକ ମେଣ୍ଟର ଅନେକ ବିଧାୟକ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିବାରୁ ଏହି ମେଣ୍ଟ ଭାଙ୍ଗିଯାଇଥିଲା। କୁମାରସ୍ବାମୀ ସରକାରଙ୍କ ପତନ ଘଟିଥିଲା। ଭାଜପା ଲିଙ୍ଗାୟତ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ବି.ଏସ୍‌. ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା।

୨୦୨୧ରେ ସେ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌. ଆର. ବୋମାଇଙ୍କ ପୁଅ ତଥା ଗୃହମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଥିଲା। ଇତିମଧ୍ୟରେ ୟେଦୁରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିସାରିଛନ୍ତି। କର୍ନାଟକ ବିଧାନସଭାରେ ଏବେ ଶାସକ ଭାଜପାର ୧୧୯ ବିଧାୟକ ଅଛନ୍ତି। କଂଗ୍ରେସ ଏମ୍‌ଏଲ୍‌ଏ ସଂଖ୍ୟା ୭୫ ଥିବାବେଳେ ଜେଡିଏସ୍‌ ୨୮ରେ ସୀମିତ ରହିଛି। ଅନ୍ୟ ୨ଟି ଆସନ ଖାଲି ପଡ଼ିଛି। ରାଜ୍ୟର ୪୦% ଜନସଂଖ୍ୟା (ସର୍ବାଧିକ ଭୋଟର) ଥିବା ଲିଙ୍ଗାୟତ ଓ ଭୋକାଲିଙ୍ଗା ସମ୍ପ୍ରଦାୟର ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଗୈରିକ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛି। ଏହିକ୍ରମରେ ନିକଟରେ ଭାଜପା ଦୁଇ ସମ୍ପ୍ରଦାୟ ପାଇଁ ଶିକ୍ଷା ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧି କରିଛି। ଏଥିସହ ପୂର୍ବର କଂଗ୍ରେସ ସରକାର ମୁସଲମାନ ସମ୍ପ୍ରଦାୟ ପାଇଁ କରିଥିବା ୪% ସଂରକ୍ଷଣକୁ ଭାଜପା ଉଚ୍ଛେଦ କରିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅନେକ ଥର କର୍ନାଟକ ଗସ୍ତ କରି ବହୁ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ତେଣୁ ମୋଦି-ଶାହା ଯୋଡ଼ି ପାଇଁ କର୍ନାଟକ ନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହେବ।

ଅନ୍ୟପକ୍ଷେ ଭାଜପା ସାମ୍ପ୍ରଦାୟିକ ରାଜନୀତି ଓ ଦୁର୍ନୀତିରେ ମଜ୍ଜି ରହିଥିବା କଂଗ୍ରେସ ଅଭିଯୋଗ ଆଣିଛି। ଦଳ କ୍ଷମତାକୁ ଆସିଲେ ବେକାର ଗ୍ରାଜୁଏଟ୍‌ମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୩,୦୦୦ ଟଙ୍କା ଲେଖାଏ ଭତ୍ତା ଦିଆଯିବ ବୋଲି ଘୋଷଣା କରିଛି। ସେହିପରି ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ଦଳିତ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମଧ୍ୟ କଂଗ୍ରେସର ଉଦ୍ୟମ ଜାରି ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଇମୋଶନାଲ କାର୍ଡ ଖେଳି ଭୋଟରଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା କହିଛନ୍ତି, ଏହା ହେଉଛି ତାଙ୍କର ଶେଷ ନିର୍ବାଚନ। ଏଥର ହାରିଲେ ସେ ଆଉ ରାଜନୀତି କରିବେ ନାହିଁ। ‘ସବୁ ମୋଦି ଚୋର’ ମନ୍ତବ୍ୟ ଦେଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବା ସହ ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ମାରାଥନ ପ୍ରଚାର କରିବେ।

ଦଳକୁ କ୍ଷମତାକୁ ଫେରାଇ ଆଣିବା ପାଇଁ ସେ ଧୂଅଁାଧାର ପ୍ରଚାର କରିବେ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ଜେଡିଏସ୍‌ କର୍ନାଟକ ରାଜନୀତିରେ କିଙ୍ଗ୍‌ମେକର ଭୂମିକା ନେଇଥାଏ। ଦେବେଗୌଡ଼ାଙ୍କ ଦଳ ଉଭୟ ଭାଜପା ଏବଂ କଂଗ୍ରେସଠାରୁ ସମଦୂରତ୍ୱ ବଜାୟ ରଖିବା ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ବିକଳ୍ପ ଖୋଲା ରଖିଥାଏ। କୃଷକ କଲ୍ୟାଣ ଓ ଆଞ୍ଚଳିକ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଜେଡିଏସ୍‌ର ଫୋକସ ରହିଥାଏ। ତେଣୁ ଏଥର ନିର୍ବାଚନ ବେଳେ କୁମାରସ୍ବାମୀ କେଉଁ ରଣନୀତି ଆପଣାଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?