Posted inଜାତୀୟ

ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ହତ୍ୟା

ବେଙ୍ଗାଲୁରୁ, ୨।୧୦: କର୍ନାଟକର ଏକ ରେଳ ଧାରଣାରୁ ଗତ ୨୮ ତାରିଖରେ ମୁଣ୍ଡ କଟାଯାଇଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ଅର୍ବାଜ ମୁଲ୍ଲା ନାମକ ଏହି ଯୁବକ ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଏହି ହତ୍ୟାକାଣ୍ଡରେ ଦକ୍ଷିଣପନ୍ଥୀ ଉଗ୍ରବାଦୀ ଗୋଷ୍ଠୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି। ବେଲାଗାଭି ଜିଲା ଅନ୍ତର୍ଗତ ଆଜମ ନଗର ବାସିନ୍ଦା ଅର୍ବାଜ ଗତ ୨୭ ତାରିଖରୁ ନିଖୋଜ ହୋଇଯାଇଥିଲେ। ୨୮ରେ ଜିଲାର ଖାନପୁରା ତାଲୁକସ୍ଥିତ ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିଥିଲା। ପୂର୍ବରୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପରିବାର ଲୋକଙ୍କ ଅଟକ ରଖି ପୋଲିସ ପଚରାଉଚୁରା ଚଳାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ତୁଷାରପାତ ଯୋଗୁ ହିମାଚଳ ପ୍ରଦେଶର ୪ ରାଜପଥ ସମେତ ୬୫୦ ରାସ୍ତା ବନ୍ଦ

ଶିମଲା,୧୧।୧:ହିମାଚଳ ପ୍ରଦେଶରେ ଗତ କିଛିଦିନ ହେବ ତୁଷାରପାତ ହେବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ହିମାଚଳ ପ୍ରଦେଶ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏସ୍‌ଡିଏମ୍‌ଏ)ର ସୂଚନା...

ମାର୍ଚ୍ଚ ୩୦ରେ ଜୟଶଙ୍କର-କୁରେଶି ସାକ୍ଷାତ୍‌ ସମ୍ଭାବନା

ନୂଆଦିଲ୍ଲୀ,୨୮।୩: ତଜାକିସ୍ତାନର ଦୁଶାନବେରେ ମାର୍ଚ୍ଚ ୩୦ରେ ହାର୍ଟ ଅଫ୍‌ ଏସିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର...

ଭାରତରେ ୧୦୮ କରୋନା ରୋଗୀ

ନୂଆଦିଲ୍ଲୀ,୧୬।୩(ପି.ଟି.): ମହାରାଷ୍ଟ୍ରରେ ୧୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚତ୍ଛି। ମହାରାଷ୍ଟ୍ରରେ ସର୍ବାଧିକ ୩୨ କରୋନା...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ

ନୂଆଦିଲ୍ଲୀ,୧୦।୩: କରୋନା ସଙ୍କଟ ସମୟରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ମହଙ୍ଗା ଭତ୍ତା (ଡିଏ ଏବଂ ଡିଆର)ର ତିନୋଟି କିସ୍ତି ଦେବାକୁ...

ଏମପିଙ୍କ ମନ୍ତବ୍ୟ ପରେ ଗାଈ ନେଇ ସୁନା ଋଣ ପାଇଁ ପହଞ୍ଚିଲେ ଏହି ବ୍ୟକ୍ତି

କୋଲକାତା,୭।୧୧:ପଶ୍ଚିମବଙ୍ଗର ହୁଗୁଳି ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ପରେ ହୁଗୁଳିର ଜଣେ ବ୍ୟକ୍ତି ନିଜର...

ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ

ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍‌ଏସ୍‌): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି।...

ଓବିସି ଛାତ୍ରଙ୍କ ଲାଗି ନିଟ୍‌ କୋଟା ବଢ଼ାଅ

ନୂଆଦିଲ୍ଲୀ,୪।୭: ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) କୋଟା ବୃଦ୍ଧି ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ପୁଲଓ୍ବାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ଜଣେ ଆତଙ୍କବାଦୀ

ପୁଲଓ୍ବାମା,୬।୧୧: ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ପାମ୍ପପୋରେରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଏହି ଏନ୍‌କାଉଣ୍ଟରେ ଜଣେ...

Advertisement


Archives

Model This Week