Posted inଜାତୀୟ

ଶେଷ ହେଲା ମହାରାଷ୍ଟ୍ର-କର୍ନାଟକ ଜଳ ବିବାଦ

ବେଙ୍ଗାଲୁରୁ,୧୯।୬: ଆପୋଷ ବୁଝାମଣାରେ ମରୁଡି ପ୍ରବଣ ଅଞ୍ଚଳକୁ ଜଳ ଯୋଗାଣ ଓ ବନ୍ୟା ପରିଚାଳନା ପାଇଁ ଉଭୟ ମହାରାଷ୍ଟ୍ର ଓ କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି।

ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦର ସାମାଧାନର ସୂତ୍ର ଖୋଜିବା ପାଇଁ ବେଙ୍ଗାଲୁରୁଠାରେ ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲେ। ଏଥିରେ ଯୋଗଦେଇଥିଲେ କର୍ନାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦିୟୁରପ୍ପା ଓ ରାଜ୍ୟ ଗୃହମନ୍ତ୍ରୀ ବାସଭରାଜ ବୋମାଇ ଏବଂ ମହାରାଷ୍ଟ୍ରର ଜଳ ସମ୍ପଦ ମନ୍ତ୍ରୀ ଜୟନ୍ତ ପାଟିଲ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ୟେଦିରୁପ୍ପା କହିଛନ୍ତି, ଉଭୟ ରାଜ୍ୟ ମଧ୍ୟରେ ବର୍ଷା ସମ୍ପର୍କୀତ ରିଅଲ ଟାଇମ ଡାଟାର ଆଦାନପ୍ରଦାନ କରାଯିବ। ଜଳ ସଂରକ୍ଷଣରୁ ଜଳ ଛଡ଼ାଯିବା ପୂର୍ବରୁ ଅନ୍ୟ ରାଜ୍ୟକୁ ଜଣାଇ ଦିଆଯିବ। ଯାହା ଫଳରେ ବନ୍ୟା ପ୍ରଭାବକୁ ହ୍ରାସ କରାଯାଇପାରିବ। ବନ୍ୟା ପରିଚାଳନା ସମ୍ପର୍କୀତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲୁ। ଉଭୟ ରାଜ୍ୟର ମନ୍ତ୍ରୀ ଓ ସଚିବସ୍ଥରୀୟ ଭଲ ବୁଝାମଣା ଓ ଯୋଗାଯୋଗ ରଖିବାକୁ ନିଷ୍ପତ୍ତି ହୋଇଛି। ଉଭୟ ରାଜ୍ୟ ଦୁଧଗଙ୍ଗା ଡ୍ୟାମ ପ୍ରୋଜେକ୍ଟକୁ ଯଥା ଶୀଘ୍ର ଶେଷ କରିବାକୁ ରାଜି ହୋଇଛନ୍ତି। ଏହି ପ୍ରୋଜେକ୍ଟ ଲାଗି ମହାରାଷ୍ଟ୍ର ମଧ୍ୟ ଫଣ୍ଡ ଯୋଗାଇଦେବ।

ପ୍ରତିବର୍ଷ ଅପ୍ରିଲ ଓ ମେ’ରେ ଜଥ ତାଲୁକ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେଉଥିବାରୁ ୨୦୧୩ଠାରୁ ବନ୍ୟା ସମୟରେ ପାଣି ଛାଡ଼ିବା ପାଇଁ କର୍ନାଟକକୁ ଟଙ୍କା ଦେବାକୁ ପଡ଼ୁଥିଲା। ତେବେ ଦୁଇ ରାଜ୍ୟ ମଧ୍ୟରୁ ଚୁକ୍ତି ହେବା ପରେ କର୍ନାଟକକୁ ଏ ବାବଦକୁ ଟଙ୍କା ଦେବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ଜଣ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ମହିଳାଙ୍କୁ ଠକିଲେ

ଭୋପାଳ,୧୭।୧୦: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚାକିରି କରାଇଦେବା ନାଁରେ ୫୦ ମହିଳାଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କ ଗୁମର ଖୋଲିଛନ୍ତି ମଧ୍ୟ ପ୍ରଦେଶ ସ୍ପେଶାଲ ଟାକ୍ସ...

ଉପକୂଳ ମୁହାଁ ‘ଆସାନି’, ହାଇ ଆଲର୍ଟ ଜାରି…

ନୂଆଦିଲ୍ଲୀ,୨୦।୩ : ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ’ଆସାନି’ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଭାଗରେ ଏକ ଲଘୁଚାପ...

ରେଳ ରୋକ: ଟ୍ରାକ୍ ଉପରେ ବସିଲେ କୃଷକ, ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

ନୂଆଦିଲ୍ଲୀ,୧୮ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର କୃଷକ ସଙ୍ଗଠନ ପକ୍ଷରୁ ଦିନ ୧୨ଟାରୁ ରେଳ ରୋକ ଆରମ୍ଭ କରାଯାଇଛି...

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଡେରାଡୁନ ୧୧।୫: ଉତ୍ତରାଖଣ୍ଡରେ ପିଥୋରାଗଡ ଜିଲାରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।...

ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ; ଉପଯୁକ୍ତ ସମୟରେ ଆରମ୍ଭ ହେବ ଇଣ୍ଟରନେଟ୍‌ ସେବା: ଶାହ

ନୂଆଦିଲ୍ଲୀ,୨୦।୧୧: ସମ୍ପ୍ରତି ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ। ଏଠାରେ ଉପଯୁକ୍ତ ସମୟରେ ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ...

ପଞ୍ଜାବ ବଜେଟ: ୧.୧୩ ଲକ୍ଷ କୃଷକଙ୍କ ଋଣ ଛାଡ, ମାଗଣା ଯାତ୍ରା କରିବେ ମହିଳା

ଚଣ୍ଡିଗଡ଼,୮ ।୩: ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ଶେଷ ବଜେଟରେ କର୍ମଚାରୀ, କୃଷକ ଓ ମହିଳାଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି । ମହିଳାଙ୍କ...

କ୍ୟାବିନେଟ ବୈଠକରେ ମୋବାଇଲ ଫୋନ୍‌ ବାରଣ କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧।୬: ଏଥର ଅଫିସିଆଲ୍‌ ମିଟିଙ୍ଗ ସହ କ୍ୟାବିନେଟ ବୈଠକରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ବୋଲି ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ...

ଉଦ୍ଧବଙ୍କୁ ମିଳିଲାନି ଭାଇ ରାଜ ଠାକରେଙ୍କ ଭୋଟ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭାରେ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ। ତାଙ୍କ ସପକ୍ଷରେ ୧୬୯ଭୋଟ ଆସିଥିବା ବେଳେ ଏବେ ସେ ତାଙ୍କ...

Advertisement
Archives

Model This Week