Posted inଜାତୀୟ

ଏନଇପି-୨୦୨୦ ରଦ୍ଦ କରିବେ କର୍ନାଟକ ସରକାର, ଅଲଗା ଶିକ୍ଷାନୀତି ପାଇଁ ପ୍ରସ୍ତୁତି…

ବେଙ୍ଗାଲୁରୁ,୨୩।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧୀ ତଥା ଅଧିକାରୀଙ୍କ ସହ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି, ୨୦୨୦ (ଏନଇପି-୨୦୨୦ ) କୁ ରଦ୍ଦ କରି ରାଜ୍ୟ ସରକାର ଏକ ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିବେ। ଆମେ ଆମର ନିର୍ବାଚନୀ ଇସ୍ତାହାରରେ ଏନଇପି-୨୦୨୦ ରଦ୍ଦ କରିବାକୁ କହିଥିଲୁ।

ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟ ଏହି ନୀତିକୁ ରଦ୍ଦ କରିସାରିଛନ୍ତି । ରାଜ୍ୟ ପାଇଁ ନୂତନ ଶିକ୍ଷା ନୀତି ଉପରେ କାର୍ଯ୍ୟ କରିବାକୁ ସରକାର ଏକ ନୂତନ କମିଟି ଗଠନ କରିବେ ବୋଲି କହିଛନ୍ତି। କର୍ନାଟକରେ ଭଲ ମାନବ ସମ୍ବଳ ରହିଛି ଏବଂ ଏହା ଏକ ଜ୍ଞାନ କେନ୍ଦ୍ର। ଆମର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପାଇଁ ନିଜସ୍ବ ବ୍ୟବସ୍ଥା ଅଛି। ସେଥିପାଇଁ ଆମେ ଜାତୀୟ ଶିକ୍ଷା ନୀତିକୁ ସମାପ୍ତ କରିବୁ। ଆମେ କୌଣସି ନାଗପୁର ଶିକ୍ଷା ନୀତି ଚାହୁଁନାହୁଁ। ଆମେ ଏକ ସପ୍ତାହ ମଧ୍ୟରେ ଏକ ନୂତନ କମିଟି ଗଠନ କରୁଛୁ ।

ଏହାପୂର୍ବରୁ ଏକ୍ସ(ଟୁଇଟର)ରେ ଏକ ଟୁଇଟରେ ସେ ଦର୍ଶାଇଥିଲେ କର୍ନାଟକରେ ଶିକ୍ଷା ବ୍ୟବସ୍ଥା ଦେଶ ପାଇଁ ଏକ ମଡେଲ । ଏହି କାରଣରୁ ବାଙ୍ଗାଲୋର ଆଜି ଆଇଟି ରାଜଧାନୀ ପାଲଟିଛି। ଆମର ଶିକ୍ଷା ବ୍ୟବସ୍ଥା ଯୋଗୁ ରାଜ୍ୟର ଅନେକ ଲୋକ ବିଦେଶରେ ଭଲ ସ୍ଥିତିରେ ଅଛନ୍ତି। ଗତ ସପ୍ତାହରେ କର୍ନାଟକ ସିଏମ ସିଦ୍ଦରାମାୟା କହିଥିଲେ ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ ଏନଇପି ବାତିଲ ହେବ।

ସିଦ୍ଦରାମୟୋ କହିଥିଲେ, ’କିଛି ଆବଶ୍ୟକ ପ୍ରସ୍ତୁତି କରିବା ପରେ ଏନଇପି-୨୦୨୦ ଶେଷ କରିବାକୁ ପଡିବ। ନିର୍ବାଚନ ଫଳାଫଳ ବାହାରିବା ଏବଂ ସରକାର ଗଠନ ହେବା ପୂର୍ବରୁ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିଲା, ତେଣୁ ବର୍ଷ ମଧ୍ୟଭାଗରେ ଛାତ୍ରୀଛାତ୍ରଙ୍କ ଅସୁବିଧାକୁ ଏଡାଇବା ପାଇଁ ଚଳିତ ବର୍ଷ ମଧ୍ୟ ଏନଇପି ଜାରି ରଖାଯାଇଛି। ସେ କହିଛନ୍ତି ଏନଇପିକୁ ଛାତ୍ରୀଛାତ୍ର, ଅଭିଭାବକ,ଅଧ୍ୟାପକ ଏବଂ ଶିକ୍ଷକମାନେ ଏକାଠି ବିରୋଧ କରିଛନ୍ତି।

ଏହା ପୂର୍ବରୁ ଜୁଲାଇ ମାସରେ କର୍ନାଟକର ପ୍ରାଥମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗରପ୍ପା କହିଥିଲେ କେନ୍ଦ୍ରର ଏନଇପି-୨୦୨୦ ଗ୍ରହଣ ନ କରିବାକୁ ରାଜ୍ୟ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହା ବଦଳରେ ରାଜ୍ୟ ଶିକ୍ଷା ନୀତି (ଏସଇପି) କାର୍ଯ୍ୟକାରୀ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?