Posted inଜାତୀୟ

କର୍ନାଟକ ନିର୍ବାଚନ ଫଳାଫଳ ପୂର୍ବରୁ ଭାଜପା ନେତାଙ୍କୁ କଂଗ୍ରେସର ଉପଦେଶ

ବେଙ୍ଗାଲୁରୁ,୧୧।୫: କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ବୁଧବାର ଶେଷ ହୋଇଛି। ଏହାପରେ ଏକଜିଟ ପୋଲର ଫଳାଫଳ ଯାହା ଆସିଛି ସେଥିରେ କଂଗ୍ରେସ କର୍ନାଟକରେ ସରକାର ଗଠନ କରିପାରେ ବୋଲି ଅନୁମାନ କରାଯାଉଛି। ହେଲେ ନିର୍ବାଚନର ଅସଲ ଫଳାଫଳ ମେ’ ୧୩ରେ ଆସିବ।  କଂଗ୍ରେସ ଏବେଠାରୁ ତା’ର ବିଜୟ ପକ୍କା ବୋଲି ଧରି ନେଇଛି। ଏପଟେ ଭାରତୀୟ ଜନତା ପାର୍ଟି(ଭାଜପା)ଏହି ଏକଜିଟ ପୋଲକୁ ମିଛ ବୋଲି କହିବା ସହ ଫଳାଫଳ ଦିନ ଏହା ଓଲଟି ଯିବ ବୋଲି ଦାବି କରିଛି।
ଭାଜପା ନେତା ଅମିତ ମାଲବିୟ ଏକଜିଟ ପୋଲ ପରେ ସମସ୍ତ କଂଗ୍ରେସ ନେତା ଓ ପ୍ରବକ୍ତାଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମତଦାନ ପ୍ରତିଶତରେ ନା ଗ୍ରାଉଣ୍ଡ ଜିରୋରେ ଏମିତି କିଛି ଦେଖିବାକୁ ମିଳିନାହିଁ ଯେ କଂଗ୍ରେସ ଏତେବଡ ବିଜୟ ହାସଲ କରିବ। ସେଥିପାଇଁ ଏବେ ଶାନ୍ତ ରୁହନ୍ତୁ ଓ ୧୩ ତାରିଖର ଫଳାଫଳକୁ ଅପେକ୍ଷା ରଖନ୍ତୁ।

ମାଲବିୟ ଆହୁରି ମଧ୍ୟ କହିଛନ୍ତି, ଏହା କେବଳ ଏକଜିଟ ପୋଲ ଏହାକୁ ଏକ ଚେତାବନୀ ଭାବେ ଧରି ନିଅନ୍ତୁ ଏହା ଭୁଲ ବି ହୋଇପାରେ। ସେ କହିଛନ୍ତି ପରିଣାମ ଓଲଟିବା ସ୍ଥିତିରେ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିଥାଆନ୍ତୁ, ଯାହାର ବହୁତ ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, କର୍ନାଟକ ବିଧାନସଭାକୁ ନେଇ ବିଭିନ୍ନ ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲରେ କଂଗ୍ରେସର ସରକାର ଗଠନ ହେବ ବୋଲି ଦେଖାଯାଇଛି। ମୋଟ ୮ଟି ପୋଲରୁ ୭ଟିରେ କଂଗ୍ରେସ ବିଜୟୀ ହେବ ବୋଲି କୁହାଯାଇଛି। ଏହାସହ ୩ଟି ପୋଲ କଂଗ୍ରେସକୁ ପୂର୍ଣ୍ଣ ବହୁମତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri