Posted inଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ ଏଏପି ଜାରି କଲା ପ୍ରଥମ ତାଲିକା

ବେଙ୍ଗାଲୁରୁ,୨୦।୩: ଚଳିତ ବର୍ଷ ମେ’ରେ କର୍ନାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବିଭିନ୍ନ ଦଳ ଅଣ୍ଟା ଭିଡ଼ିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଇତିମଧ୍ୟରେ ଆମ ଆଦମୀ ପାର୍ଟି(ଏଏପି) ସୋମବାର କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ୨୨୪ଟି ବିଧାନସଭା ଆସନରୁ ଏଏପି ପ୍ରଥମ ତାଲିକାରେ ୮୦ଜଣ ପ୍ରାର୍ଥୀଙ୍କୁ ବିଧାନସଭା ଟିକେଟ ଦେଇଛି। କର୍ନାଟକର ସମସ୍ତ ୨୨୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଏଏପି ପ୍ରାର୍ଥୀ ଦେବ ବୋଲିି ଦଳ କହିଛି। ଏଏପିର ପ୍ରଥମ ତାଲିକାରେ ସୁପ୍ରିମକୋର୍ଟର ଓକିଲ ବ୍ରିଜେଶ କଲପ୍ପାଙ୍କୁ ଚିକପେଟ ବିଧାନସଭା ଆସନରୁ ଟିକେଟ ଦିଆଯାଇଛି। ସୋମବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଦଳର ରାଜ୍ୟ ମୁଖ୍ୟ ପୃଥ୍ବୀ ରେଡ୍ଡୀ ଏନେଇ ଘୋଷଣା କରିିଛନ୍ତି। ସେ କହିଛନ୍ତି, ସର୍ଭେ ପରେ ହିଁ ପ୍ରାର୍ଥୀ ଚୟନ କରାଯାଇଥିବା ବେଳେ ୬୯ଜଣ ପ୍ରାର୍ଥୀ ନୂଆ ଚେହେରା ରହିଛନ୍ତି। ଏହି ତାଲିକାରେ ଯୁବକ, ମହିଳା, କୃଷକ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ଅନ୍ତର୍ଭୁକ୍ତ। ଆମର ତାଲିକାରେ ବହୁତ ଶିକ୍ଷିତ ବ୍ୟକ୍ତି ଅଛନ୍ତି। ଆମର ପ୍ରଥମ ତାଲିକାରେ ୧୩ ଜଣ ଆଇନଜୀବୀ, ୩ଜଣ ଡାକ୍ତର ଏବଂ ୪ଜଣ ଆଇଟି ପ୍ରଫେସନାଲ ଅଛନ୍ତି ବୋଲି ଏଏପି ନେତା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫିରୋଜାବାଦ୍‌ରୁ ଦିଲ୍ଲୀ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ: ବାପ-ପୁଅ ଗିରଫ; ୧୨୫୦ ଜୀବନ୍ତ ଗୁଳି ଜବତ

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ପୋଲିସ ଏକ ଚୋରା ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ୍‌ କରିଛି। ଫିରୋଜାବାଦ୍‌ରୁ ଦିଲ୍ଲୀ ଚାଲାଣ ହେଉଥିବା ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ଏକ କାରରେ...

ଶିଖ୍‌ ଛାତ୍ରୀଙ୍କୁ ପଗଡ଼ି ଖୋଲିବାକୁ କହିଲା ବେଙ୍ଗାଲୁରୁ କଲେଜ

ବେଙ୍ଗାଲୁରୁ,୨୪।୨: କର୍ନାଟକ ହାଇକୋର୍ଟଙ୍କ ଆନ୍ତରୀଣ ରାୟ ଯୋଗୁ ବେଙ୍ଗାଲୁରୁର ଏକ କଲେଜ ଶିଖ୍‌ ଛାତ୍ରୀଙ୍କୁ କ୍ଲାସରେ ପଗଡ଼ି ବ୍ୟବହାର କରିବାକୁ ମନା କରି ଦେଇଛନ୍ତି। ୩...

୩.୫ ଘଣ୍ଟାରେ ନାଗପୁରରୁ ମୁମ୍ବାଇ

ନାଗପୁର,୧୩।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର...

ପିଏମ୍‌-କେୟାର୍ସ ମାମଲା: ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୮।୭(ପି.ଟି.): ସୁପ୍ରିମକୋର୍ଟରେ ପିଏମ୍‌-କେୟାର୍ସ ପାଣ୍ଠି ମାମଲାର ଶୁଣାଣି ସୋମବାର ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ଅଦାଲତରେ କେନ୍ଦ୍ର ସରକାର ପିଏମ୍‌-କେୟାର୍ସ ଫଣ୍ଡ ସପକ୍ଷରେ ଦୃଢ଼...

ଅଗଷ୍ଟ ୬ରୁ ଆରମ୍ଭ ହେବ ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୨।୮: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ୬ ତାରିଖ ଅର୍ଥାତ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟ...

କୋଇଲା ସଙ୍କଟ: ଆଠରୁ ଦଶ ଘଣ୍ଟା ପର୍ଯ୍ୟନ୍ତ କଟା ଯାଉଛି ବିଜୁଳି

ନୂଆଦିଲ୍ଲୀ,୯ ।୧୦: ଦେଶର କେତେ ଗୁଡିଏ ରାଜ୍ୟରେ କୋଇଲା ସଙ୍କଟ ଯୋଗୁ ବିଜୁଳି ସଙ୍କଟ ବଢିଯାଇଛି । ଝାଡଖଣ୍ଡରେ କୋଇଲା କମ୍ ଥିବାରୁ ୨୮୫ ମେଗାୱାଟରୁ...

ମାସ୍କ୍‌ ନ ପିନ୍ଧି ଜେଲ୍‌ ଗଲେ ୨୦୦ରୁ ଅଧିକ ଅମାନିଆ

ଉଜ୍ଜୟନୀ,୧୬।୩: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନକୁ ପୁଣି ବାଧ୍ୟତାମୂଳକ କରାଯାଇଛି।...

ଭାଜପାର ସହଯୋଗୀ ଦଳ ପାଇଁ ପ୍ରଚାର କରିବେ ସଞ୍ଜୟ

ମୁମ୍ବାଇ,୨୬।୮: ମହାରାଷ୍ଟ୍ରରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଭାଜପାର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପକ୍ଷ(ଆର୍‌ଏସ୍‌ପି) ପାଇଁ ପ୍ରଚାର କରିବେ...

Advertisement
Archives

Model This Week