Posted inଜାତୀୟ

ଦିଲ୍ଲୀ ଗସ୍ତରେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଦିଲ୍ଲୀ ଗସ୍ତ ପୁଣି ଥରେ ରାଜ୍ୟର ନେତୃତ୍ୱ ପରିବର୍ତ୍ତନକୁ ନେଇ ରହିଥିବା କଳ୍ପନା ଜଳ୍ପନାକୁ ଆହୁରି ବଢ଼ାଇଦେଇଛି। କାରଣ ଗତ କିଛି ସମୟରୁ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଲାଗି ରହିଛି। ୭୮ବର୍ଷୀୟ ୟେଦୁରପ୍ପା ଓ ତାଙ୍କ ପୁଅ ବିଜେନ୍ଦ୍ର ଏକ ସ୍ବତନ୍ତ୍ର ବିମାନରେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୬ଟା ୪୫ରେ ୟେଦୁରପ୍ପା ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ରାଜ୍ୟରେ ଅସନ୍ତୁଷ୍ଟ ଭାଜପା ନେତା ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହି ପ୍ରସଙ୍ଗରେ ମୋଦିଙ୍କ ସହ ତାଙ୍କର ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନିକଟରେ ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂ କର୍ନାଟକ ଗ୍ରସ୍ତରେ ଆସି ଶାସକ ଦଳର ବିଧାୟକଙ୍କୁ ଭେଟିଥିଲେ। ସେହି ସମୟରେ ସେ କହିଥିଲେ, ଦଳର ନେତୃତ୍ୱର ସମର୍ଥନ ରହିଛି ଏବଂ ୟେଦୁରପ୍ପା ଏବଂ ତାଙ୍କ ସରକାର ଭଲ କାମ କରୁଛନ୍ତି। ତେବେ ଅରୁଣ ସିଂଙ୍କ ଏହି ବୟାନ ପରେ ବି ନେତାମାନେ ଅସନ୍ତୁଷ୍ଟ ଥିବା ବେଳେ ନେତୃତ୍ୱ ପରିବର୍ତ୍ତନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଉଡ଼ିବନି ମିଗ୍‌-୨୧: ବାୟୁସେନାର ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୦।୫ : ରାଜସ୍ଥାନରେ ଘଟିଥିବା ମିଗ୍‌-୨୧ ବିମାନ ଦୂର୍ଘଟଣା ପରେ ଏବେ ବାୟୁସେନା ଏହି ବିମାନ ନ ଉଡ଼ାଇବାକୁ ବଡ଼ ଘୋଷଣା କରିଛି। ଲଗାତାର ଦୁର୍ଘଟଣା...

ଦିଲ୍ଲୀ ଯାଇ ମୋଦିଙ୍କୁ ଭେଟିବି: ସଞ୍ଜୟ

ନୂଆଦିଲ୍ଲୀ,୧୦।୧୧: ପତ୍ରା ଚଲ ଦୁର୍ନୀତି ମାମଲାରେ ଶିବସେନା ନେତା ସଞ୍ଚୟ ରାଉତ ତିନି ମାସ ପରେ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବାର ଦିନକ...

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ...

ନୀତୀଶଙ୍କ ବିରୋଧରେ ବର୍ଷିବେ ଶାହା, ଭାଜପା ରାଲିରେ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ

ପାଟନା,୨୩ ।୯: ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର...

ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ଅପରାହ୍ନ ୩ଟାରେ ମୋଦି କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୭।୧: ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ହେଉଛି ଶେଷ ଦିନ। ଏହି ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମୃତ ସ୍ବାମୀ ୫୦ ଦିନ ପରେ ହୋଇଉଠିଲେ ଜୀବିତ:ମାମଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଞ୍ଚି,୨୭।୪: ଝାଡଖଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାକୁରର ଉମଡାପାଡା ଥାନା ନିବାସୀ ମହେଶ୍ୱର ଟୁଡୁଙ୍କ ସ୍ତ୍ରୀ ୫୦ ଦିନ ହେବ ସ୍ବାମୀଙ୍କ ମୃତଦେହ ଏବଂ...

ଏୟାର ଇଣ୍ଡିଆରେ ମହିଳାଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ୧୪ ଦିନିଆ ନ୍ୟାୟିକ ହେପାଜତରେ…

ନୂଆଦିଲ୍ଲୀ,୭।୧ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପଟିଆଲା ହାଉସ କୋର୍ଟ ୧୪...

ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୧ା୫(ଆଇଏଏନ୍‌ଏସ୍‌): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ...

Advertisement
Archives

Model This Week