Posted inଜାତୀୟ

ଏହା ପ୍ରତିଶୋଧର ରାଜନୀତି ନୁହେଁ, ଆମେ କେବଳ ନ୍ୟାୟ ଚାହୁଁଛୁ: ଶିବକୁମାର

ବେଙ୍ଗାଲୁରୁ,୨୮।୮: କରୋନା ସମୟରେ ଭାଜପା ସରକାର ସମୟରେ ଡାକ୍ତରଖାନାରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ କରିବେ କର୍ନାଟକ ସରକାର। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ, ତାଙ୍କ ସରକାର ପ୍ରତିଶୋଧର ରାଜନୀତି କରୁନାହାଁନ୍ତି, କେବଳ ସେ ଲୋକମାନଙ୍କୁ ନ୍ୟାୟ ମିଳୁ ବୋଲି ଚାହାଁନ୍ତି।

ଶିବକୁମାର କହିଛନ୍ତି, କରୋନା ଅବଧିରେ ଅମ୍ଳଜାନ ଅଭାବ ହେତୁ ୩୬ଜଣଙ୍କର ମୃତ୍ୟୁ ଘଟିଥିଲା କିନ୍ତୁ ତତ୍କାଳୀନ ମନ୍ତ୍ରୀ କହିଥିଲେ ଯେ, କେବଳ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆମେ ଏହାକୁ ଯାଞ୍ଚ କରିବା ଉଚିତ୍‌। ଏହାକୁ ନେଇ କୌଣସି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇନାହିଁ।

କରୋନା ମହାମାରୀ ସମୟରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ ପାଇଁ କର୍ନାଟକ ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ କର୍ନାଟକ ହାଇକୋର୍ଟର ପୂର୍ବତନ ବିଚାରପତି। ସରକାର ତଦନ୍ତ କମିଟିକୁ ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ, ପରୀକ୍ଷା କିଟ କ୍ରୟ, ଭେଣ୍ଟିଲେଟର ଆବଣ୍ଟନ ଇତ୍ୟାଦି ଯାଞ୍ଚ ପାଇଁ ଅନୁସନ୍ଧାନ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

LPG ସବସିଡି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ କେବଳ ଏମାନେ ପାଇବେ, ଫୋନରେ ପଠାଯାଉଛି…

ନୂଆଦିଲ୍ଲୀ,୧୧।୫: ଘରୋଇ ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ଏଲପିଜି ଗ୍ରାହକମାନଙ୍କୁ ସବସିଡି ପାଇଁ ଯୋଗ୍ୟତା ସମ୍ପର୍କରେ ଏସଏମଏସ ଆଲର୍ଟ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ଭିଟାମାଟିକୁ ଫେରୁଥିଲେ ଦାଦନ ଶ୍ରମିକ: ବାଟରେ ହେଲା ମୃତ୍ୟୁ, ତଦନ୍ତ ଆରମ୍ଭ

ବଲାଙ୍ଗିର,୧୧।୫( ସୁନିଲ କୁମାର ମହାନ୍ତି): ଖପ୍ରାଖୋଲ ବ୍ଲକରୁ ଏକ ପରିବାର ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରାଜ୍ୟ ବାହାରେ…

ବାଲି ଚୋରା ଚାଲାଣବେଳେ ମାଡ଼ିବସିଲେ ତହସିଲଦାର: ଆଉ ତା’ପରେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାହୁଦା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଅଭିଯୋଗ ହୋଇଆସୁଛି। ସୋମବାର ପୂର୍ବାହ୍ନରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri