୭୦ କୋଟି, ମୁମ୍ବାଇରେ ଘର, ପିଲାଙ୍କ ପାଇଁ ମାସକୁ ଏତିକି ଲକ୍ଷ ଟଙ୍କା; ଛାଡ଼ପତ୍ର ସମୟରେ କରିସ୍ମାଙ୍କୁ କ’ଣ ଦେଇଥିଲେ ସଞ୍ଜୟ?

ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍‌ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହକୁ ନେଇ ଅନେକ ବିବାଦ ଉପୁଜିଥିଲା। ଦୁହେଁ ପରସ୍ପର ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯାହା ପରେ ସେମାନଙ୍କର ଛାଡପତ୍ର ହୋଇଥିଲା।

୧୩ ବର୍ଷ ବିବାହ ପରେ, ୨୦୧୬ରେ ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ। ରିପୋର୍ଟ ଅନୁଯାୟୀ, ଛାଡପତ୍ର ସମୟରେ, ସଞ୍ଜୟ କପୁର କରିସ୍ମାଙ୍କୁ ଭରଣପୋଷଣ ରାଶି ଭାବରେ ୭୦ କୋଟି ଟଙ୍କା ଦେଇଥିଲେ। ସେ କରିସ୍ମାଙ୍କୁ ମୁମ୍ବାଇର ଖାରରେ ଏକ ଘର ମଧ୍ୟ ଦେଇଥିଲେ।

ବିବାହ ପରେ, କରିସ୍ମା ଏବଂ ସଞ୍ଜୟ ଦୁଇଟି ସନ୍ତାନର ପିତାମାତା ହୋଇଥିଲେ। ଉଭୟଙ୍କ ସମାଇରା(ଝିଅ) ଏବଂ କିୟାନ ନାମରେ ଏକ ପୁଅ ଅଛି। ଛାଡପତ୍ର ସମୟରେ, ଉଭୟ ସନ୍ତାନର ତତ୍ତ୍ୱାବଧାନ କରିସ୍ମାଙ୍କୁ ଦିଆଯାଇଥିଲା। ତଥାପି ସଞ୍ଜୟ ଉଭୟ ସନ୍ତାନଙ୍କୁ ଦେଖା କରିବାକୁ ଯାଉଥିଲେ। ସେ ଉଭୟ ସନ୍ତାନଙ୍କ ଯତ୍ନ ପାଇଁ ଟଙ୍କା ମଧ୍ୟ ଦେଉଥିଲେ।

ରିପୋର୍ଟ ଅନୁଯାୟୀ, ସଂଜୟ ପିଲାମାନଙ୍କ ଲାଳନପାଳନ ପାଇଁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ପଠାଉଥିଲେ। କରିସ୍ମାଙ୍କଠାରୁ ଅଲଗା ହେବାର ଗୋଟିଏ ବର୍ଷ ପରେ, ସଂଜୟ ୨୦୧୭ରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ, ଉଭୟ ପିତାମାତା ହୋଇଥିଲେ। ୨୦୧୮ରେ ପ୍ରିୟା ଏକ ପୁଅକୁ ଜନ୍ମ ଦେଇଥିଲେ, ଯାହାଙ୍କ ନାମ ଅଜାରିଆସ। ଅଜାରିଆସଙ୍କୁ ଏବେ ମାତ୍ର ୭ ବର୍ଷ ବୟସ।

ସୂଚନାଯୋଗ୍ୟ,ସଂଜୟଙ୍କ ମୃତ୍ୟୁ ଇଂଲଣ୍ଡରେ ହୋଇଥିଲା। ପୋଲୋ ଖେଳୁଥିବା ସମୟରେ, ଯେତେବେଳେ ସେ ଘୋଡାରେ ଦୌଡୁଥିଲେ, ସେତେବେଳେ ଏକ ମହୁମାଛି ତାଙ୍କ ପାଟିରେ ପଶିଯାଇଥିଲା। ମହୁମାଛି ତାଙ୍କ ଗଳାକୁ ଦଂଶନ କଲା। ଏହା ପରେ ତାଙ୍କୁ ହୃଦଘାତ ହୋଇଥିଲା ଏବଂ ସେ ଘୋଡାରୁ ତଳକୁ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଦିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri