୭୦ କୋଟି, ମୁମ୍ବାଇରେ ଘର, ପିଲାଙ୍କ ପାଇଁ ମାସକୁ ଏତିକି ଲକ୍ଷ ଟଙ୍କା; ଛାଡ଼ପତ୍ର ସମୟରେ କରିସ୍ମାଙ୍କୁ କ’ଣ ଦେଇଥିଲେ ସଞ୍ଜୟ?

ମୁମ୍ବାଇ: ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନସ୍ବାମୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ପରଲୋକ ଘଟିଛି। ହର୍ସ ପୋଲୋ ଖେଳୁଥିବା ସମୟରେ ହୃଦ୍‌ଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହକୁ ନେଇ ଅନେକ ବିବାଦ ଉପୁଜିଥିଲା। ଦୁହେଁ ପରସ୍ପର ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯାହା ପରେ ସେମାନଙ୍କର ଛାଡପତ୍ର ହୋଇଥିଲା।

୧୩ ବର୍ଷ ବିବାହ ପରେ, ୨୦୧୬ରେ ଦୁହେଁ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ। ରିପୋର୍ଟ ଅନୁଯାୟୀ, ଛାଡପତ୍ର ସମୟରେ, ସଞ୍ଜୟ କପୁର କରିସ୍ମାଙ୍କୁ ଭରଣପୋଷଣ ରାଶି ଭାବରେ ୭୦ କୋଟି ଟଙ୍କା ଦେଇଥିଲେ। ସେ କରିସ୍ମାଙ୍କୁ ମୁମ୍ବାଇର ଖାରରେ ଏକ ଘର ମଧ୍ୟ ଦେଇଥିଲେ।

ବିବାହ ପରେ, କରିସ୍ମା ଏବଂ ସଞ୍ଜୟ ଦୁଇଟି ସନ୍ତାନର ପିତାମାତା ହୋଇଥିଲେ। ଉଭୟଙ୍କ ସମାଇରା(ଝିଅ) ଏବଂ କିୟାନ ନାମରେ ଏକ ପୁଅ ଅଛି। ଛାଡପତ୍ର ସମୟରେ, ଉଭୟ ସନ୍ତାନର ତତ୍ତ୍ୱାବଧାନ କରିସ୍ମାଙ୍କୁ ଦିଆଯାଇଥିଲା। ତଥାପି ସଞ୍ଜୟ ଉଭୟ ସନ୍ତାନଙ୍କୁ ଦେଖା କରିବାକୁ ଯାଉଥିଲେ। ସେ ଉଭୟ ସନ୍ତାନଙ୍କ ଯତ୍ନ ପାଇଁ ଟଙ୍କା ମଧ୍ୟ ଦେଉଥିଲେ।

ରିପୋର୍ଟ ଅନୁଯାୟୀ, ସଂଜୟ ପିଲାମାନଙ୍କ ଲାଳନପାଳନ ପାଇଁ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ପଠାଉଥିଲେ। କରିସ୍ମାଙ୍କଠାରୁ ଅଲଗା ହେବାର ଗୋଟିଏ ବର୍ଷ ପରେ, ସଂଜୟ ୨୦୧୭ରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ, ଉଭୟ ପିତାମାତା ହୋଇଥିଲେ। ୨୦୧୮ରେ ପ୍ରିୟା ଏକ ପୁଅକୁ ଜନ୍ମ ଦେଇଥିଲେ, ଯାହାଙ୍କ ନାମ ଅଜାରିଆସ। ଅଜାରିଆସଙ୍କୁ ଏବେ ମାତ୍ର ୭ ବର୍ଷ ବୟସ।

ସୂଚନାଯୋଗ୍ୟ,ସଂଜୟଙ୍କ ମୃତ୍ୟୁ ଇଂଲଣ୍ଡରେ ହୋଇଥିଲା। ପୋଲୋ ଖେଳୁଥିବା ସମୟରେ, ଯେତେବେଳେ ସେ ଘୋଡାରେ ଦୌଡୁଥିଲେ, ସେତେବେଳେ ଏକ ମହୁମାଛି ତାଙ୍କ ପାଟିରେ ପଶିଯାଇଥିଲା। ମହୁମାଛି ତାଙ୍କ ଗଳାକୁ ଦଂଶନ କଲା। ଏହା ପରେ ତାଙ୍କୁ ହୃଦଘାତ ହୋଇଥିଲା ଏବଂ ସେ ଘୋଡାରୁ ତଳକୁ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଦିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?