ସତ ହେଲା ନିଶାଙ୍କ କଥା! ଏହି ଯୁବତୀଙ୍କ ପ୍ରେମରେ ପଡ଼ିଛନ୍ତି କରନ୍‌; ରୋମାଣ୍ଟିକ୍‌ ଚାଟ୍‌ ଭାଇରାଲ

ବମ୍ବେ: ନିକଟରେ ଅଭିନେତା କରନ୍‌ ମେହେରା ଗିରଫ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ତ୍ରୀ ତଥା ଅଭିନେତ୍ରୀ ନିଶା ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏପରିକି କରନ୍‌ ଅନ୍ୟ ଯୁବତୀଙ୍କ ପ୍ରେମରେ ପଡ଼ି ପରିବାରକୁ ଅଣଦେଖା କରୁଥିବାରୁ ଦୁହେଁ ଅଲଗା ହେବାକୁ ଯାଉଥିବା ଖବରଦାତା ସମ୍ମିଳନୀ କରି କହିଥିଲେ। ହେଲେ ସେତେବେଳେ କଥାକୁ ଏଡ଼ାଇ ଯାଇଥିଲେ କରନ୍‌। ସେ କାହା ପ୍ରେମରେ ପଡ଼ିନାହାନ୍ତି ବୋଲି ରୋକଠୋକ ଶୁଣାଇଦେଇଥିଲେ। ଏବେ କିନ୍ତୁ ନିଶାଙ୍କ କଥା ସତ ଭଳି ଲାଗିଲାଣି। କାରଣ କରନ୍‌ଙ୍କ ସହକଳାକାର ହିମାଂଶୀ ପାରାଶରଙ୍କ ସହ ସମ୍ପର୍କ ଥିବା ନେଇ କୁହାଯାଉଛି। ଉଭୟଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।

ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେୟାର କରି ହିମାଂଶୀ ଲେଖିଥିଲେ, କରନ୍‌ କୁହନ୍ତି, ମୁଁ ମାଟି ସହ ଜଡ଼ିତ ମଣିଷ। ହେଲେ ମୁଁ ଜାଣେ ଏହାକୁ ଛୋଟାଇବା କୁହନ୍ତି। ଏହାର ଜବାବରେ କରନ୍‌ କହିଥିଲେ, ‘ଏତେ ବି ତଳକୁ ଖସିବା ଉଚିତ ନୁହେଁ କି ଜଣେ ଚଟାଣରେ ପଡ଼ିିଯିବ। ଏହା ତୁମ ସହ ଶୁଟିଂର ସୁନ୍ଦର ମୂହୁର୍ତ୍ତ’। ପୁଣି ଏହାକୁ ଜବାବ ଦେଇ ହିମାଂଶୀ ‘ତୁମ ପାଇଁ ଆମେ କେଉଁଠି ବି ଖସିଯିବୁ ଆଜ୍ଞା’ ବୋଲି ଲେଖିଥିଲେ। ଏବେ ଏହି ଚାଟ ବେଶ୍‌ ଭାଇରାଲ ହେଉଛି। ପ୍ରଶଂସକମାନେ ଏହାକୁ ବିଲ୍‌କୁଲ ପସନ୍ଦ କରୁନାହାନ୍ତି।

ଅପରପକ୍ଷେ କରନ୍‌ ଅଲଗା ହେବା ସହ ପୁଅ ସ୍ତ୍ରୀଙ୍କ ନିକଟରେ ସୁରକ୍ଷିତ ନ ଥିବା କହିଛନ୍ତି। ପୂର୍ବରୁ ଖୁସିରେ କାବିଶଙ୍କୁ ନିଶାଙ୍କ ସହ ରଖିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ଏବେ ମୁଁ ଆଶ୍ୱସ୍ଥ ନାହିଁ। ମୋ ପୁଅ ପ୍ରଭାବିତ ହେଉ ମୁଁ ଚାହେଁନା। ବାସ୍ତବରେ ମୁଁ ତାଙ୍କ ପାଇଁ ଚିନ୍ତିତ। ଯାହା ବି ହେଉଛି ତାକୁ ଦେଖି ହୃଦୟ ଭାଙ୍ଗି ଯାଉଛି ବୋଲଇ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri