ଅଲଗା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି କପଲ୍‌ ! ଚର୍ଚ୍ଚାକୁ ନେଇ ଏପରି କହିଲେ…

ବମ୍ବେ: ସେଲିବ୍ରିଟିମାନଙ୍କ ଲଭ୍‌ଲାଇଫ୍‌ ହେଉ ଅଥବା ବିବାହ ସବୁକିଛିରେ ପ୍ରଶଂସକ ରୁଚି ରଖିଥାନ୍ତି। ଏପରିସ୍ଥିତିରେ ଗୁଜବ ଉଠିବା ସ୍ବାଭାବିକ। ସେଭଳି କିଛି ଘଟିଛି ଷ୍ଟାର ପ୍ଲସରେ ପ୍ରସାରିତ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନୈତିକ ଭୂମିକାରେ ଅଭିନୟ କରିଥିବା ଅଭିନେତା କରନ୍‌ ମେହେରାଙ୍କ କ୍ଷେତ୍ରରେ। ନିକଟରେ ସେ ଓ ତାଙ୍କ ସ୍ତ୍ରୀ ନିଶା ରାଓ୍ବଲ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା। ଏବେ କରନ୍‌ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି।

କରୋନାରେ ସଂକ୍ରମିତ ହେବା ପରଠାରୁ କରନ୍‌ ସ୍ତ୍ରୀ ଓ ପୁଅଙ୍କଠାରୁ ନିଜକୁ ଅଲଗା କରିନେଇଥିଲେ। ତାଙ୍କ ପାଇଁ ସେମାନେ ସଂକ୍ରମିତ ନ ହୁଅନ୍ତୁ ତାହା କରନ୍‌ ଚାହୁଁଥିଲେ। ହେଲେ ଉଭୟ ଅଲଗା ରହୁଥିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏବେ କରନ୍‌ କହିଛନ୍ତି, ଏହି ଖବର ମିଥ୍ୟା। ଆମେ କଠିନ ସମୟ ଦେଇ ଗତି କରୁଛୁ, ହେଲେ ଆମ ଭିତରେ ସବୁକିଛି ଠିକ୍‌ ଅଛି। କେଉଁଠୁ ଏବଂ କ’ଣ ପାଇଁ ଏଭଳି ଗୁଜବ ସୃଷ୍ଟି ହୋଇଛି ସେନେଇ କରନ୍‌ କିଛି ଜାଣି ନ ଥିବା କହିଛନ୍ତି। ସେହିଭଳି ନିଶା ମଧ୍ୟ ସମାନ କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଆଖିରେ ବି ଲୁହ, ସୁଶାନ୍ତଙ୍କୁ ଖୋଜୁଛି ଫଜ୍‌

ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ...

୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ

ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍‌ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି...

ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି...

ଆପାର୍ଟମେଣ୍ଟ କିଣିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ,ଦାମ ରହିଛି…

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀ ମୁମ୍ବାଇର ଭର୍ସୋଭାରେ ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଯାହାର ମୂଲ୍ୟ ପାଖାପାଖି ୧୭.୯୨ କୋଟି...

କରିନାଙ୍କଠାରୁ ଆରମ୍ଭ କରି ରବିନା ଟଣ୍ଡନ-ହେମା; ଦ୍ୱିତୀୟ ସ୍ତ୍ରୀ ହୋଇ ବହୁତ ଖୁସିରେ ଅଛନ୍ତି ଏହି ୫ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ...

ମାଳଦ୍ୱୀପରେ ଚାଦର ଗୁଡେଇ ଫଟୋଶୁଟ୍‌ କଲେ ହିନା ଖାନ: ଫ୍ୟାନମାନେ କହିଲେ ଏମିତି…

ମୁମ୍ବାଇ,୬।୧୨-ବଲିଉଡ ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ...

ଦୁର୍ଘଟଣାରେ ଓଲିଉଡ୍‌ର ଯୁବ ଅଭିନେତା ନିଶି କରଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ୍‌ର ଯୁବ ଅଭିନେତା ତଥା ନିର୍ଦ୍ଦେଶକ ନିଶିରଞ୍ଜନ କରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା।...

ସୁସ୍ଥ ଅଛନ୍ତି ସରୋଜ ଖାଁ

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାଁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଶନିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୁରୁ ନାନକ ହସ୍ପିଟାଲରେ...

Advertisement
Archives

Model This Week