ଏହି ଫିଲ୍ମର ଶେଟ୍‌ରେ ପ୍ରଥମ ଥର ପାଇଁ ନିଶାଙ୍କୁ ଭେଟିଥିଲେ କରନ୍‌; ଗଣମାଧ୍ୟମ ସମ୍ମୁଖରେ କରିଥିଲେ ପ୍ରପୋଜ୍‌; ଏବେ…

ବମ୍ବେ: ସବୁକିଛି ତ ଠିକ୍‌ ଥିଲା। ହେଲେ ଏପରି କ’ଣ ହେଲା ଯେ କଥା ଥାନାରେ ପହଞ୍ଚିଲା। ସୋମବାର ଟେଲି ଅଭିନେତା କରନ୍‌ ମେହେରା ଗିରଫ ହେବା ପରେ ପ୍ରଶଂସକଙ୍କ ମନରେ ଚାଲିଛି ଏଭଳି ଅନେକ କଥା। ଘରୋଇ ହିସାଂ କରିଥିବା ନେଇ ଗିରଫ ହେବା ପରେ ମଙ୍ଗଳବାର ଜାମିନରେ ମୁକୁଳିଛନ୍ତି ସେ। ଏହାପରେ ସେ ସ୍ତ୍ରୀ ନିଶାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି।

ବିଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଚାଲିଥିବା ନେଇ ଶୁଣିବାକୁ ମିଳୁଥିଲା। ହେଲେ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିବା ବେଳେ ଉଭୟ ସବୁକିଛି ଠିକ୍‌ ଚାଲିଥିବା କହିଥିଲେ। ଉଭୟଙ୍କୁ ଦେଖିଲେ ବି କେହି କିଛି ଠଉରାଇପାରୁ ନ ଥିଲେ। ଏବେ କରନ୍‌ ଗିରଫ ହେବା ପରେ କ’ଣ ଏପରି ହେଲା ଯେ କଥା ମାର୍‌ପିଟ ପର୍ଯ୍ୟନ୍ତ ପହଞ୍ଚିଗଲା ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ।

କହିରଖୁଛୁ, କରନ୍‌ ୨୦୦୮ରେ ନିଶାଙ୍କୁ ଫିଲ୍ମ ‘ହସତେ ହସତେ’ ସେଟ୍‌ରେ ନିଶାଙ୍କୁ ଭେଟିଥିଲେ। ଏହି ଫିଲ୍ମରେ କରନ୍‌ ଷ୍ଟାଇଲିଷ୍ଟ ଭାବେ କାମ କରୁଥିଲେ। ସେ ନିଶାଙ୍କୁ ପ୍ରଥମ ଦେଖାରୁ ଭଲପାଇ ବସିଥିଲେ। କିଛି ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ୨୦୧୨ରେ ବିବାହ କରିନେଇଥିଲେ। ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିଶେଷକରି ଗଣମାଧ୍ୟମ ଏବଂ ସର୍ବସମ୍ମୁଖରେ କରନ୍‌ ନିଶାଙ୍କୁ ପ୍ରପୋଜ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା।
ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ସଫଳତା ହାସଲ କରିଥିଲେ କରନ୍‌। ଏହାଛଡ଼ା ସେ ବିଗ୍‌ ବସ୍‌-୧୦, ନଚ ବଲିୟେ ୫ ଏବଂ କିଚେନ୍‌ ଚାମ୍ପିୟନ୍‌ ୫ରେ ଭାଗ ନେଇଛନ୍ତି। ସେହିଭଳି ନିଶା ମଧ୍ୟ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?