ଏବେଠୁ ଡରିଲେଣି କରନ୍‌ ଜୋହର…

ବମ୍ବେ: ଫିଲ୍ମ ରିଲିଜ ହୋଇନି। ହେଲେ ଏବେଠାରୁ ଡରିଲେଣି ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର। କାରଣ ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଯଦି ଅକ୍ଷୟ କୁମାର ଏବଂ ଆମିର ଖାଁଙ୍କ ଚଳଚ୍ଚିତ୍ର ପରି ତାଙ୍କ ଫିଲ୍ମର ଅବସ୍ଥା ହୁଏ ତେବେ ଯେ କ’ଣ ହେବ ସେ ଚିନ୍ତାରେ ଏବେ ସେ।

ଚଳିତ ବର୍ଷ ହିନ୍ଦୀ ସିନେମା ଦର୍ଶକଙ୍କ ମନକୁ ଜିଣିଲା ପରି ମନେ ହେଉନାହିଁ। କିଛି ଫିଲ୍ମକୁ ଛାଡ଼ିଦେଲେ ବାକି ଫ୍ଲପ ହେଉଛି। ବିଶେଷକରି ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ କରିବା ଫିଲ୍ମ ବ୍ୟବସାୟକୁ ଠପ୍‌ କରିଛି। ଏସବୁ ଦେଖି କରନ୍‌ ନିଜର ଇନ୍‌ଷ୍ଟାଗ୍ରାମର ଏକ ପୋଷ୍ଟ କରି ନିର୍ଦ୍ଦେଶକ ଅୟାନ ମୁଖାଜୀଙ୍କ ସାହସ ବଢ଼ାଇଛନ୍ତି।

କରନ୍‌ ଲେଖିଛନ୍ତି, ପ୍ରେମ ଏକ ଅତ୍ୟନ୍ତ ଶକ୍ତିଶାଳୀ ଭାବନା ଏବଂ ଅନୁଭବ ଅଟେ। ଏହାକୁ ବାଣ୍ଟିବା ପରେ ବି ଅନୁଭବ କରିପାରିବେ। ଅୟାନ ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋ ପିଲାମାନଙ୍କ ପ୍ରତି ଯେପରି ଅନୁଭବ କରୁଛ, ମୁଁ ତୁମ ପ୍ରତି ସେଭଳି କରୁଛି। ମୁଁ ଜାଣେ ବ୍ରହ୍ମାସ୍ତ୍ରରେ ତୁମେ କେତେ ପରିଶ୍ରମ କରିଛ। ତୁମେ କେତେ ବର୍ଷ ବିତାଇଛ। କାଲି କ’ଣ ହେବ କିମ୍ବା ସେପ୍ଟେମ୍ବର ୯ରେ ବ୍ରହ୍ମାସ୍ତ୍ରର ଭବିଷ୍ୟତ କ’ଣ ହେବ ଜାଣେନା, ହେଲେ ତୁମର ପରିଶ୍ରମ ଏବଂ ତୁମର ଉତ୍ସର୍ଗୀକୃତ ଭାବନା କାରଣରୁ ଆମେ ପୂର୍ବରୁ ଜିତି ସାରିଛେ। କେବଳ ତୁମେ ଉଡିବା ଜାରି ରଖ ଏବଂ ଲକ୍ଷ୍ୟ ଉଚ୍ଚ ରଖ। ତୁମର ସ୍ବପ୍ନ ହେଉଛି ପ୍ରେମ, ଯାହାକୁ ଦୁନିଆ ଶୀଘ୍ର ଦେଖିବ। ଲଭ୍‌ ୟୁ ମୋ’ ଛୁଆ। ଆଉ ହଁ ଜନ୍ମଦିନର ଶୁଭେଚ୍ଛା। କରନ୍‌ଙ୍କ ଏହି ପୋଷ୍ଟ ତାଙ୍କ ଡରକୁ ସ୍ପଷ୍ଟ କରିଛି।

କହିରଖୁଛୁ, ୨୦୨୦ରେ ‘ବ୍ରହ୍ମାସ୍ତ୍ର’ ରିଲିଜ ହୋଇଥାନ୍ତା। ହେଲେ କରୋନା ଯୋଗୁ ଏହାର ଶୁଟିଂ ସମ୍ପୂର୍ଣ୍ଣ ହୋଇ ନ ଥିଲା। ଏହାର ଦୁଇ ବର୍ଷ ପରେ ଆସନ୍ତା ମାସରେ ଏହାକୁ ରିଲିଜ କରାଯିବ। ଫିଲ୍ମରେ ରଣବୀର କପୁରଙ୍କ ବ୍ୟତିତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri