କରନ ଜୋହରଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଶେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରେ କରନ ଜୋହର ହେଉଛନ୍ତି ଅନ୍ୟତମ। କାରଣ ମାତ୍ର ୨୬ବର୍ଷ ବୟସରେ ସେ ଅଲ୍‌ ଟାଇମ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ‘କୁଛ କୁଛ ହୋତା ହେ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ କରନଙ୍କୁ ବଲିଉଡ୍‌ର ଷ୍ଟାରକିଡ୍ସଙ୍କ ଗଡ୍‌ଫାଦର ବୋଲି କୁହାଯାଏ। ବଲିଉଡ୍‌ରେ ଅନେକ ଷ୍ଟାରକିଡ୍ସଙ୍କୁ ସେ ସୁଯୋଗ ଦେଇଛନ୍ତି। ନିକଟରେ କରନଙ୍କୁ ତାଙ୍କ ବାୟୋପିକ୍‌କୁ ନେଇ କିଛି ପ୍ରଶ୍ନ କରାଯାଇଥିଲା। ତାଙ୍କ ବାୟୋପିକ୍‌ କରାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ଯେତେବେଳେ ଏକ ଲାଇଭ୍‌ ଶୋ’ରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ବାୟୋପିକ୍‌ ତିଆରି ହେବ ତେବେ ତାଙ୍କ ଚରିତ୍ରରେ କିଏ ଅଭିନୟ କରିବେ। ଏହାର ଉତ୍ତରରେ ସେ କହିଛନ୍ତି, ରଣବୀର ସିଂହଙ୍କ ଅପେକ୍ଷା ତାଙ୍କ ଚରିତ୍ରକୁ ପରଦାରେ ଆଉ କେହି ଭଲଭାବେ ଚିତ୍ରଣ କରିପାରିବେ ନାହିଁ। ସୂଚନା ମୁତାବକ, କରନ ନିଜ ପିଲାଦିନର କାହାଣୀକୁ ବଡ଼ ପରଦାରେ ଚିତ୍ରଣ କରିବାକୁ ଇଛା ପ୍ରକାଶ କରିଛନ୍ତି। କାରଣ ତାଙ୍କର ପିଲାଦିନର ଅନେକ ସୁନ୍ଦର ସ୍ମୁତି ରହିଥିବା ବେଳେ ତାଙ୍କ ପିତାମାତା ତାଙ୍କୁ ଅନେକ ଭଲ ଶିକ୍ଷା ଦେଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ପିଲାଦିନ ମଧ୍ୟ ବହୁ ସଂଘର୍ଷମୟ ରହିଛି। ଆଜି ଯେତେବେଳେ ସେ ପଛକୁ ଚାହାଁନ୍ତି ସେତେବେଳେ ସେ ନିଜକୁ ପୂର୍ବାପେକ୍ଷା ବହୁ ଭଲରେ ଥିବା ମନେ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ...

ସୁହାନାଙ୍କ ମିରର ସେଲ୍ଫି

ମୁମ୍ବାଇ: ବଲିଉଡ୍ ନାୟକ ଶାହାରୁଖ ଖାଁ ଓ ପତ୍ନୀ ଗୌରି ଖାଁଙ୍କ ଏକମାତ୍ର ଝିଅ ସୁହାନା ଏବେ ଲକ୍ଷେ ଦିଲର ଧଡକନ୍ ପାଲଟି ଯାଇଛନ୍ତି ।...

ମା’ଙ୍କ ଫିଲ୍ମ ରିମେକ୍‌ ପାଇଁ ଝିଅଙ୍କୁ ଅଫର୍‌

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ ଫିଲ୍ମ କିଛି ନୂଆ କଥା ନୁହେଁ। ତେବେ ମଜାଦାର କଥା ହେଲା ଯେଉଁ ରିମେକ୍‌ରେ ଝିଅ ହିରୋଇନ୍‌ ଭୂମିକାରେ ନଜରକୁ ଆସିବେ....

ଏହି ଫିଲ୍ମରୁ ଶୁଟିଂ ସମୟରେ ରାଜ୍‌ କୁନ୍ଦ୍ରାଙ୍କ ପ୍ରେମରେ ପଡ଼ିଥିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଶିଳ୍ପା ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ...

ଇର୍‌ଫାନଙ୍କ ପୁଅ ଶେୟାର କଲେ ଏହି ମେସେଜ, ଏଥିରେ ଲେଖାଥିଲା…

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଦୁନିଆ ଛାଡ଼ି ଚାଲିଯିବା କେତେ ମାସ ବିତିଗଲାଣି। ମାତ୍ର ଆଜି ବି ସେ ମନେ ପଡ଼ନ୍ତି। ତାଙ୍କୁ ମନେ ପକାଇଛନ୍ତି...

ଦୀପିକାଙ୍କ ଫିଲ୍ମରେ ରାନୁ ମଣ୍ଡଳ ଗାଇବେ ଗୀତ, ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଦେଲେ ଏଭଳି ବାର୍ତ୍ତା

ବମ୍ବେ: ଦୀର୍ଘଦିନର ବିରତି ପରେ ଫେରୁଛନ୍ତି ସୋସିଆଲ ମିଡ଼ିଆ ସେନ୍‌ସେଶନ ରାନୁ ମଣ୍ଡଳ। ସେ ଅଭିନେତ୍ରୀ ଦିପିକା ଚିଖଲିୟାଙ୍କ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତରେ କଣ୍ଠଦାନ...

କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ...

ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ...

Advertisement
Archives

Model This Week