ରିମେକ୍‌ ଯୋଗୁ ବରବାଦ ହୋଇଛି ବଲିଉଡ୍‌, ନିଜକୁ ଦୋଷୀ ବୋଲି କହିଲେ କରନ୍‌

ବମ୍ବେ: ଦିନ ଥିଲା ବଲିଉଡ୍‌ ସିନେମା ନିଜର ସ୍ବତନ୍ତ୍ରତା ଲାଗି ପରିଚିତି ଲାଭ କରିଥିଲା। ହେଲେ ବିଗତ କିଛି ଦିନରୁ ବଲିଉଡ୍‌ ଦର୍ଶକଙ୍କ ମନ ଜିଣିବାରେ ବିଫଳ ହୋଇଛି। ପରିଣାମସ୍ବରୂପ ରିଲିଜ ହେଉଥିବା ଫିଲ୍ମଗୁଡ଼ିକୁ ଦର୍ଶକେ ପସନ୍ଦ କରୁନାହାନ୍ତି। ଏଣୁ ସିନେମାଜଗତ କ୍ଷତି ସହୁଛି। ଏହାକୁ ନେଇ ନିର୍ମାତା କରନ୍‌ ଜୋହର ବଡ ବୟାନ ଦେଇଛନ୍ତି।

କରନ୍‌ ନିଜକୁ ଏସବୁ ପାଇଁ ଦାୟୀ କହିବା ସହ ବଲିଉଡ୍‌ ବୁଡି ଯିବାର କାରଣ ‘ରିମେକ୍‌’ ବୋଲି କହିଛନ୍ତି। ହିନ୍ଦୀ ସିନେମାର ବଡ ସମସ୍ୟା ହେଉଛି ଯେ ଆମେ କାହାଣୀକୁ ନେଇ ଦୃଢ଼ ବିଶ୍ୱାସ ଏବଂ ଆସ୍ଥା ନାହିଁ। ଆମ ପାଖରେ ସଲିମ ଜାଭେଦଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ, ଯିଏ ସିନେମାକୁ ଜୀବନ୍ତ ରୂପ ଦେଉଥିଲେ। ୭୦ ଦଶକ ପର୍ଯ୍ୟନ୍ତ ସେ ଅସଲ କାହାଣୀ ଏବଂ ଚରିତ୍ରକୁ ସମ୍ଭାଳି ଆସୁଥିଲେ। ହେଲେ ୮୦ ଦଶକରୁୁ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ କରିବା ଆମେ ଆରମ୍ଭ କରିଦେଲୁ। ଏହାଛଡ଼ା ୯୦ ଦଶକରେ ଆମେ ‘ହମ୍‌ ଆପ୍‌କେ ହେଁ କୌନ’ର ସଫଳତା ଦେଖି ଲଭଷ୍ଟୋରୀ ଉପରେ ଫିଲ୍ମ ନିର୍ମାଣ କରିବା ଆରମ୍ଭ କରିଦେଲୁ। ଏଣୁ ଏସବୁରେ ଦୋଷୀ ମୁଁ, କାରଣ ଏହିଭଳି ଆମେ ୭୦ ଦଶକର ମୂଳଦୂଆକୁ ହରାଇଦେଲୁ ବୋଲି କରନ୍‌ କହିଛନ୍ତି। ଏହାଛଡ଼ା ବଲିଉଡ୍‌ ନିର୍ମାତାମାନେ ସ୍ବିଜରଲ୍ୟାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଯାଇ ଫିଲ୍ମ ନିର୍ମାଣ କରୁଛନ୍ତି। ଏଣୁ ଲୋକେ ସେହି କାହାଣୀ ସହ କିଭଳି ଯୋଡ଼ି ହେବେ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri