ଗର୍ଲଫ୍ରେଣ୍ଡଙ୍କ ପାଇଁ ପାହାଡ ଉପରୁ ଡେଇଁ ପଡିଥିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ

ଆଜି ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। କରଣ ଜୋହର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ୟଶ ଜୋହର, ଯିଏ ବଲିଉଡ ଚଳଚ୍ଚିତ୍ରର ନିର୍ମାତା ତଥା ଧର୍ମ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ମାତାଙ୍କ ନାମ ହିରୁ ଜୋହର। କରଣ ମୁମ୍ବାଇର ଗ୍ରୀନଲାନ୍ସ ହାଇସ୍କୁଲ ଏବଂ ଏଚଆର କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରେ ଅଧ୍ୟୟନ କରିଛନ୍ତି। ସେ ଫରାସୀ ଭାଷାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଜଣେ ନିର୍ଦ୍ଦେଶକ ଭାବରେ କରଣ କୁଛ୍‌ କୁଛ୍‌ ହୋତା ହୈ, କଭି ଖୁସି କଭି ଗମ, କବି ଅଲବିଦା ନା କେହନା, ମାଇଁ ନେମ୍‌ ଇଜ ଖାନ, ଷ୍ଟୁଡେଣ୍ଟ ଅଫ ଦି ଇୟର, ବମ୍ବେ ଟକିଜ ଭଳି ଅନେକ ହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

କରଣ ଜୋହର ଇଣ୍ଡଷ୍ଟ୍ରିର ଏମିତି ଜଣେ ବ୍ୟକ୍ତିତ୍ୱ, ଯିଏ ବିନା ଦ୍ୱିଧାରେ କ୍ୟାମେରା ଆଗରେ ନିଜ କଥାକୁ ପ୍ରକାଶ କରନ୍ତି। କରଣ ଜୋହରଙ୍କ ଚାଟ ଶୋ ‘କଫି ଓ୍ବିଥ୍‌ କରନ’ ବେଶ୍‌ ଲୋକପ୍ରିୟ। ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରି କରଣ ନିଜ ଶୋ’ରେ ତାଙ୍କର ପ୍ରଥମ ପ୍ରେମ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସେ ଜଣେ ଝିଅକୁ ଭଲ ପାଉ ଥିଲେ, ଯିଏକି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କରଣ ଏହା ମଧ୍ୟ କହିଛନ୍ତି ଯେ ଏହି ଝିଅ ପାଇଁ ସେ ଥରେ ପାହାଡରୁ ଡେଇଁପଡିଥିଲେ।

କରଣ ଜୋହରଙ୍କ ପ୍ରଥମ ପ୍ରେମ ଅଭିନେତ୍ରୀ ଟୁଇଙ୍କଲ ଖାନ୍ନା ହିଁ ଥିଲେ। ଉଭୟେ ‘କଫି ଓ୍ବିଥ୍‌ କରନ’ରେ କଥାବାର୍ତ୍ତା ଏହା କହୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ଟ୍ବିଙ୍କଲ ଖାନ୍ନା ତାଙ୍କ ପୁସ୍ତକ ମିସ ଫନି ବୋନ୍ସରେ ମଧ୍ୟ କହିଥିଲେ ଯେ, କରଣ ତାଙ୍କୁ ଏକପାଖିଆ ଭଲ ପାଆନ୍ତି। ଟ୍ବିଙ୍କଲ କହିଥିଲେ ଯେ, ସେ ଏବଂ କରଣ ଜୋହର ସମାନ ବୋର୍ଡିଂ ସ୍କୁଲରେ ପଢୁଥିଲେ। କରଣଙ୍କୁ ସର୍ବଦା ଭୋକ ଲାଗୁଥିବାରୁ କ୍ୟାଣ୍ଟିନରୁ ଖାଦ୍ୟ ଚୋରି କରିବାକୁ ଟ୍ବିିଙ୍କଲଙ୍କୁ କହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri