ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪ ଜଣ ଜୁ’ ବୁଲିଛନ୍ତି। ସଂକ୍ରମଣ ପ୍ରତିହତ କରିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏବଂ ବନ ବିଭାଗ ବିଶେଷ ଧ୍ୟାନ ଦେଉଥିବାବେଳେ ଆଗାମୀ ଦିନରେ ପର୍ଯ୍ୟଟକ ବଢ଼ିବା ସମ୍ଭାବନା ରହିଛି।
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଗତ ମାର୍ଚ୍ଚ ୧୬ରୁ କପିଳାସ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା। ଏହାପରେ ସରକାର କଟକଣାଭିତ୍ତିରେ ଜୁ’ ଖୋଲିବାକୁ ଅନୁମତି ଦେଇଥିଲେ। ତଦ୍‌ନୁଯାୟୀ ପ୍ରସ୍ତୁତି ଆରମ୍ଭ କରିଥିଲା ବନ ବିଭାଗ। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ ଅନୁଯାୟୀ ଦିନକୁ ସର୍ବାଧିକ ୩୦୦ ପର୍ଯ୍ୟଟକ ବୁଲିପାରିବେ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ସାନିଟାଇଜେଶନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ପ୍ରାଣୀ ଉଦ୍ୟାନ ଦାୟିତ୍ୱରେ ଥିବା କପିଳାସ ରେଞ୍ଜର ଗୌତମ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜିଲା ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନି ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ସେହିପରି ପ୍ରାଣୀ ଉଦ୍ୟାନ ଖୋଲିବା ପରେ କପିଳାସ ପାଦଦେଶରେ ଥିବା ଦୋକାନଗୁଡ଼ିକରେ ବ୍ୟବସାୟ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ଆଜିଠୁ ସିଜେପିର ଦେଶବ୍ୟାପୀ ବିକ୍ଷୋଭ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୦ା୬(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସ୍‌ଇ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ଗୁରୁବାରଠାରୁ…

ପୁଣି ହର୍ମୁଜ ବନ୍ଦ: ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା

ଓ୍ବାଶିଂଟନ୍‌/ତେହରାନ,୧୧।୬: ଏକ ଆପାଚେ ହେଲିକପ୍ଟର ଖସାଇ ଦିଆଯିବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା…

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ତୁରନ୍ତ କାର୍ଯ୍ୟ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ମହାକାଳପଡ଼ା,୧୧ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ବ୍ଲକ ସଭା ଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ଜଳିଗଲା ସ୍ପେୟାର ପାଟର୍‌ସ ଦୋକାନ ସହ ଦୋକାନୀଙ୍କ ଘର

ନନ୍ଦପୁର/ପାଡୁଆ,୧୧ା୬(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାବେଳେ ବୁଧବାର ରାତିରେ ପାଡୁଆ ବଜାରରେ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri