କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ ନିମନ୍ତେ ନିର୍ଦ୍ଧାରିତ ତାରିଖ ସୁଦ୍ଧା କେହି ଟେଣ୍ଡର ପକାଇ ନାହାନ୍ତି। ଗୁରୁବାର ଜିଲା କାର୍ଯ୍ୟାଳୟ ଦେବୋତ୍ତର ବିଭାଗରେ ଟେଣ୍ଡର ପକାଇବାର ଶେଷ ତାରିଖ ଥିଲେ ହେଁ ଗୋଟିଏ ହେଲେ ବି ଟେଣ୍ଡର ପଡ଼ିନାହିଁ। ସେହିପରି ସହରସ୍ଥିତ ଶ୍ରୀଦଧିବାମନ ଜୀଉ ପୀଠର ଅବଢ଼ା ଓ ପ୍ରସାଦ ପାଇଁ ମଧ୍ୟ କୌଣସି ଟେଣ୍ଡର ପଡ଼ିନାହିଁ। ଗତବର୍ଷର ଧାର୍ଯ୍ୟ ମୂଲ୍ୟରେ ଚଳିତବର୍ଷ ଅହେତୁକ ବୃଦ୍ଧି କରାଯିବା ଟେଣ୍ଡର ନ ପଡ଼ିବାର କାରଣ ବୋଲି କୁହାଯାଉଛି।
୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଅବଢ଼ା ଓ ପ୍ରସାଦ ନିମନ୍ତେ ଟେଣ୍ଡର ପକାଇବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୧ ମାର୍ଚ୍ଚ ପୂର୍ବାହ୍ନ ୧୧ଟା ମଧ୍ୟରେ ଟେଣ୍ଡର ପକାଇବା ପାଇଁ ଏଥିରେ ସୂଚନା ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଟେଣ୍ଡର ବାକ୍ସ ଖୋଲିବା ପରେ କେହି ଟେଣ୍ଡର ପକାଇ ନ ଥିବା ଜଣାପଡ଼ିଥିଲା। ଗତବର୍ଷ କପିଳାସ ପୀଠ ପାଇଁ ଟେଣ୍ଡର ନେଇଥିବା ମାନସ କୁମାର ସାହୁ ଓ ସର୍ବେଶ୍ୱର ସାହୁ, ବଳରାମ ମନ୍ଦିର ପାଇଁ ଟେଣ୍ଡର ନେଇଥିବା ଶିବରାମ ଦାସ, ଦଧିବାବନ ମଠ ପାଇଁ ଟେଣ୍ଡର ନେଇଥିବା ସଞ୍ଜୟ କୁମାର ସାହୁ ପ୍ରମୁଖ ପୁନର୍ବାର ଟେଣ୍ଡର ପକାଇବା ପାଇଁ ଇଚ୍ଛୁକ ଥିବାବେଳେ ବର୍ଦ୍ଧିତ ମୂଲ୍ୟକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଟେଣ୍ଡର ପକାଇ ନ ଥିଲେ। ବଳରାମ ମନ୍ଦିରରେ ପ୍ରସାଦ ତଥା ଅବଢ଼ା ଜଣକ ପିଛା ୮୦ ଟଙ୍କା, କପିଳାସ ପୀଠରେ ପ୍ରସାଦ ତଥା ଅବଢ଼ା ଜଣକ ପିଛା ୬୦ଟଙ୍କା ଓ ଦଧିବାମନ ଜୀଉଙ୍କ ପୀଠରେ ଜଣକ ପିଛା ୭୦ ଟଙ୍କାରେ ବିକ୍ରି ହେଉଥିଲା। ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି, ପୂର୍ବବର୍ଷ ମୂଲ୍ୟଠାରୁ ଚଳିତବର୍ଷ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଟେଣ୍ଡର ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ଟେଣ୍ଡର ପକାଇ ନ ଥିଲେ। ଏ ସମ୍ପର୍କରେ ଉପଜିଲାପାଳଙ୍କୁ ଜଣାଇ ଦିଆଯାଇଛି। ଜିଲାପାଳଙ୍କ ସହ ଉପଜିଲାପାଳ ଆଲୋଚନା କରିବା ପରେ ଏ ସଂକ୍ରାନ୍ତରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଦେବୋତ୍ତର ନିରୀକ୍ଷକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri