Posted inଖେଳ

ଭାରତୀୟ ଦଳକୁ ଚେତାବନୀ ଦେଲେ କପିଳ ଦେବ

ନୂଆଦିଲ୍ଲୀ,୨୮।୮: ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦଳ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଆହତରୁ ସୁସ୍ଥ ଥିବା ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲଙ୍କୁ ଟିମ ଇଣ୍ଡିଆ ଦଳରେ ସ୍ଥାନ ଦେଇଛି। ଉଭୟ ଖେଳାଳି ଦୀର୍ଘ ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବେ। ରାହୁଲି ହାମଷ୍ଟ୍ରିଂ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ପ୍ରାରମ୍ଭିକ କିଛି ମ୍ୟାଚରୁ ବଞ୍ଚିତ ହେବେ। ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଆୟର ଏବଂ ରାହୁଲଙ୍କ ପ୍ରତ୍ୟାବର୍ତ୍ତନରେ ଖୁସି ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ସେ ଟିମ ଇଣ୍ଡିଆକୁ ମଧ୍ୟ ଚେତାବନୀ ଦେଇଛନ୍ତି।
କପିଳ ଦେବ କହିଛନ୍ତି, ବିଶ୍ୱକପ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ପଡ଼ିଆରେ ଟେଷ୍ଟ କରାଯିବା ଉଚିତ୍‌। ଫିଟନେସ ଟେଷ୍ଟ କରିବାକୁ ଯେକୌଣସି ଖେଳାଳିଙ୍କ ପାଇଁ ଏସିଆ କପ ସର୍ବଶ୍ରେଷ୍ଠ ଟୁର୍ନାମେଣ୍ଟ। ବିଶ୍ୱକପ ବହୁତ ନିକଟତର ଏବଂ ଏଭଳି ପରିସ୍ଥିତିରେ ସମସ୍ତ ଖେଳାଳିଙ୍କ ଫିଟନେସ ଟେଷ୍ଟ ହେବା ଉଚିତ୍‌।
ଆଘାତରୁ ଫେରିଥିବା କ୍ରିକେଟରଙ୍କ ବିଷୟରେ କପିଲ ଦେବ କହିଛନ୍ତି, ଏପର୍ଯ୍ୟନ୍ତ ସମସ୍ତ ଖେଳାଳିଙ୍କୁ ସୁଯୋଗ ମିଳିନାହିଁ। ଯଦି ସେ ସିଧାସଳଖ ବିଶ୍ୱକପରେ ଖେଳନ୍ତି ଏବଂ ପୁନର୍ବାର ଆହତ ହୁଅନ୍ତି ତେବେ କ’ଣ ହେବ? ସମଗ୍ର ଦଳ ଏଥିପାଇଁ କ୍ଷତି ସହିବ। ଏହି ଖେଳାଳିମାନେ ଅନ୍ତତଃ ପକ୍ଷେ ଏସିଆ କପରେ ବ୍ୟାଟିଂ ଏବଂ ବୋଲିଂ କରିବାର ସୁଯୋଗ ଦିଆଯାଉ। ଏହା ସେମାନଙ୍କୁ ପୁନର୍ବାର ଟ୍ରାକ୍‌କୁ ଫେରିବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଏକ ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?