Posted inଖେଳ

ସୂର୍ଯ୍ୟ କୁମାରଙ୍କୁ ପ୍ରଶଂସା କଲେ କପିଲ ଦେବ, କହିଲେ ଏଭଳି ଖେଳାଳିଙ୍କୁ ପ୍ରଣାମ…

କୋଲକାତା,୯।୧ : ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ରେ ଶତକ ହାସଲ କରିବା ପରେ ଭାରତର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଶ୍ରୀଲଙ୍କା ବୋଲରମାନଙ୍କୁ ଖାତିର ନକରି ନିଜର ବିସ୍ଫୋରକ ବ୍ୟାଟିଂ କରି ସେ ୫୧ ବଲରେ ୧୧୨ ରନ କରି ଅପରାଜିତ ରହିଥିଲେ। ସେ ୭ ଚୌକା ଓ ୯ ଛକା ମାରିଥିଲେ। ଏହା ହେଉଛି ସୂର୍ଯ୍ୟକୁମାରଙ୍କ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ଶତକ। ସାତ ମାସ ମଧ୍ୟରେ ସେ ଏହି ଶତକ କରିଛନ୍ତି।

ମାର୍ଚ୍ଚ ୨୦୨୧ ରେ ଡେବ୍ୟୁ କରିବା ପରଠାରୁ ସେ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଖୁବ କମ ସମୟ ମଧ୍ୟରେ କ୍ରିକେଟ ପ୍ରଶଂସକ ତଥା ଭେଟେରାନମାନଙ୍କ ହୃଦୟ ଜିତିଛନ୍ତି। କାରଣ ତାଙ୍କର ବ୍ୟାଟିଂ ଏବଂ ସୃଜନଶୀଳ ସଟ-ଖେଳ ସଭିଙ୍କୁ ପସନ୍ଦ ଆସିଛି। ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଅଲରାଉଣ୍ଡର କପିଲ ଦେବ ମଧ୍ୟ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଲାଇନ ନେଇ ପ୍ରଭାବିତ ହୋଇଛନ୍ତି। କପିଲ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଶୈଳୀକୁ ପ୍ରଶଂସା କରିଛନ୍ତି। ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ କପିଲ କହିଛନ୍ତି, ବେଳେବେଳେ ସୂର୍ଯ୍ୟକୁମାରଙ୍କ ଇନିଂସକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ମଧ୍ୟ କମ ପଡ଼ିଥାଏ। ଯେତେବେଳେ ଆମେ ସଚିନ ତେନ୍ଦୁଲକର, ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଦେଖୁ, ଆମେ ଅନୁଭବ କରୁ ଯେ ଦିନେ ସୂର୍ଯ୍ୟ କୁମାର ନିଶ୍ଚିତ ଭାବରେ ଏହି ତାଲିକାର ଏକ ଅଂଶ ହେବେ।

କପିଲ ଆହୁରି କହିଛନ୍ତି, ଭାରତରେ ବାସ୍ତବରେ ବହୁତ ପ୍ରତିଭା ଅଛନ୍ତି। ସୂର୍ଯ୍ୟକୁମାର ଯେଉଁ ପ୍ରକାର ଖେଳ ଖେଳନ୍ତି, ତାହା ବୋଲରଙ୍କୁ ଭୟଭୀତ କରିଥାଏ। ସେ ଫାଇନ ଲେଗ ଉପରେ ଚମତ୍କାର ଲାପ ସଟ ହିଟ କରନ୍ତି। ସେ ଛିଡା ହୋଇ ମିଡ ଅନ ଏବଂ ମିଡ ୱିକେଟ ଉପରେ ଛକା ମାରିପାରନ୍ତି। ଏହା ବୋଲରମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିଥାଏ। ମୁଁ ଏବି ଡି ଭିଲିୟର୍ସ, ଭିଭିଆନ ରିଚାର୍ଡସ, ସଚିନ, ବିରାଟ, ରିକି ପଣ୍ଟିଂ ଭଳି ମହାନ ବ୍ୟାଟ୍ସମ୍ୟାନଙ୍କୁ ଦେଖିଛି କିନ୍ତୁ ଖୁବ କମ ଲୋକ ଏହିପରି ସଠିକତା ସହିତ ବଲକୁ ହିଟ କରିପାରିଥାନ୍ତି। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଣାମ। ଏହିପରି ଖେଳାଳିମାନେ ଶତାବ୍ଦୀରେ ଥରେ ଆସନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri