Posted inଖେଳ

ଆହତ ଗିଲଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଖେଳାଇବା ଚର୍ଚ୍ଚାକୁ ନେଇ ବର୍ଷିଲେ କପିଲ ଦେବ: ଚୟନକର୍ତ୍ତାଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୪।୭: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଓପନର୍‌ ଶୁଭମନ ଗିଲ ଆହତ ହୋଇଛନ୍ତି। ଏଥିପାଇଁ ସେ ଅତିକମ୍‌ରେ ଦୁଇମାସ କ୍ରିକେଟଠାରୁ ଦୂରରେ ରହିବେ। ଯଦି ସେ ଫିଟ୍‌ ନ ହୁଅନ୍ତି ତେବେ ସିରିଜ୍‌ରୁ ବାହାରି ମଧ୍ୟ ପାରନ୍ତି। ଏଭଳି ପରିସ୍ଥିତିରେ ଯୁବ ଓପନର୍‌ ପୃଥ୍ବୀ ଶ’ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିବା ନେଇ ଚର୍ଚ୍ଚା ହେଉଛି। ଏପରିକି ଶୁଭମନଙ୍କ ସ୍ଥାନରେ ତାଙ୍କୁ ଦଳକୁ ଆଣିବା ଲାଗି ଭାରତୀୟ ଟିମ୍‌ ପକ୍ଷରୁ ଦାବି କରାଯାଇଥିବା କୁହାଯାଉଛି। ହେଲେ ଏହି ଚର୍ଚ୍ଚାକୁ ନେଇ ପୂର୍ବତନ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ରାଗି ଯାଇଛନ୍ତି। ସେ ଚୟନକର୍ତ୍ତାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି।

ପୃଥ୍ବୀ ଏବେ ସୀମିତ ଓଭର ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ହେଲେ ସେଠାରୁ ତାଙ୍କୁ ଇଂଲଣ୍ଡ ପଠାଇବା ଆଲୋଚନାକୁ ନେଇ କପିଲ କହିଛନ୍ତି, ଏଭଳି କରିବାର ଆବଶ୍ୟକତା ନ ଥିବା ମୁଁ ଭାବୁଛି। ଚୟନକର୍ତ୍ତାଙ୍କର ମଧ୍ୟ କିଛି ସମ୍ମାନ ରହିବା ଉଚିତ। ସେମାନେ ଏକ ଦଳ ବାଛିଛନ୍ତି। ମୁଁ ନିଶ୍ଚିତ ଯେ ସେମାନଙ୍କର(ଶାସ୍ତ୍ରୀ ଏବଂ କୋହଲି) ପରାମର୍ଶ ବିନା ଏହା ହୋଇ ନ ଥିବ। ଦଳରେ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଭଳି ଦୁଇଟି ବଡ ଓପନିଂ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ତଥାପି ତୃତୀୟ ବିକଳ୍ପର ଆବଶ୍ୟକତା କ’ଣ ପାଇଁ ପଡ଼ିଛି ତାହା ଜଣାନାହିଁ। ଏହା ମଧ୍ୟ ଠିକ୍‌ ନୁହେଁ। ଦଳରେ ଥିବା ଓପନର୍‌ଙ୍କୁ ଖେଳାଇବା ଉଚିତ୍‌। ନଚେତ ଦଳରେ ଥିବା ଖେଳାଳିଙ୍କ ପାଇଁ ଏହା ଅପମାନ ହେବ ବୋଲି କପିଲ କହିଛନ୍ତି।

ଅଧିନାୟକ ଏବଂ ମ୍ୟାନେଜମେଣ୍ଟ ସେମାନଙ୍କ ମତାମତ ଦିଅନ୍ତୁ, ହେଲେ ଚୟନକର୍ତ୍ତାଙ୍କୁ ଅଣଦେଖା କରିବା ମୂଲ୍ୟରେ ନୁହେଁ। ଯେଉଁ ଖେଳାଳିଙ୍କୁ ଦଳରେ ନେଇଛ ତାଙ୍କୁ ତୁମେ ଛାଡ଼ି ପାରିବ ନାହିଁ। କାରଣ ସେମାନେ ବଡ଼ ଖେଳାଳି। ସେଭଳି କିଛି ହେଉ ବୋଲି ମୁଁ ଚାହେଁନାହିଁ। କାହିଁକିନା କୌଣସି ଅନାବଶ୍ୟକ ବିବାଦର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri