ଅସ୍ତିତ୍ୱ ହରାଇଛି କାଞ୍ଜିଆହୁଦା, ସହର ରାସ୍ତା ପାଲଟିଛି ଗୁହାଳ

ପଟ୍ଟାମୁଣ୍ଡାଇ,୨୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ କାଞ୍ଜିଆହୁଦା ଯୋଜନା ପ୍ରହସନରେ ପରିଣତ ହୋଇଛି। ଦିନ ହେଉ କି ରାତି ସହରର ରାସ୍ତାଗୁଡ଼ିକ କାଞ୍ଜିଆହୁଦା ପାଲଟିଛି। ବିଭିନ୍ନ ଛକରେ ମାଳମାଳ ଗୋରୁ ଗୋଠରେ ପଡ଼ି ରହିଲା ଭଳି ରାସ୍ତାରେ ଶୋଇ ରହୁଥିବା ଦେଖାଯାଉଛି। ଯାହା ଅନେକ ସମୟରେ ଲୋକଙ୍କ ପାଇଁ ବିପଦର କାରଣ ହୋଇ ଦୁର୍ଘଟଣା ଘଟୁଛି। ସହରରେ କାଞ୍ଜିଆହୁଦା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ। ଏଠାରେ ଗୋଶାଳା କି ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ଫଳରେ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳରେ ଗୋ ପ୍ରାଣୀଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ ସୁଦ୍ଧା କୋର୍ଟଙ୍କ ଏହି ନିର୍ଦ୍ଦେଶ ଫାଇଲ ଭିତରେ ରହିଯାଇଛି। ଗୋରୁଗୁଡିକ ବାହାରେ ବୁଲୁଥିବାରୁ ଗୋ ଚାଲାଣକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ସେମାନେ ରାତିରେ ରାସ୍ତା ଉପରୁ ଏହି ପ୍ରାଣୀମାନଙ୍କୁ ଟ୍ରକ୍‌ରେ ଉଠାଇ ବାହାରକୁ ଚାଲାଣ କରୁଥିବା ନେଇ କିଛି ମାସ ପୂର୍ବେ ଗଣ୍ଡଗୋଳ ଘଟି ମାମଲା ହୋଇଥିଲା। ପ୍ରଶାସନର ଏଭଳି ଖାମଖିଆଲ ନୀତି ପାଇଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବୁଦ୍ଧିଜୀବୀ ରମେଶ ଦାସ କୁହନ୍ତି, ବୁଲା ଷଣ୍ଢ, ଗାଈ, ଛେଳି ଓ ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନିକୁ ରୋକିବା ଦିଗରେ ପଟ୍ଟାମୁଣ୍ଡାଇ ସହର ମଧ୍ୟଭାଗରେ ବହୁ ଦିନରୁ ଏକ କାଞ୍ଜିଆହୁଦା କରାଯାଇଥିଲା। ମାତ୍ର ପୌର କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ କାଞ୍ଜିଆଘର ମରାମତି ନ ହୋଇ ଭାଙ୍ଗିରୁଜି ଗଲାଣି। ଏଠାରେ ରହୁଥିବା ଗୋରୁଙ୍କ ସୁରକ୍ଷା, ଖାଦ୍ୟପେୟ ତଥା ସ୍ବାସ୍ଥ୍ୟଗତ ସମସ୍ୟା ସୁଧାରିବାରେ ପୌର ପରିଷଦ ଧ୍ୟାନ ଦେଉନାହିଁ। କାଞ୍ଜିଆଘରେ ନେଇ ଗୋରୁଙ୍କୁ ରଖିଲେ ବି ସେମାନଙ୍କର ଯନତ୍ ନେଉନାହାନ୍ତି। ପୌର ପରିଷଦ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏବେ କାଞ୍ଜିଆଘରେ ଗୋରୁ ରହୁନାହାନ୍ତି। ଫଳରେ ରାଜରାସ୍ତା ପାଲଟିଛି ଗୁହାଳ।
ଯୁବନେତା ସତ୍ୟପ୍ରିୟ ସାମଲ କୁହନ୍ତି, ଏଠାରେ ଥିବା କାଞ୍ଜିଆହୁଦା ଦୀର୍ଘବର୍ଷ ହେଲା ବନ୍ଦ ହୋଇପଡ଼ିଛି। ଫଳରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସହରର ଜନସଂଖ୍ୟା ବୃଦ୍ଧି ସହିତ ନୂତନ ଜନବସତି ଗଢ଼ିଉଠିଛି। ବିଜୁ ପଟ୍ଟନାୟକ ଛକ, ଆମ୍ବେଡ଼କର ଛକ ଓ ମେଡିକାଲ ଛକରେ ଗୋରୁ ଶୋଇ ରହୁଛନ୍ତି। ପୂର୍ବରୁ ରାସ୍ତାରେ ବିଚରଣ କରୁଥିବା ଗୋରୁଙ୍କୁ ଉଦ୍ଧାର କରି କାଞ୍ଜିଆହୁଦାରେ ରଖାଯାଉଥିଲା। ଜରିମାନା ଆଦାୟ ପରେ ଗୋରୁଗୁଡିକୁ ମାଲିକଙ୍କୁ ହସ୍ତାନ୍ତର କରାଯାଉଥିଲା। ଫଳରେ ଲୋକଙ୍କ ମଧ୍ୟରେ ଭୟ ରହୁଥିଲା। କିନ୍ତୁ କାଞ୍ଜିଆହୁଦା ନିଜର ଅସ୍ଥିତ୍ୱ ହରାଇଛି। କାଞ୍ଜିଆହୁଦା ଭାଙ୍ଗିରୁଜି ଯାଇଥିବାରୁ ଲୋକେ ଗୋରୁଗୁଡିକୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏ ଦିଗରେ ପୌର ପରିଷଦ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି, ଏବେ ପଟ୍ଟାମୁଣ୍ଡାଇ ସହର ବୁଲା ଗୋରୁଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ମୁଖ୍ୟ ରାସ୍ତା ସହ ବିଭିନ୍ନ ଛକରେ ଦୈନିକ ବହୁ ବୁଲା ଗୋରୁ ଶୋଇରହି ଅସୁବିଧା ସୃଷ୍ଟି କରୁଥିବାରୁ ଯାନବାହନ ଚଳାଚଳ,ସାଧାରଣ ଯାତାୟାତ ବାଧାପ୍ରାପ୍ତ ହେଉଛି। ଗୋରୁ ଓ ଷଣ୍ଢଙ୍କ ମଧ୍ୟରେ ମରାମରି ଓ ମୁଖ୍ୟରାସ୍ତା ଅବରୋଧ ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ପଥଚାରୀ ଓ ଗାଡ଼ି ଚାଳକମାନେ ଆହତ ହେଉଛନ୍ତି। ହେଲେ ଏ ଦିଗରେ ସ୍ଥାନୀୟ ପୌର କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନ ଥିବା ବିଭିନ୍ନ ମହଲରୁ ତଥା ବଜାରର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କୁ ପଚାରିବାରେ ଏଠାରେ ଥିବା କାଞ୍ଜିଆହୁଦା ବହୁତ ଛୋଟ। ସହରରେ ବୁଲୁଥିବା ଗୋରୁଙ୍କୁ ସେଠାରେ ରଖାଗଲେ ମଧ୍ୟ ଅନେକ ବାହାରେ ବୁଲୁଛନ୍ତି। ଗୋଶାଳା ଓ କାଞ୍ଜିଆହୁଦା କରାଯିବା ନେଇ ଯୋଜନା ଚାଲିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶା ସେବନ କରୁଥିଲେ ସ୍ତ୍ରୀ, ରାଗିଯାଇ ହତ୍ୟା କରିଥିଲେ ସ୍ବାମୀ, ବ୍ୟବଚ୍ଛେଦ ରିପୋର୍ଟରେ ବଡ଼ ଖୁଲାସା

ଦେବଗଡ,୧୩।୩(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଥାନା ବ୍ରାହ୍ମଣୀମାଳ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ…

ଶତ୍ରୁଙ୍କ ବିରୋଧରେ ମୋଜ୍‌ତାବାଙ୍କ ରଣହୁଙ୍କାର, ଆମ ବଳିଦାନର ପ୍ରତିଶୋଧ ନେବୁ

ତେହରାନ୍‌ ,୧୩।୩: ଆମେରିକା-ଇରାନ୍‌ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍‌ର ନବ ନିଯୁକ୍ତ ସୁପ୍ରିମ ଲିଡର୍‌ ମୋଜ୍‌ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର…

ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri