ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣ ଶିବିରରେ ଡେପୁଟି କଲେକ୍ଟର ସୁମତି ପଣ୍ଡା, ପରିସଂଖ୍ୟାନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଜନଗଣନାର ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ଶିବିରରେ ସୂଚନା ଦିଆଯାଇଥିଲା, ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଦ୍ୱାରା ଗତ ୧୦ତାରିଖରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଡିଜିଟାଲ ଗଣନା ବ୍ୟବସ୍ଥା ରହିବ। ଯେଉଁଥିରେ ଯେକୌଣସି ବ୍ୟକ୍ତି ସେନର୍ସ ପୋର୍ଟାଲ ବ୍ୟବହାର କରି ନିଜର ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବା ପରେ ଏକ ରେଫରେନ୍ସ ନମ୍ବର ପାଇପାରିବେ। ଏହାପରେ ସମ୍ପୃକ୍ତ ଏନ୍ୟୁମରେଟର୍‌ ଘରୋଇ ସେନର୍ସ ସର୍ଭେ ସମୟରେ ପୁନର୍ବାର ଯାଞ୍ଚ କରି ସଠିକ୍‌ ତଥ୍ୟ ଅନ୍‌ଲାଇନ ମାଧ୍ୟମରେ ଲିପିବଦ୍ଧ କରିବେ। ଏହି ଜନଗଣନା କାର୍ଯ୍ୟକ୍ରମରେ ମୋଟ ୫୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ଓ ଅଧ୍ୟାପକ ତଥା ଶିକ୍ଷକମାନଙ୍କୁ ଫିଲ୍ଡ ଟ୍ରେନର ଭାବେ ନିଯୁକ୍ତି ଦିଆଯାଇଛି। ଜନଗଣନାର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବେ ବୁଝି ନିର୍ଭୁଲ୍‌ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଅବସରରେ ଅତିରିକ୍ତ ଜିଲାପାଳ ସାହୁ ଶିବିରରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଡେପୁଟି କଲେକ୍ଟର ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ପରେ ଅତିରିକ୍ତ ଜିଲାପାଳ ସାହୁ କହିଥିଲେ, ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ। ଏଥିରେ କେବଳ ବ୍ୟକ୍ତିବିଶେଷଙ୍କ ଗଣନା ନୁହେଁ, ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯିବ। ଯାହା ଯୋଜନା ଏବଂ ନୀତି ପ୍ରଣୟନରେ ସାହାଯ୍ୟ କରେ। ତେଣୁ ସମସ୍ତେ ନିଜର ସଠିକ୍‌ ତଥ୍ୟ ପ୍ରଦାନ କରିବା ଉଚିତ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଟ୍ରେନିଂ ଅଫିସର ଭାବେ ଶ୍ରୀକାନ୍ତ ବେହେରା ଓ ନିରଞ୍ଜନ ତ୍ରିପାଠୀ ଯୋଗ ଦେଇ ବରଗଡ଼ ଜିଲାରେ ଜନଗଣନାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଜନଗଣନା ସମ୍ପର୍କିତ ବିଭିନ୍ନ ପର୍ଯ୍ୟାୟ ଉପରେ ଆଲୋଚନା କରିଥିଲେ। ଏହା ସହିତ ଜନଗଣନା ନିମିତ୍ତ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟ ତଥା ହାଉସ୍‌ ଲିଷ୍ଟିଂ, ବ୍ଲକ ଚିହ୍ନଟ ଓ ଗଠନ ପ୍ରକ୍ରିୟା, ଚାର୍ଜ ରେଜିଷ୍ଟର ପ୍ରସ୍ତୁତି, ସଠିକ୍‌ ଭାବେ ଗୃହ ସଂଖ୍ୟାକରଣ ଓ ନ୍ୟାଶନାଲ ମ୍ୟାପ୍‌ ପ୍ରସ୍ତୁତି, ଅନ୍‌ଲାଇନ ତଥ୍ୟ ସଂଗ୍ରହ ପ୍ରକ୍ରିୟା, ଫିଲ୍ଡ ଟ୍ରେନରମାନଙ୍କ ନିଯୁକ୍ତି, କାର୍ଯ୍ୟବଣ୍ଟନ ଏବଂ ସେମାନଙ୍କ କାର୍ଯ୍ୟଗତି ଟ୍ରାକିଂ ବ୍ୟବସ୍ଥା, ସେର୍ନ୍‌ସ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନଙ୍କ ଭୂମିକା ଓ ଦାୟିତ୍ୱ ତଥା ସଠିକ୍‌ ସମୟସୀମା ମଧ୍ୟରେ ଗୁଣାତ୍ମକ ତଥ୍ୟ ସଂଗ୍ରହ ପାଇଁ ବିଭାଗୀୟ ସମନ୍ବୟ ଓ ନିରନ୍ତର ନିରୀକ୍ଷଣ ଭଳି ବିଭିନ୍ନ ବିଷୟରେ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?