Posted inଜାତୀୟ

ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଟାର୍ଗେଟ କଲେ କହ୍ନେୟା କୁମାର

ଭୋପାଳ,୩୧।୭: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ପ୍ରତିଦ୍ୱନ୍ଦି ଦଳ ଗୁଡିକ ପରସ୍ପରକୁ ନେଇ କଥା କଟାକଟିରେ ଲାଗି ପଡିଲେଣି। ଇନ୍ଦୋରରେ ହୋଇଥିବା କଂଗ୍ରେସର ଆଦିବାସୀ ମହାପଞ୍ଚାୟତରେ ବି ଏମିତି କିଛି ଦେଖିବାକୁ ମିଳିଛି। କଂଗ୍ରେସ ନେତା କହ୍ନେୟା କୁମାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବଡ ଟାର୍ଗେଟ କରିଛନ୍ତି। କୃଷ୍ଣ ଲୀଲା ବିଷୟରେ ଉଦାହରଣ ଦେଇ ସେ କହିଛନ୍ତିି, ‘କୃଷ୍ଣ କଂସଙ୍କୁ ବଦ୍ଧ କରିଥିଲେ ଏବଂ କଂସ ମଧ୍ୟ ତାଙ୍କ ମାମୁଁ ଥିଲେ। ମୋର ନାମ ମଧ୍ୟ କହ୍ନେୟା। ଏହା କହି କଂଗ୍ରେସ ନେତା ଶିବରାଜଙ୍କ ଉପରେ ସିଧାସଳଖ ‘ମାମୁ’ଙ୍କୁ ଟାର୍ଗେ କରୁଥିବା ଦେଖିବାକୁ ମିଳିଥିଲା।
ସେ କହିଛନ୍ତି, ‘ମାମୁଙ୍କ ପୁଅ ବିଦେଶ ପଢିବାକୁ ଯାଇଥିଲେ। ମୋତେ ମାମୁଁ ବିଷୟରେ ଗୋଟିଏ କଥା କହିବାକୁ ଦିଅ। ମୋର ନାମ କହ୍ନେୟା ଏବଂ କୃଷ୍ଣ କଂସଙ୍କୁ ବଦ୍ଧ କରିଥିଲେ ଏବଂ କଂସ କୃଷ୍ଣଙ୍କର ମାମୁଁ ଥିଲେ। ମୁଁ ସେଥିପାଇଁ କହୁଛି କାରଣ ଆମ ଆଖି ଖୋଲିବା ଏବଂ ସତ୍ୟ ଦେଖିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି, ’ଏହି ରାଜ୍ୟରେ ଗରିବଙ୍କ ପାଇଁ କୌଣସି କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ହଷ୍ଟେଲ ନିର୍ମାଣ ହେବ ନାହିଁ । କାରଣ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ପୁଅ ପଢିବାକୁ ବିଦେଶ ଯିବେ, ତେବେ ସେ ଆଦିବାସୀମାନଙ୍କ ପାଇଁ ଏକ କଲେଜ କାହିଁକି ନିର୍ମାଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
କହ୍ନେୟା କୁମାର ଟାର୍ଗେଟ କରି କହିଛନ୍ତି ଯେ ଏହି ଲୋକମାନେ ୨୦ବର୍ଷ ଧରି ସରକାର ଚଳାଉଛନ୍ତି, କିନ୍ତୁ ଯେତେବେଳେ ନିର୍ବାଚନକୁ ୨୦ମାସ ବାକି ରହିଲା, ସେତେବେଳେ ସେମାନେ ‘ପ୍ରିୟ ଭଉଣୀ’ମାନଙ୍କୁ ମନେ ପକାଇଲେ। କହିଲେ କି ଆମେ ୨୦୦୦ ଟଙ୍କା ଦେବୁ। ସେ ଆହୁରି ମଧ୍ୟ କହିଛନ୍ତି, ତୁମେ ୨୦୦୦ଟଙ୍କା ତୁମ ପାଖରେ ରଖ, କେବଳ ଏତିକି କୁହ ଯେ ୩୫୦ସିଲିଣ୍ଡର ଏବେ ୧୪୦୦ଟଙ୍କାରେ କାହିଁsକି ଦିଆଯାଉଛି। ଦୁଇମାସ ପର୍ଯ୍ୟନ୍ତ ୨୦୦୦ ଟଙ୍କା ପାଇଁ ମୋବାଇଲ ରିଚାର୍ଜ ସମ୍ଭବ ନୁହେଁ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରତାରଣା କରୁଛନ୍ତି ଏବଂ ଆମେ ତାଙ୍କ ଖେଳ ବଝିପାରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri