Odisha Elections 2024
Posted inଜାତୀୟ

ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଟାର୍ଗେଟ କଲେ କହ୍ନେୟା କୁମାର

ଭୋପାଳ,୩୧।୭: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ପ୍ରତିଦ୍ୱନ୍ଦି ଦଳ ଗୁଡିକ ପରସ୍ପରକୁ ନେଇ କଥା କଟାକଟିରେ ଲାଗି ପଡିଲେଣି। ଇନ୍ଦୋରରେ ହୋଇଥିବା କଂଗ୍ରେସର ଆଦିବାସୀ ମହାପଞ୍ଚାୟତରେ ବି ଏମିତି କିଛି ଦେଖିବାକୁ ମିଳିଛି। କଂଗ୍ରେସ ନେତା କହ୍ନେୟା କୁମାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବଡ ଟାର୍ଗେଟ କରିଛନ୍ତି। କୃଷ୍ଣ ଲୀଲା ବିଷୟରେ ଉଦାହରଣ ଦେଇ ସେ କହିଛନ୍ତିି, ‘କୃଷ୍ଣ କଂସଙ୍କୁ ବଦ୍ଧ କରିଥିଲେ ଏବଂ କଂସ ମଧ୍ୟ ତାଙ୍କ ମାମୁଁ ଥିଲେ। ମୋର ନାମ ମଧ୍ୟ କହ୍ନେୟା। ଏହା କହି କଂଗ୍ରେସ ନେତା ଶିବରାଜଙ୍କ ଉପରେ ସିଧାସଳଖ ‘ମାମୁ’ଙ୍କୁ ଟାର୍ଗେ କରୁଥିବା ଦେଖିବାକୁ ମିଳିଥିଲା।
ସେ କହିଛନ୍ତି, ‘ମାମୁଙ୍କ ପୁଅ ବିଦେଶ ପଢିବାକୁ ଯାଇଥିଲେ। ମୋତେ ମାମୁଁ ବିଷୟରେ ଗୋଟିଏ କଥା କହିବାକୁ ଦିଅ। ମୋର ନାମ କହ୍ନେୟା ଏବଂ କୃଷ୍ଣ କଂସଙ୍କୁ ବଦ୍ଧ କରିଥିଲେ ଏବଂ କଂସ କୃଷ୍ଣଙ୍କର ମାମୁଁ ଥିଲେ। ମୁଁ ସେଥିପାଇଁ କହୁଛି କାରଣ ଆମ ଆଖି ଖୋଲିବା ଏବଂ ସତ୍ୟ ଦେଖିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି, ’ଏହି ରାଜ୍ୟରେ ଗରିବଙ୍କ ପାଇଁ କୌଣସି କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ହଷ୍ଟେଲ ନିର୍ମାଣ ହେବ ନାହିଁ । କାରଣ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ପୁଅ ପଢିବାକୁ ବିଦେଶ ଯିବେ, ତେବେ ସେ ଆଦିବାସୀମାନଙ୍କ ପାଇଁ ଏକ କଲେଜ କାହିଁକି ନିର୍ମାଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
କହ୍ନେୟା କୁମାର ଟାର୍ଗେଟ କରି କହିଛନ୍ତି ଯେ ଏହି ଲୋକମାନେ ୨୦ବର୍ଷ ଧରି ସରକାର ଚଳାଉଛନ୍ତି, କିନ୍ତୁ ଯେତେବେଳେ ନିର୍ବାଚନକୁ ୨୦ମାସ ବାକି ରହିଲା, ସେତେବେଳେ ସେମାନେ ‘ପ୍ରିୟ ଭଉଣୀ’ମାନଙ୍କୁ ମନେ ପକାଇଲେ। କହିଲେ କି ଆମେ ୨୦୦୦ ଟଙ୍କା ଦେବୁ। ସେ ଆହୁରି ମଧ୍ୟ କହିଛନ୍ତି, ତୁମେ ୨୦୦୦ଟଙ୍କା ତୁମ ପାଖରେ ରଖ, କେବଳ ଏତିକି କୁହ ଯେ ୩୫୦ସିଲିଣ୍ଡର ଏବେ ୧୪୦୦ଟଙ୍କାରେ କାହିଁsକି ଦିଆଯାଉଛି। ଦୁଇମାସ ପର୍ଯ୍ୟନ୍ତ ୨୦୦୦ ଟଙ୍କା ପାଇଁ ମୋବାଇଲ ରିଚାର୍ଜ ସମ୍ଭବ ନୁହେଁ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରତାରଣା କରୁଛନ୍ତି ଏବଂ ଆମେ ତାଙ୍କ ଖେଳ ବଝିପାରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌

ନୂଆଦିଲ୍ଲୀ,୧୭।୫:ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ଔଷଧ ଶସ୍ତା ହୋଇଛି। କେନ୍ଦ୍ର ସରକାର ଏହିସବୁ ଔଷଧ ଗୁଡିକର ନୂତନ ମୂଲ୍ୟ ସ୍ଥିର...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩ ବର୍ଷର ଝିଅକୁ କାର୍‌ ଭିତରେ ଛାଡି ମା’ବାପା ଗଲେ ବିବାହ ଭୋଜି: ପରେ ଆସି ଦେଖିବାରୁ…

କୋଟା, ୧୭।୫:ରାଜସ୍ଥାନର କୋଟାରେ ଗୁରୁବାର ଏକ ବନ୍ଦ କାର୍‌ରେ ଜଣେ ୩ ବର୍ଷୀୟା ଝିଅର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ପ୍ରଦୀପ ନାଗର...

ରଶ୍ମିକା ମନ୍ଦନାଙ୍କ ପୋଷ୍ଟ ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୫: ଅଭିନେତ୍ରୀ ରଶ୍ମିକା ମନ୍ଦନା ନ୍ୟାଶନାଲ କ୍ରସ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ଆନିମଲ ଫିଲ୍ମରେ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଅଭିନୟକୁ...

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ମମତା ବାନାର୍ଜୀ

କୋଲକତା,୧୭।୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ସେ କହିଥିଲେ...

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri