କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ

ବନ୍ତଳା,୯ା୬(ସୁଶିତ ସାହୁ): ମାତ୍ର ୨୧ ବର୍ଷ ବୟସରେ ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ଅଞ୍ଚଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହୋଇଛନ୍ତି ପାଇଲଟ୍‌। ୨୦୨୫ ଫେବୃଆରୀରେ ତାଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଇଛି। ସମୀକ୍ଷାଙ୍କ ଏପରି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି କାଙ୍ଗୁଲା ଅଞ୍ଚଳବାସୀ।
କାଙ୍ଗୁଲା ବେନ୍ତପୁର ପଞ୍ଚାୟତ କାଙ୍ଗୁଲା ଗ୍ରାମର ସଞ୍ଜୟ କୁମାର ବେହେରା ଓ ସରୋଜିନୀ ବାଘଙ୍କ ଝିଅ ହେଉଛନ୍ତି ସମୀକ୍ଷା। ବାପା ସଞ୍ଜୟ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାବେଳେ ଝିଅ ସମୀକ୍ଷାଙ୍କ ପ୍ରାଥମିକ ଶିକ୍ଷା ଅନୁଗୋଳର ଏକ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ସମାପ୍ତ ହୋଇଥିଲା। ପରେ ଭୁବନେଶ୍ୱରସ୍ଥିତ ଏକ ଇଂଲିଶ ମାଧ୍ୟମ ସ୍କୁଲରୁ ଏକାଦଶ ଓ ଦ୍ୱାଦଶରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସମୀକ୍ଷା। ଇଂଲିଶରେ ବେଶ୍‌ ଦକ୍ଷ ହୋଇଥିବାରୁ ରାଜ୍ୟସ୍ତରୀୟ ସ୍ପେଲ୍‌ବି ପ୍ରତିଯୋଗିତାରେ ଭାଗନେଇ ସେ ୩ୟ ସ୍ଥାନ ଅଧିକାର କରିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ। ଏଥିପାଇଁ ସେ ବିମାନରେ କୋଏମ୍ବାଟୁର ଯାତ୍ରା କରିଥିଲେ। ପ୍ରଥମ ଥର ଏହି ବିମାନ ଯାତ୍ରା ସମୟରେ ହିଁ ସମୀକ୍ଷା ପାଇଲଟ ହେବାକୁ ଚିନ୍ତା କରିଥିଲେ। ଏ ସମ୍ପର୍କିତ ପାଠ୍ୟକ୍ରମ ଓ ତାଲିମ ବିଷୟରେ ଇଣ୍ଟରନେଟ ସର୍ଚ୍ଚ କରି ଜାଣିବା ପରେ ସେ ଭୁବନେଶରସ୍ଥିତ ଗଭର୍ଣ୍ଣମେଣ୍ଟ ଆଭିଏଶନ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଗତି)ରେ ନାମ ଲେଖାଇଥିଲେ। ଏହାପରେ ପ୍ରଶିକ୍ଷଣ ପାଇଁ ଢେଙ୍କାନାଳ ବିରାଶାଳସ୍ଥିତ ବିମାନ ତାଲିମ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ସିଙ୍ଗଲ ଇଞ୍ଜିନ ବିମାନ ଉଡ଼ାଣ ଟ୍ରେନିଂ ଓ ପୁନେଠାରେ ମଲ୍‌ଟି ଇଞ୍ଜିନ ବିମାନ ଉଡ଼ାଣ ଟ୍ରେନିଂ ଶେଷକରି କମର୍ସିଆଲ ବିମାନ ଉଡ଼ାଇବାରେ ସକ୍ଷମ ହୋଇଥିଲେ। ସେ ୯,୪୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡ଼ାଣ କରିବା ସହିତ ୨୦୦ ଘଣ୍ଟା ଉଡ଼ାଣର ଅଭିଜ୍ଞତା ହାସଲ କରିପାରିଛନ୍ତି। ୨୦୨୨ରୁ ୨୦୨୫ ଭିତରେ କଠିନ ପରିଶ୍ରମ ବଳରେ ସମୀକ୍ଷା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିବାରୁ ଏହି ସଫଳତା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ସହ କାଙ୍ଗୁଲା ସମେତ ଜିଲା ପାଇଁ ଗର୍ବ ଓ ଗୌରବ ପାଲଟିଥିବା ବାପା ସଞ୍ଜୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri