ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ ଏବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବୟାନ ଦେଇ କଙ୍ଗନା ଏବେ ଚର୍ଚ୍ଚାରେ ରହି ଆସୁଛନ୍ତି। କଙ୍ଗନାଙ୍କ କର୍ମଜୀବନକୁ ଯଦି ଦେଖାଯାଏ, ତେବେ ସେ ଗୋଟିଏ ଫିଲ୍ମ ପାଇଁ ୧୧ କୋଟି ପର୍ଯ୍ୟନ୍ତ ପାଉଣା ନେଇଥାନ୍ତି। ପ୍ରଚାର ପାଇଁ ଗୋଟିଏ ଦିନର ପାଉଣା ସ୍ବରୂପ ସେ ୧.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି। ତାଙ୍କର ମୋଟ ସମ୍ପତ୍ତି କେତେ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଫୋବ୍ସ ତାଲିକାନୁଯାୟୀ ସେ ୨୦୧୯ରେ ୧୭.୫ କୋଟି ଟଙ୍କା ରୋଜଗାର କରିଥିଲେ।

ଫୋବ୍ସ ତାଲିକାରେ କଙ୍ଗନା ୭୦ତମ ସ୍ଥାନରେ ଥିଲେ। ହେଲେ ଏହି ତଥ୍ୟକୁ ମିଥ୍ୟା ବୋଲି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ କହିଥିଲେ। ଯେତିକି ଟଙ୍କା ସେ ପାଉଥିବା ଦେଖାଯାଇଛି, ସେତିକି ଟଙ୍କାର ସେ ଟ୍ୟାକ୍ସ ଦେଇଥାନ୍ତି ବୋଲି ରଙ୍ଗୋଲୀ କହିଥିଲେ। ବାସ୍ତବରେ ଦେଖିବାକୁ ଗଲେ କଙ୍ଗନା ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ସେଲିବ୍ରିଟି ମଧ୍ୟରୁ ଜଣେ। ସେ ମହଙ୍ଗାଗାଡ଼ିର ମଧ୍ୟ ସଉକ ରଖନ୍ତି। ରିଅଲ ଇଷ୍ଟେଟ୍‌ ପ୍ରୋଜେକ୍ଟରେ ବଡ଼ ଭାଗିଦାରୀ ଥିବାରୁ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମତୁଆଲା କରୁଛି ନୋରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଖୁବ୍‌ କମ୍‌ ଦିନରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌...

ଚର୍ଚ୍ଚାରେ ଅଲିନା: ଦିଶୁଛନ୍ତି କଟ୍ରିନାଙ୍କ ନକଲ

ମୁମ୍ବାଇ: ଚର୍ଚ୍ଚାରେ ଟିକ୍‌ ଟକ୍‌ ସେନ୍‌ସେଶନ୍‌ ତଥା ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ସେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ଅବିକଳ ନକଲ ଦିଶୁଥିବା କୁହାଯାଉଛି।...

ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ହୃଦୟରୁ ଧନ୍ୟବାଦ ହେଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶ ଲଢୁଥିବା ବେଳେ ବଲିଉଡ୍‌ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇଛି। ଦେଶ ଲକ୍‌ଡାଉନ୍‌ ଥିବା ସମୟରେ...

ପ୍ରଶଂସକଙ୍କୁ ମନ ଦେଇ ବସିଥିଲେ ଏହି ସୁପରଷ୍ଟାର୍‌

ଦକ୍ଷିଣର ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ...

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪...

ମୁନ୍ନି ପରେ ‘ମୁନ୍ନା ବଦ୍‌ନାମ୍‌ ହୁଆ’..ଗୀତ ରିଲିଜ୍‌

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ୍‌ ହେବା ପରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଗୀତ୍‌ଗୁଡିକ ମଧ୍ୟ ରିଲିଜ୍‌ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦ୍‌ନାମ ହୁୟି..ଗୀତଟି...

ବରୁଣ-ନତାଶାଙ୍କ ବିବାହ ଉତ୍ସବରେ ବଚ୍ଚନ ପରିବାରକୁ ମିଳିଲାନି ନିମନ୍ତ୍ରଣ

ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନତାଶା ଦଲାଲଙ୍କ ବିବାହ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଶନିବାର ସେମାଙ୍କର ସଙ୍ଗିତ ସେରିମନି ଥିବା...

Advertisement
Seven Jackpot


Archives

Model This Week