ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି, କାହିଁକି ଏମିତି କହିଲେ କଙ୍ଗନା

କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି। ସେପଟେ ଏହାକୁ ରାଜନୀତି ଆରମ୍ଭ ହୋଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କୁ କିଛି ୟୁଜର୍ସ ଟୁଇଟର୍‌ରେ ଟାର୍ଗେଟ କରିଛନ୍ତି। ସେ କୁଆଡେ କୃଷକମାନଙ୍କୁ ଆତଙ୍କବାଦୀ କହିଥିବା କିଛି ୟୁଜର୍ସ ମତ ଦେବା ପରେ ରାଗିଯାଇଛନ୍ତି କଙ୍ଗନା। ଏନେଇ ସେ ଏକ ଟୁଇଟ୍‌ କରି କହିଛନ୍ତି, ଶ୍ରୀକୃଷ୍ଣଙ୍କର ଯେମିତି ନାରାୟଣ ସେନା ଥିଲେ, ସେମିତି ପପୁଙ୍କର ମଧ୍ୟ ଏକ ଚମ୍ପୁ ସେନା ଅଛି ସେମାନେ କେବଳ ଗୁଜବ ମାଧ୍ୟମରେ ଲଢିବା ଜାଣନ୍ତି। ଯଦି କେହି ପ୍ରମାଣ କରିପାରିବେ ଯେ ମୁଁ କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଛି, ତେବେ ମୁଁ କ୍ଷମା ମାଗିବି ଏବଂ ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି। କଙ୍ଗନା ରାଣାୱତ ସେପ୍ଟେମ୍ବର ୨୦ରେ କୃଷି ବିଲ ଉପରେ ଟୁଇଟ କରି କହିଥିଲେ, ପ୍ରଧାନମନ୍ତ୍ରୀ ଜୀ କେହି ଜଣେ ଶୋଇଛନ୍ତି, ତାଙ୍କୁ ଜାଗ୍ରତ କରାଯାଇପାରିବ, ଯାହାର ଭୁଲବୁଝାମଣା ଥିବ ତାକୁ ବୁଝାଯାଇପାରିବ। କିନ୍ତୁ ଯିଏ ଶୋଇବା ଅଭିନୟ କରିବ, ନ ବୁଝିବା ଅଭିନୟ କରିବ ତାଙ୍କୁ ଯେତେ ବୁଝାଇଲେ କିଛି ଫରକ ପଡିବ ନାହିଁ। ସେମାନେ ସେହି ଆତଙ୍କବାଦୀ, ସିଏଏରୁ କୌଣସି ବ୍ୟକ୍ତି ନାଗରିକତ୍ୱକୁ ଯାଇ ନ ଥିଲେ ମଧ୍ୟ ସେମାନେ ରକ୍ତର ନଦୀ ଖେଳାଇଦେଇଥିଲେ। ଏହା ପରେ ତାଙ୍କ ଟୁଇଟକୁ କୃଷକ ବିରୋଧୀ କୁହାଯିବା ଆରମ୍ଭ ହୋଇଥିଲା। କଙ୍ଗନା କୃଷକମାନଙ୍କୁ ଆତଙ୍କବାଦୀ କହିଥିବା କିଛି ଲୋକ ଅଭିଯୋଗ କରିଥିଲେ।

https://twitter.com/KanganaTeam/status/1307957044075311105


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?