ଫ୍ଲୋରାଲ୍‌ ପ୍ରିଣ୍ଟ ଫ୍ୟାଶନ୍‌

ଲକ୍‌ଡାଉନ୍‌ ପାଇଁ ଫିକା  ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ  ନେଇଛି । ଫ୍ୟାଶନ୍‌ ଦୁନିଆରେ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟର ଚାହିଦା ଖୁବ୍‌ ବଢ଼ିବାରେ ଲାଗିଛି। ଫ୍ଲୋରାଲ୍‌ ପ୍ରିଣ୍ଟରେ
ବିଶେଷକରି ସୂର୍ଯ୍ୟମୁଖୀ ପ୍ରିଣ୍ଟ ସବୁଠୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।

ଫ୍ୟାଶନ ଡିଜାଇନରଙ୍କ ମତରେ ଫ୍ଲୋରାଲ ପ୍ରିଣ୍ଟର ଚାହିଦା ପ୍ରାୟତଃ ସବୁବେଳେ ରହିଥାଏ। କିନ୍ତୁ ଆଗରୁ ଲୋକଙ୍କର ଛୋଟ ଫୁଲର ପ୍ରିଣ୍ଟ ପସନ୍ଦ ଥିବାବେଳେ ଏବେ ବଡ଼ ଫୁଲଥିବା ପ୍ରିଣ୍ଟ ଅଧିକ ପସନ୍ଦ ହୋଇଛି। ବିଶେଷକରି ମାର୍କେଟରେ ସୂର୍ଯ୍ୟମୁଖୀ ଫୁଲ ପ୍ରିଣ୍ଟର ଡ୍ରେସର ଚାହିଦା ବହୁତ ଅଧିକ ରହିଛି। ଅନ୍‌ଲାଇନ୍‌ରେ ମଧ୍ୟ ଏହି ପ୍ରିଣ୍ଟର ଡ୍ରେସ ଓ ଶାଢ଼ୀ ବହୁତ ବିକ୍ରି ହେଉଛି।
କିପରି ପିନ୍ଧିବେ
– ସୂର୍ଯ୍ୟମୁଖୀ ପ୍ରିଣ୍ଟ ହିଁ ଏକ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ। ଆପଣ ଏହି ପ୍ରିଣ୍ଟର ୱେଷ୍ଟର୍ଣ୍ଣ ଡ୍ରେସ ପିନ୍ଧୁଥିଲେ ଆସେସରିଜ୍‌ ସିମ୍ପଲ ରଖନ୍ତୁ। ଏହି ପ୍ରିଣ୍ଟ ବୋଲ୍ଡ ହୋଇଥିବାରୁ ହେଭି ଗହଣା ଲଗାନ୍ତୁ ନାହିଁ।
– ଏହି ପ୍ରିଣ୍ଟ ଯେକୌଣସି ରଙ୍ଗରେ ଭଲ ଲାଗିଥାଏ, କିନ୍ତୁ କଳା ଓ ହଳଦିଆ ରଙ୍ଗରେ ଏହା ଅଧିକ ସୁନ୍ଦର ଲାଗେ। ତେଣୁ ଡ୍ରେସ, ସ୍କର୍ଟ, ଗାଉନ୍‌ କିଣୁଥିଲେ ଏହି ରଙ୍ଗର କିଣନ୍ତୁ।
– ସୂର୍ଯ୍ୟମୁଖୀ ପ୍ରିଣ୍ଟର ଆସେସରିଜ୍‌ ଯେପରି କି ଇୟର ରିଙ୍ଗ୍‌, ହେୟାର ବ୍ୟାଣ୍ଡ, ଜୋତା, ସକ୍ସ, ଟାଇ, ବଟମ୍‌ ରିଙ୍ଗ୍‌ସ ଆଦି ଏବେ ବଜାରରେ ମିଳୁଛି।
– ଆପଣ ଚାହିଁଲେ ନିଜ କଳା କିମ୍ବା ଧଳା ରଙ୍ଗର ଶାର୍ଟ ଉପରେ ସୂର୍ଯ୍ୟମୁଖୀ ପ୍ରିଣ୍ଟ କରି ଏଥେନିକ୍‌ ଲୁକ୍‌ ଦେଇପାରିବେ।
– ଫ୍ୟାଶନ୍‌ ଡିଜାଇନରଙ୍କ ମତରେ ଏହି ପ୍ରିଣ୍ଟର ଶାଢ଼ି ବିଶେଷ କରି ଲାଇଲନ୍‌ ଶାଢି ଖୁବ୍‌ ପସନ୍ଦ ହେଉଛି। ତେଣୁ ଆପଣ ବି ଫ୍ୟାଶନ ଟ୍ରେଣ୍ଡକୁ ଲକ୍ଷ୍ୟ କରି ପୋଷାକ କିଣନ୍ତୁ।
– ସବୁ ବୟସର ମହିଳାଙ୍କୁ ଏହି ପ୍ରିଣ୍ଟ ଭଲ ଲାଗିବ। ତେଣୁ ସମସ୍ତଙ୍କୁ ଏହା ବୋଲ୍ଡ ଲାଗିବ ମାତ୍ର ଓଭର ଡିଜାଇନ୍‌ ଲାଗିବ ନାହିଁ।
– କର୍ଟନ, ଲାଇଲନ୍‌, ଶିଫନ୍‌ ଆଦି ସବୁ ପ୍ରକାରର ମ୍ୟାଟେରିଆଲରେ ଏହି ପ୍ରିଣ୍ଟ ବହୁତ ଭଲ ଲାଗିବ। ତେଣୁ ନିଜ ତ୍ୱଚାର ରଙ୍ଗ ଅନୁସାରେ କିଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟରୁ ମିଳିବ ଉଷ୍ଣତା

ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଶୀତବସ୍ତ୍ରର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ଏହିଦିନେ ଶରୀର ପାଇଁ ବାହ୍ୟ ଉଷ୍ଣତା ସହ ଆଭ୍ୟନ୍ତରୀଣ...

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

ନିଜ ପର୍ସନାଲିଟି ଅନୁଯାୟୀ କିପରି ଚୟନ କରିବେ ଡ୍ରେସ୍‌

ଫ୍ୟାସନେବୁଲ ଏବଂ ଷ୍ଟାଇଲିଶ ହେବାକୁ କାହାର ବା ଇଚ୍ଛା ନ ଥାଏ ? ଆଜିକାଲିର ଆଧୁନିକ ଯୁଗରେ ଯୁବତୀ ହୁଅନ୍ତୁ ଅବା  ଗୃହିଣୀ ନିଜର ପର୍ସନାଲିଟି...

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

ଚେହେରା ଅନୁଯାୟୀ ବିନ୍ଦି

ବିନ୍ଦି! ନାରୀଙ୍କୁ ଦେଇଥାଏ ଏକ ଆକର୍ଷଣୀୟ ଲୁକ୍‌। ପାରମ୍ପରିକ ପୋଷାକରେ ତ ଏହା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ବିଭିନ୍ନ ପ୍ରକାରର ବିନ୍ଦି ଦେଖିବାକୁ ମିଳୁଥିବା...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

ବର୍ଷା: ପିଲା ରହିବେ ଫିଟ୍‌

ଆରମ୍ଭ ହୋଇସାରିଛି ବର୍ଷାଦିନ। ଏସମୟରେ ଖରାରୁ ବର୍ଷା ପାଇଁ ହଠାତ୍‌ ପାଣିପାଗର ପରିବର୍ତ୍ତନ ଅନେକଙ୍କଠାରେ ସାଜିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ । ବିଶେଷକରି ପିଲାଙ୍କ...

ଘରେ କେଉଁଠି ରଖିବେ ହାତୀ ମୂର୍ତ୍ତି

ବାସ୍ତୁ ହେଉ ଅବା ଜ୍ୟୋତିଷ ଶାସ୍ତ୍ର ସବୁଥିରେ ହାତୀକୁ ବହୁତ ଶୁଭ ମଣାଯାଏ। ଶାସ୍ତ୍ରରେ ଏହାର ସମ୍ବନ୍ଧ ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ ଓ ଧନରଦେବୀ...

Advertisement
Archives

Model This Week