କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ମନରେ ତାଙ୍କ ପ୍ରତି ବହୁତ ରାଗ ଅଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ କଙ୍ଗନା ଷ୍ଟାରର ‘ଏମରଜେନ୍ସି’ ହେଉଛି ଏକ ରାଜନୈତିକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରର କାହାଣୀ ୧୯୭୫ରୁ ୧୯୭୭ପର୍ଯ୍ୟନ୍ତ ୨୧ମାସ ଚାଲିଥିବା ଭାରତର ‘ଏମରଜେନ୍ସି’ ସହିତ ଜଡିତ। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦକୁ ଦର୍ଶାଇ ‘ଏମରଜେନ୍ସି’ ଘୋଷଣା କରିଥିଲେ।

ଯେତେବେଳେ କଙ୍ଗନାଙ୍କୁ ପଚରାଗଲା ଆପଣଙ୍କ ପିଲ୍ମ ଏମରଜେନ୍ସିର ସ୍କ୍ରିନିଂ ପାଇଁ ଗାନ୍ଧୀ ପରିବାରକୁ ଆମନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି କି? ଉତ୍ତରରେ କଙ୍ଗନା କହିଲେ ମୁଁ ଏହା କରିବାକୁ ପସନ୍ଦ କରିବି, କିନ୍ତୁ ମୁଁ ନିଶ୍ଚିତ ଯେ ସେ ମୋର ନିମନ୍ତ୍ରଣ ଗ୍ରହଣ କରିବେ ନାହିଁ କାରଣ ମୋ ପ୍ରତି ତାଙ୍କର ବହୁତ ରାଗ ଅଛି । ତାଙ୍କ ମନ୍ତବ୍ୟ ଉପରେ ମୋର ମନ୍ତବ୍ୟ ସମ୍ପର୍କରେ ମୁଁ ସୁପ୍ରିମକୋର୍ଟଙ୍କ ଠାରୁ ଅନେକ ବିଜ୍ଞପ୍ତି ଗ୍ରହଣ କରିସାରିଛି। ମୁଁ ମଧ୍ୟ ଜଣେ ସାଂସଦ। ମୁଁ ତାଙ୍କ ମନ୍ତବ୍ୟ ବିଷୟରେ ମଧ୍ୟ ମନ୍ତବ୍ୟ ଦେବା ଉଚିତ୍‌। କିନ୍ତୁ ଏଥିରେ ମଧ୍ୟ ତାଙ୍କର ଆପତ୍ତି ରହିଛି।

କଙ୍ଗନା କହିଛନ୍ତି, ମୁଁ ଆଶା କରୁଛି ଯେ ଯଦିଓ ସେ ମୋ ସ୍କ୍ରିନିଂକୁ ଆସନ୍ତି ନାହିଁ, ତେବେ ସେ ଫିଲ୍ମ ଦେଖିବେ ଏବଂ ଏହାର ଅବଜେକ୍ଟିଭ ମୂଲ୍ୟାଙ୍କନ କରିବେ, ସେ ଫିଲ୍ମକୁ ପସନ୍ଦ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri