ଡରିବି ନାହିଁ କି ନଇଁବି ନାହିଁ, ରାଣୀ ଲକ୍ଷ୍ମୀବାଇଙ୍କ ପଦାଙ୍କ ଅନୁସରଣ କରିବି‌: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଏବଂ ଶିବସେନା ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। କଙ୍କନା ସେପ୍ଟେମ୍ବର ୯ ଅର୍ଥାତ୍‌ ଆଜି ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଚଣ୍ଡିଗଡ଼ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଯାତ୍ରା କରିବା ପୂର୍ବରୁ କଙ୍କନା ଟୁଇଟ୍‌ କରି କହିଛନ୍ତି, ରାଣୀ ଲକ୍ଷ୍ମୀବାଇଙ୍କ ଭଳି ସାହସ, ଧୈର୍ଯ୍ୟ ଏବଂ ବଳିଦାନକୁ ମୁଁ ଫିଲ୍ମ ଜରିଆରେ ଦେଖାଇଛି। ଏବେ ନିଜ ବ୍ୟକ୍ତି ଜୀବନରେ ମଧ୍ୟ ଲକ୍ଷ୍ମୀବାଇଙ୍କ ପଦାଙ୍କ ଅସୁସରଣ କରିବି ବୋଲି କଙ୍ଗନା କହିଛନ୍ତି। ନା କେବେ ଡରିବି, ନା କେବେ ନଇଁବି। ଭୁଲ ବିରୋଧରେ ନିଜ ସ୍ବର ଉତ୍ତେଳନ କରିଚାଲିବି। ଜୟ ମହାରାଷ୍ଟ୍ର, ଜୟ ଶିବାଜୀ ବୋଲି କଙ୍ଗନା କହିଛନ୍ତି। ମୁମ୍ବାଇ ଆସିବା ପୂର୍ବରୁ କଙ୍ଗନାଙ୍କ ଦୁଇଥର କରୋନା ଟେଷ୍ଟ ହୋଇଛି। ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ, ଗତ କିଛିଦିନ ହେବ କଙ୍ଗନା ଏବଂ ମହାରାଷ୍ଟର ଶିବସେନା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। କଙ୍ଗନା କହିଥିଲେ ମୁମ୍ବାଇରେ ସେ ସୁରକ୍ଷିତ ନାହାନ୍ତି, ସେଠାରେ ତାଙ୍କୁ ପିଓକେ ଭଳି ଅନୁଭବ ହୁଏ। ଏହାର ଜବାବରେ ଶିବସେନା ନେତା ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?