୨୧ରୁ କାର୍ଯ୍ୟକ୍ଷମ ହେବ ନୂତନ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ, ୯ା୯: ଏସ୍‌ସିବି ମେଡିକାଲରେ ୨୦୦ ଶଯ୍ୟା ଓ ୨୫ଟି ଆଇସିୟୁ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏସ୍‌ସିବିରେ ଗୁରୁତ୍ୱର କରୋନା ରୋଗୀଙ୍କ ପାଇଁ ୩୯ଟି ଆଇସିୟୁର ବ୍ୟବସ୍ଥା କରାଯିବ। ନୂତନ କୋଭିଡ ହସ୍ପିଟାଲ ପାଇଁ ନୂତନ ଭେଷଜ ବିଭାଗର ବିଲ୍ଡିଂରେ ଆଉ ୨୫ଟି ଆଇସିୟୁ ନିର୍ମାଣ କରାଯିବ। ଆସନ୍ତା ୨୧ ତାରିଖ ସୁଦ୍ଧା ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ବିଭାଗୀୟ ଆନୁସଙ୍ଗୀକ କାର୍ଯ୍ୟ ୭ ଦିନ ମଧ୍ୟରେ ସାରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନୀଲ କୁମାର ସାମଲ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ସାମଲ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ପରିଚାଳନାର ସମୀକ୍ଷା କରିଛନ୍ତି। ଉକ୍ତ କୋଭିଡ୍‌ ହସ୍ପିଟାଲର ସୁପରିଚାଳନା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଏହି କୋଭିଡ୍‌ ହସ୍ପିଟାଲ ଦାୟିତ୍ୱରେ ଜଣେ ପ୍ରଫେସର ର଼୍ୟାଙ୍କର ବରିଷ୍ଠ ଡାକ୍ତର ରହିବେ। ହସ୍ପିଟାଲ ପାଇଁ ଆବଶ୍ୟକ ନର୍ସ, କୁଶଳୀ ଓ ଅଣକୁଶଳୀ ଏବଂ ନିରାପତ୍ତାରକ୍ଷୀ ଯୋଗଦେବାକୁ ସେ ପ୍ରକାଶ କରିଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସେଠାରେ ୧୫ ଜଣ ପୋଲିସ କର୍ମଚାରୀଙ୍କୁ ଏକ କ୍ୟାମ୍ପ କରି ନିୟୋଜିତ କରିବାକୁ ଡିସିପି ପ୍ରତୀକ ସିଂହଙ୍କୁ ଆରଡିସି ପରାମର୍ଶ ଦେଇଥିଲେ। ସେହିପରି ମୃତଦେହକୁ ଖୁବ୍‌ଶୀଘ୍ର ସେଠାରୁ ନେବା ବ୍ୟବସ୍ଥା କରିବା ପାଇଁ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ହସ୍ପିଟାଲଠାରେ ସୂଚନାକେନ୍ଦ୍ର ଖୋଲାଯାଇ ରୋଗୀମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯିବ। ସେଠାରେ ଏକ ଟେଲିଫୋନ ରଖିବାକୁ ସାମଲ ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନଙ୍କ ରହିବା ପାଇଁ ଏସ୍‌ସିବି ମେଡିକାଲ କ୍ୟାମ୍ପସ୍‌ରେ ରହିଥିବା ନର୍ସିଂ ପ୍ରଶିକ୍ଷଣ ସ୍କୁଲରେ ହଷ୍ଟେଲ ବ୍ୟବସ୍ଥା କରିବାକୁ ମଧ୍ୟ ସେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କୋଭିଡ ହସ୍ପିଟାଲରେ ହାଉସ ସର୍ଜନଙ୍କ ସହିତ ପିଜି ଛାତ୍ରମାନେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହି ବୈଠକରେ ଜିଲାପାଳ ଭବାନୀ ଶଙ୍କର ଚୟନୀ, ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ଏବଂ ପ୍ରିନ୍ସିପାଲ ଡା. ଦତ୍ତେଶ୍ୱର ହୋତା, ଅଧୀକ୍ଷକ ଡ. ଅନ୍ନଦା ପ୍ରସାଦ ପଟ୍ଟନାୟକ, ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା, କୋଭିଡ ନୋଡାଲ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ସୁକାନ୍ତ ଘଡେଇ ଓ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri