୨୧ରୁ କାର୍ଯ୍ୟକ୍ଷମ ହେବ ନୂତନ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ, ୯ା୯: ଏସ୍‌ସିବି ମେଡିକାଲରେ ୨୦୦ ଶଯ୍ୟା ଓ ୨୫ଟି ଆଇସିୟୁ ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏସ୍‌ସିବିରେ ଗୁରୁତ୍ୱର କରୋନା ରୋଗୀଙ୍କ ପାଇଁ ୩୯ଟି ଆଇସିୟୁର ବ୍ୟବସ୍ଥା କରାଯିବ। ନୂତନ କୋଭିଡ ହସ୍ପିଟାଲ ପାଇଁ ନୂତନ ଭେଷଜ ବିଭାଗର ବିଲ୍ଡିଂରେ ଆଉ ୨୫ଟି ଆଇସିୟୁ ନିର୍ମାଣ କରାଯିବ। ଆସନ୍ତା ୨୧ ତାରିଖ ସୁଦ୍ଧା ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ବିଭାଗୀୟ ଆନୁସଙ୍ଗୀକ କାର୍ଯ୍ୟ ୭ ଦିନ ମଧ୍ୟରେ ସାରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନୀଲ କୁମାର ସାମଲ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜସ୍ବ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ସାମଲ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ପରିଚାଳନାର ସମୀକ୍ଷା କରିଛନ୍ତି। ଉକ୍ତ କୋଭିଡ୍‌ ହସ୍ପିଟାଲର ସୁପରିଚାଳନା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଏହି କୋଭିଡ୍‌ ହସ୍ପିଟାଲ ଦାୟିତ୍ୱରେ ଜଣେ ପ୍ରଫେସର ର଼୍ୟାଙ୍କର ବରିଷ୍ଠ ଡାକ୍ତର ରହିବେ। ହସ୍ପିଟାଲ ପାଇଁ ଆବଶ୍ୟକ ନର୍ସ, କୁଶଳୀ ଓ ଅଣକୁଶଳୀ ଏବଂ ନିରାପତ୍ତାରକ୍ଷୀ ଯୋଗଦେବାକୁ ସେ ପ୍ରକାଶ କରିଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସେଠାରେ ୧୫ ଜଣ ପୋଲିସ କର୍ମଚାରୀଙ୍କୁ ଏକ କ୍ୟାମ୍ପ କରି ନିୟୋଜିତ କରିବାକୁ ଡିସିପି ପ୍ରତୀକ ସିଂହଙ୍କୁ ଆରଡିସି ପରାମର୍ଶ ଦେଇଥିଲେ। ସେହିପରି ମୃତଦେହକୁ ଖୁବ୍‌ଶୀଘ୍ର ସେଠାରୁ ନେବା ବ୍ୟବସ୍ଥା କରିବା ପାଇଁ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ହସ୍ପିଟାଲଠାରେ ସୂଚନାକେନ୍ଦ୍ର ଖୋଲାଯାଇ ରୋଗୀମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯିବ। ସେଠାରେ ଏକ ଟେଲିଫୋନ ରଖିବାକୁ ସାମଲ ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନଙ୍କ ରହିବା ପାଇଁ ଏସ୍‌ସିବି ମେଡିକାଲ କ୍ୟାମ୍ପସ୍‌ରେ ରହିଥିବା ନର୍ସିଂ ପ୍ରଶିକ୍ଷଣ ସ୍କୁଲରେ ହଷ୍ଟେଲ ବ୍ୟବସ୍ଥା କରିବାକୁ ମଧ୍ୟ ସେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି କୋଭିଡ ହସ୍ପିଟାଲରେ ହାଉସ ସର୍ଜନଙ୍କ ସହିତ ପିଜି ଛାତ୍ରମାନେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହି ବୈଠକରେ ଜିଲାପାଳ ଭବାନୀ ଶଙ୍କର ଚୟନୀ, ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ଏବଂ ପ୍ରିନ୍ସିପାଲ ଡା. ଦତ୍ତେଶ୍ୱର ହୋତା, ଅଧୀକ୍ଷକ ଡ. ଅନ୍ନଦା ପ୍ରସାଦ ପଟ୍ଟନାୟକ, ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା, କୋଭିଡ ନୋଡାଲ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ସୁକାନ୍ତ ଘଡେଇ ଓ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନ ମାଈଁ-ଭଣଜାଙ୍କ ପ୍ରେମ ସମ୍ପର୍କ ଧରାପଡ଼ିବାରୁ ଡବର୍ଲ ମର୍ଡର, ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଜରଡ଼ା ଥାନା ଅଞ୍ଚଳରେ ୨୦୨୪ରେ ମା’ ଓ ୭ ବର୍ଷୀୟ ପୁଅଙ୍କୁ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି।…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ…

ବୈତରଣୀ ନଦୀରେ ପକାଇଥିଲେ ଜାଲ, ପଡ଼ିଲା ୨୨୦ କେଜି ଓଜନର ବିଶାଳ ମାଛ

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ରୁଗୁଡ଼ିଭାଡ଼ି ସାହି ନିକଟ ଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ ବଡ଼ଧରଣର…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

ସଫା ହୋଇନାହିଁ ଘୋଡ଼ାହାଡ଼ ଡ୍ୟାମ ଶାଖା କେନାଲ: ଖରିଫ ଚାଷ ପାଇଁ ମିଳୁନି ପାଣି, ଆନ୍ଦୋଳନ ପାଇଁ…

ଦିଗପହଣ୍ଡି, ,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ପ୍ରଶାସନିକ ଅବହେଳା କାରଣରୁ ଅଞ୍ଚଳର ଚାଷୀମାନେ ଗଭୀର ସମସ୍ୟାର ସମ୍ମୁଖୀନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri