ଚାହିଦା କମିଲେ ବି ବଞ୍ଚିଛି କଣ୍ଢେଇ ଯାତ୍ରା

ବ୍ରହ୍ମପୁର,୩ା୭(ସ୍ମୃତି ରଞ୍ଜନ ମହାଲିକ): ପୂର୍ବରୁ କଣ୍ଢେଇର ଚାହିଦା ଢେର ଅଧିକ ରହିଥିଲା। କାୈଣସି ଯାତ୍ରା ପଡ଼ିଲେ ମାଟି ଓ କାଠରେ ତିଆରି ଭଳିକି ଭଳି କଣ୍ଢେଇ କିଣିବାକୁ ଛୋଟ ପିଲାଙ୍କ ଭିଡ ଜମୁଥିଲା। ଅଭିଭାବକମାନେ ମଧ୍ୟ କଣ୍ଢେଇ କିଣି ଦେଇ ପିଲାଙ୍କୁ ଖୁସି କରୁଥିଲେ। ବର୍ତ୍ତମାନ ଏସବୁ କଣ୍ଢେଇର ଚାହିଦା କ୍ରମଶଃ ହ୍ରାସ ପାଇଛି। ମାଟି ଓ କାଠ କଣ୍ଢେଇ ପରିବର୍ତ୍ତେ ଇଲେକଟ୍ରୋନିକ୍ସ ଓ ପ୍ଲାଷ୍ଟିକ କଣ୍ଢେଇର ଚାହିଦା ବଢ଼ୁଛି। ଏହାସତ୍ତ୍ୱେ ବ୍ରହ୍ମପୁରର ମନ୍ଦିରମାଳିନୀ ସାହି କୁହାଯାଉଥିବା ଖାସ୍ପା ସାହି ଅଞ୍ଚଳରେ ଏବେ ବି କଣ୍ଡେଇ ଯାତ୍ରା ବଞ୍ଚି ରହିଛି। ପ୍ରତିବର୍ଷ ଆଷାଢ ପୂର୍ଣ୍ଣିମାରେ ଖାସ୍ପା ସାହିରେ କଣ୍ଡେଇ ଯାତ୍ରା ପାଳିତ ହୋଇଆସୁଛି। ଏହି ଯାତ୍ରା ୩୫୦ ବର୍ଷ ପୁରୁଣା ବୋଲି ଜଣାଯାଏ।
କିମ୍ବଦନ୍ତୀ ଅନୁଯାୟୀ, ଆଷାଢ ପୂର୍ଣ୍ଣିମାରେ ଖାସ୍ପା ସାହିରେ ଜଗନ୍ନାଥଙ୍କ ପଟ୍ଟାଭିଷେକ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଥିଲା। ଏହା ଦେଖି ମନ୍ଦିରର ଜଣେ ପୂଜକ ମହୁରୀ ରାଜାଙ୍କୁ ଏହି ଦିନ ଏକ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରଠାରୁ କଣ୍ଢେଇ ଯାତ୍ରା ଆରମ୍ଭ ହୋଇଛି। ଏଭଳି ପରମ୍ପରାକୁ ସ୍ଥାନୀୟ ବାସିନ୍ଦା ଏବେ ସୁଦ୍ଧା ବଜାୟ ରଖିଛନ୍ତି। ଏହି ଦିନ ଖାସ୍ପା ସାହି ସ୍ଥିତ ବଡ ଜଗନ୍ନାଥ ଓ ସାନ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ପଟ୍ଟାଭିଷେକ ବେଶ ହୋଇଥାଏ। ଏହା ପରେ ସନ୍ଧ୍ୟାରେ ଖାସ୍ପା ସାହିଠାରୁ ଆରମ୍ଭ କରି ବଡବଜାର ପର୍ଯ୍ୟନ୍ତ ଭଳିକି ଭଳି କଣ୍ଢେଇ ପସରା ଦେଖିବାକୁ ମିଳିଥାଏ। ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏ ସହରବାସୀଙ୍କ ସମେତ ଗ୍ରାମାଞ୍ଚଳ ଲୋକଙ୍କର ମଧ୍ୟ ଭିଡ ଜମିଥାଏ। ଯାତ୍ରାରେ ମାଟିରେ ତିଆରି କଣ୍ଢେଇଠାରୁ ଆରମ୍ଭ କରି କାଠରେ ତିଆରି ଛୋଟ ଆଲମିରା, ଖଟ ବିକ୍ରି ହୋଇଥାଏ। ଏଥିସହ ଚିନିରେ ପ୍ରସ୍ତୁତ ଶୁଆ ଓ ପଶୁପକ୍ଷୀଙ୍କ କଣ୍ଢେଇ ବିକ୍ରି ହୋଇଥାଏ। ଏହି ସବୁ କଣ୍ଢେଇର ଉଚ୍ଚତା ୧ ଫୁଟ ଓ ୨ ଫୁଟ ରହିଥାଏ। ଯାହାକୁ କିଣିବା ପାଇଁ ସହରବାସୀଙ୍କ ମହଲରେ ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ପୂର୍ବରୁ ଏହି ଯାତ୍ରା ଦେଖିବା ପାଇଁ ସହର ଉପକଣ୍ଠସ୍ଥ ଲାଠି, ଟାମଣା ଓ ସୁକୁଣ୍ଡା ଆଦି ଅଞ୍ଚଳରୁ ଲୋକେ ଶଗଡରେ ଆସୁଥିଲେ। ସେ ସମୟରେ ପାରଳାଖେମୁଣ୍ଡି ଶିଙ୍ଘ କାରୁକାର୍ଯ୍ୟ, ଆନ୍ଧ୍ରର କାଠ କାର୍ଯ୍ୟ, ବେଲଗୁଣ୍ଠାର ପିତ୍ତଳ ମାଛ କାରୁକାର୍ଯ୍ୟ ଓ କଟକର ତାରକସି କାମ ଦେଖିବାକୁ ମିଳୁଥିଲା। କିନ୍ତୁ କାଳକ୍ରମେ ଚାଇନା କଣ୍ଢେଇର ଚାହିଦା ବୃଦ୍ଧି ପାଇବା କାରଣରୁ ଏ ସବୁର ବିକ୍ରି ହ୍ରାସ ପାଇଛି। ବର୍ତ୍ତମାନ ହାତ ତିଆରି କଣ୍ଢେଇ ଓ କାରୁକାର୍ଯ୍ୟ ଯାତ୍ରାରେ ବିକ୍ରି ହେଉ ନ ଥିବା ଦେଖିବାକୁ ମିଳିଛି। କିନ୍ତୁ ପ୍ରତି ବର୍ଷ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କ୍ରମେ ଆମ ସଂସ୍କୃତି ଓ ଆମ ପରମ୍ପରା ନାମକ ସଂସ୍ଥା ପକ୍ଷରୁ କଣ୍ଢେଇ ଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ବର୍ଷ ମଧ୍ୟ ସଂସ୍ଥା ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଳମ୍ବିତ ରାତି ଯାଏ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ସଂସ୍ଥାର ସଭାପତି ସୂର୍ଯ୍ୟ ନାରାୟଣ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପ୍ରତିବାଦରେ ଉତ୍ତେଜନା: ସବଷ୍ଟେସନରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ବିଦ୍ୟୁତ୍ ବିଭାଗର ଚରମ ଅବହେଳାକୁ ନେଇ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri