କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ ଏଠାରୁ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଗଞ୍ଜେଇ ଆଣି ଧରାପଡିବା ପରେ ଏହା ସ୍ପଷ୍ଟ ହୋଇ ସାରିଲାଣି। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଗଞ୍ଜେଇ ବ୍ୟବସାୟୀଙ୍କ ପାଇଁ ନିରାପଦ ରାସ୍ତା ପାଲଟିଛି। ନୟାଗଡ଼ ଜିଲା ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ଯଦିଓ କେତେଜଣ ଖୁଚୁରା ବ୍ୟବସାୟୀ ଗିରଫ ହେଉଛନ୍ତି ତେବେ ବେଆଇନ ଗଞ୍ଜେଇ ଚାଲାଣ ଉପରେ ରୋକ ଲାଗି ପାରୁନି। ବଡ଼ ବଡ଼ ନିଶା ବେପାରୀମାନେ ଛୋଟ ଖୁଚୁରା ବ୍ୟବସାୟୀ ଓ ବେକାର ଯୁବକମାନଙ୍କୁ ଏଥିରେ ନିୟୋଜିତ କରାଇ ଲାଭରେ ରହୁଛନ୍ତି। କେତେବେଳେ ପନିପରିବା ଗାଡିରେ ତ ଆଉ କେତେବେଳେ ବଲ୍ଲା ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି। ପୁଣି ବାଇକ୍‌ ଓ ସ୍କୁଟି ଯୋଗେ ମଧ୍ୟ ଗଞ୍ଜେଇ ଚାଲାଣ ହେଉଛି। ଏକ୍ସପ୍ରେସ୍‌ ବସ ଯୋଗେ ଗଞ୍ଜେଇ ଆସୁଛି। ପୋଲିସର ଧରପଗଡ଼ ବେଳେ ପରିବା, କାଠ ବୋଝେଇ ଗାଡ଼ି ଭିତରୁ, ଏକ୍ସପ୍ରେସ, ଓଏସ୍‌ଆର୍‌ଟିସି ବସ୍‌ ଓ ସ୍କୁଟିରୁ ଗଞ୍ଜେଇ ଜବତ ହୋଇଛି।

ପ୍ରକାଶ ଯେ, ସପ୍ତାହେ ଭିତରେ ନୟାଗଡ଼ ଜିଲାର ବିଭିନ୍ନ ଥାନା ପକ୍ଷରୁ ଧରପଗଡ଼ କରାଯାଇ ୩୪ କେଜି ଗଞ୍ଜେଇ ଜବତ ହୋଇଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ଟି ମାମଲା କରାଯାଇ ୬ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ନିର୍ବାଚନ ସମୟ ଯୋଗୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାରକୁ ରୋକିବା ପାଇଁ ଗୁରୁତ୍ୱ ଦିଆଯାଉଥିବାରୁ କେତେଜଣ ବ୍ୟବସାୟୀ ଧରା ପଡିଛନ୍ତି। ଅନ୍ୟପକ୍ଷେ ୨୦୨୧ ଜୁନ ୩ରେ ଦଶପଲ୍ଲା ଥାନା ପୋଲିସ ଏକ ବାଇଗଣ ବୋଝେଇ ଗାଡିରୁ ୯୧ କେଜି ଗଞ୍ଜେଇ ଜବତ କରିଥିଲା। ବାଇଗଣ ବୋଝେଇ ଗାଡିକୁ ଅନ୍ୟ ୨ଟି କାର ସୁରକ୍ଷା ଦେଇ ଆଣୁଥିଲେ। ଦଶପଲ୍ଲା ଥାନା ସମ୍ମୁଖରୁ ଗଞ୍ଜେଇ ଜବତ ହୋଇଥିଲା। ଗଞ୍ଜେଇ ଏପରି ରହିଥିଲା ଜଣେ ସହଜରେ ଜାଣିପାରିବ ନାହିଁ । ଏଥିରେ ନିଶାଦ୍ରବ୍ୟ ଯାଉଛି। ୨୦୨୦ ଫେବୃଆରୀ ୧୪ରେ ଏକ ଟ୍ରକ୍‌ରେ ୧.୮୦ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା।
ଟ୍ରକ୍‌ରେ ୧୨ ଶହ କେଜିର ୩୯ ବସ୍ତା ଗଞ୍ଜେଇ ଥିଲା। ଗୋଟିଏ ବସ୍ତା ଭିତରେ ୩ କେଜିଆ ପ୍ୟାକେଟ ୮ରୁ ୧୦ଟା ରହିଥିଲା। ଗଞ୍ଜେଇ ଚାଲାଣ ସମ୍ପର୍କରେ ଜଣା ନ ପଡିବା ପାଇଁ ଉପରେ ବଲ୍ଲା କାଠ ତଳେ ଗଞ୍ଜେଇ ରଖା ଯାଇଥିଲା। ବିଭିନ୍ନ ସମୟରେ ଜବତ ହେଉଥିବା ଗଞ୍ଜେଇ କନ୍ଧମାଳ, ରାୟଗଡାରୁ ଆସୁଥିବା ଜଣାପଡୁଛି। କୋଲକତା, ଭୁବନେଶ୍ୱର, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ, ନୟାଗଡ଼କୁ ଗଞ୍ଜେଇ ଚାଲାଣ ହେଉଛି। ଏ ନେଇ ଜଣେ ଗଞ୍ଜେଇ ବ୍ୟବସାୟୀ କହିଛନ୍ତି, ଆମକୁ ଟ୍ରେନ ଯୋଗେ ଗଞ୍ଜେଇ ନେବା ସୁବିଧା ହୋଇଥାଏ। ତେବେ ଟ୍ରେନରେ ଧରପଗଡ଼ ହେଉଥିବାରୁ ଏକ୍ସପ୍ରେସ୍‌ ବସ୍‌ରେ ନେଉଥିଲୁ। କେହି ଯିବାକୁ ପଡୁ ନ ଥିଲା। ବସ୍‌ କର୍ମଚାରୀଙ୍କ ସହଯୋଗ ହେତୁ କାରବାର ଭଲରେ ଚାଲିଥିଲା। ଧରା ପଡିଲେ ମଧ୍ୟ ବସ୍‌ କର୍ମଚାରୀଙ୍କର ଅସୁବିଧା ହେଉ ନ ଥିଲା। ତେବେ ମୋଟା ଅଙ୍କର ଗଞ୍ଜେଇ ଯିବାକୁ ହେଲେ କାର ଆଦି ଯାନବାହନ ଦରକାର ହେଉଥିଲା। ଆମେ ବାଟରେ ପଡୁଥିବା ପୋଲିସ, ଅବକାରୀ ବିଭାଗର କର୍ମଚାରୀଙ୍କୁ ଖୁସ୍‌ କରୁଥିଲୁ। ତେବେ କରୋନା ସମୟରେ ଶଟଡାଉନ ଓ ଲକ୍‌ଡାଉନ ଯୋଗୁ ବ୍ୟବସାୟର ତରିକା ବଦଳି ଗଲା। ବାଇକ୍‌, ସ୍କୁଟି, ଅଟୋରେ ଗଞ୍ଜେଇ ଚାଲାଣ ସୁବିଧା ହେଉଛି। ହେଲେ ବଡ଼ ବ୍ୟବସାୟୀମାନେ ଯାଇ ନ ଥାନ୍ତି । କେତେଜଣ ଲୋକ ଏଥିପାଇଁ ସ୍ବତନ୍ତ୍ର ଭାବେ ନିୟୋଜିତ ହେଉଛନ୍ତି। ପୁଣି କେତେଜଣ ଛୋଟ ବ୍ୟବସାୟୀ ଗଞ୍ଜେଇ ନେବାରେ ସହଯୋଗ କରୁଛନ୍ତି। ଭଲ ଲାଭ ଥିବାରୁ ପୋଲିସ ଓ ଅବକାରୀ ବିଭାଗର ଧରପଗଡ କିଛି ଫରକ ପଡେନା। ଗିରଫ ବ୍ୟକ୍ତି ଜେଲରୁ ବାହାରିବା ପରେ ପୁଣି ଗଞ୍ଜେଇ ବ୍ୟବସାୟ କରିଥାନ୍ତି। ଏ ନେଇ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କୁ ପଚାରିବାରେ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଉଦ୍ୟମ ଚାଲିଛି। ବିଭିନ୍ନ ସମୟରେ ଧରପଗଡ଼ କରାଯାଇ ଗଞ୍ଜେଇ ଜବତ କରାଯାଉଛି। ସପ୍ତାହକ ଭିତରେ ନୟାଗଡ଼ ଜିଲାର ବିଭିନ୍ନ ଥାନା ପକ୍ଷରୁ ଧରପଗଡ କରାଯାଇ ୩୪ କେଜି ଗଞ୍ଜେଇ ଜବତ ହୋଇଛି। ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ଟି ମାମଲା କରାଯାଇ ୬ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅବକାରୀ ଏସ୍‌ପି କରୁଣା ଶଙ୍କର ତିୱାରୀଙ୍କୁ ପଚାରିବାରେ ଗଞ୍ଜେଇ ରାଜପଥରେ ଆସୁଥିବାରୁ ଜଣାପଡିବା ଓ ନିର୍ବାଚନ ସମୟ ଯୋଗୁ ଧରପଗଡକୁ ତ୍ୱରାନ୍ବିତ କରାଯାଇଛି। ବିଭିନ୍ନ ସମୟରେ ଗଞ୍ଜେଇ ଜବତ କରାଯାଉଛି ଓ ବ୍ୟବସାୟୀଙ୍କୁ ଗିରଫ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ମମତାଙ୍କ ଟିଏମ୍‌ସିର ନୂଆ ଲୋଗୋ ଉନ୍ମୋଚିତ

କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀ ଏହାର ନୂତନ…

ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମ ପ୍ରସାରଣ ବନ୍ଦ କଲେ ଆମେରିକାର ପ୍ରମୁଖ ଟିଭି ନେଟ୍‌ଓ୍ବର୍କ

ଓ୍ବାଶିଂଟନ୍‌,୨୨ା୯: ହ୍ବାଇଟ୍‌ ହାଉସ୍‌ରେ ସିଏନ୍‌ଏନ୍‌ର ପ୍ରବେଶକୁ ନିଷେଧ କରାଯିବାର ପ୍ରତିବାଦରେ ଆମେରିକାର ପ୍ରମୁଖ ଟେଲିଭିଜନ ନେଟ୍‌ଓ୍ବର୍କଗୁଡ଼ିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମଗୁଡ଼ିକର ଖବର ପ୍ରସାରଣ କରିବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?