ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତର ତୀର୍ଥକ୍ଷେତ୍ର ଋଷିମାଳରେ ପହଞ୍ଚି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ। ପରେ ସେ ବ୍ରାହ୍ମଣୀଗାଁର ଋଷିମାଳ ଡିଗ୍ରୀ କଲେଜରେ ପହଞ୍ଚି ସେଠାକାର ଉନ୍ନୟନ କାର୍ଯ୍ୟକୁ ଦେଖିଥିଲେ। ପରେ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ପରେ ଦାରିଙ୍ଗବାଡି ଫେରି ଆସି ସେ ନୂତନ ବସ ଷ୍ଟାଣ୍ଡ ପାଇଁ ସ୍ଥିର କରାଯାଇଥିବା ଜମିକୁ ପରିଦର୍ଶନ କରିଥିଲେ। ଖୁବ ଶୀଘ୍ର ବସ ଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିକ୍ରିୟାରେ ଜିଲାପାଳ କହିଥିଲେ। ପରେ ପ୍ରସ୍ତାବିତ ଏକଲବ୍ୟ ମୋଡେଲ ରେସିଡେନ୍ସିଆଲ ସ୍କୁଲ ପାଇଁ ଜମି ଚହ୍ନଟ ହୋଇଯାଇଛି। ତାକୁ ତହସିଲଦାର ଧୀରଜ ପତ୍ର ଜିଲାପାଳଙ୍କୁ ଦେଖରିବା ସହ ତାହା ସ୍କୁଲ ପାଇଁ ବହୁତ ଭଲ ହେବ ବୋଲି କୁହାଯାଇଛି। ପରେ ଜିଲାପାଳ ବେଦଭୂଷଣ ଏକ ସମୀକ୍ଷା କରି ସମସ୍ତ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ବଡିିଓ ପ୍ରୀତିରଞ୍ଜନ ରଥଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ଏବଂ ସମସ୍ତ ସହକାରୀ ଯନ୍ତ୍ରୀ ତୁଷାର ସେଠି, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି ଓ ଅନ୍ୟ ଯନ୍ତ୍ରୀ ଋଷିମାଳ କଲେଜର ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri