କନ୍ଧମାଳରେ ଲଜ୍ଜା: ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ…

ତୁମୁଡିବନ୍ଧ/ବାଲିଗୁଡ଼ା,୧୯।୭(ଦୀପକ କୁମାର ପରାସେଠ/ସଞ୍ଜୟ କୁମାର ପାଣିଗ୍ରାହୀ): ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ ସନ୍ଦେହକୁ ଆସି ଡାକ୍ତରୀ ମାଇନା ପରେ ମାମଲା ରୁଜୁ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ପଞ୍ଚାୟତର ରାଙ୍ଗା ପାରୁସ୍ଥିତ ସରକାରୀ ଆବାସିକ ବାଳିକା ଉଚ୍ଚ  ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଗ୍ରୀଷ୍ମ ଅବକାଶ ପରେ ଗତ ଜୁନ ମାସ ୨୫ ତାରିଖରେ  ବିଦ୍ୟାଳୟକୁ ପଢିବା ପାଇଁ ଆସିଥିଲେ। କିଛିଦିନ ଦିନ ରହିବା ପରେ ଦେହ ଅସୁସ୍ଥ ଥିବା ଭଳି ରହିବା ଓ ତାଙ୍କ ଶ୍ରେଣୀର ସମସ୍ତ ଛାତ୍ରୀମାନେ ମାସିକ ସାନିଟାରୀ ପ୍ୟାଡ୍‌ ନେଇଥିବା ବେଳେ ସେ ନ ନେବା ଘଟଣା ସନ୍ଦେହକୁ ଆସିବା ପରେ ଗତ ଶୁକ୍ରବାର ମେଟ୍ରୋନ୍‌ ଓ ଏଏନ୍‌ଏମ୍‌ ଜାଣିପାରି ସଙ୍ଗେ ସଙ୍ଗେ ଉକ୍ତ ବିଷୟରେ ପ୍ରଧାନଶିକ୍ଷକଙ୍କୁ ଜଣାଇବା ଏବଂ ପ୍ରଧାନଶିକ୍ଷକ ମଧ୍ୟ ତୁରନ୍ତ ପରିବାରକୁ ଖବର ଦେବା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ମିଶି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଗର୍ଭ ପରୀକ୍ଷା କରିବା ପରେ ଛାତ୍ରୀଜଣଙ୍କ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାକୁ ନେଇ ଉକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ତୁମୁଡିବନ୍ଧ ଥାନାରେ ଲିଖିତ ଅଭିଯୋଗ ଶନିବାର କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଥାନାରେ ୮୫/୨୫ ଏକ ମାମଲା ରୁଜୁ କରି  ତଦନ୍ତ କରୁଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା କହିଛନ୍ତି।
ତେବେ ଗ୍ରୀଷ୍ମ ଅବକାଶରେ ଛାତ୍ରୀଜଣଙ୍କ ନିଜ ଗାଁକୁ ଯାଇଥିବା ବେଳେ ପ୍ରେମସମ୍ପର୍କରେ ଆସି କୌଣସି ଏକ ପ୍ରେମିକ ଦ୍ୱାରା ଗର୍ଭବତୀ ଥିବା ଛାତ୍ରୀ ସ୍ବୀକାର କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି l ପିଡ଼ିତାର ବୟାନକୁ ଆଧାର କରି ତଦନ୍ତ  ଜାରି ରହିଛି। ଏହି ବାବଦରେ ପ୍ରଧାନଶିକ୍ଷକ ଲିଙ୍ଗରାଜ ସାହୁଙ୍କୁ ପଚାରିବାରୁ ସେ ଛାତ୍ରୀଜଣଙ୍କ ଗ୍ରୀଷ୍ମ ଅବକାଶ ପରେଘରୁ ବିଦ୍ୟାଳୟକୁ ଆସିଥିଲେ। ମାସର ଶେଷରେ ମାସିକ ସାନିଟାରୀ ପ୍ୟାଡ୍‌ ନ ନେବାରୁ ସନ୍ଦେହ ଘେରକୁ ଆସିଥିଲେ l ତାପରେ ଦାୟିତ୍ୱରେ ଥିବା ମେଟ୍ରୋନ ଏଏନ୍‌ଏମ୍‌ଙ୍କ ରିପୋର୍ଟ ମୁତାବକ ଉପର ଅଧିକାରୀ ଜଣାଇବା ଓ ତାଙ୍କ ନିର୍ଦ୍ଦେଶ ପ୍ରକାରେ ଛାତ୍ରୀଙ୍କ ପିତାମାତାଙ୍କ ଉପସ୍ଥତିରେ ଡାକ୍ତରୀ ମାଇନା ପରେ ଥାନାରେ ଏତଲା ଦିଆଯାଇଛି ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri