କାମ୍ପା ଅର୍ଥ ଆସିନାହିଁ, ଶ୍ରମିକ ହଟହଟା

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ କୋଠା ବ୍ରିଟିଶ ଶାସନ ସମୟରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ତାହା ଭଗ୍ନ ଅବସ୍ଥାକୁ ଚାଲିଆସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେଉଁ ମୁହୂର୍ତ୍ତରେ ଉକ୍ତ କୋଠା ଭୁଶୁଡ଼ି ପଡ଼ିବା ସମ୍ଭାବନା ରହିଛି। ବିଭିନ୍ନ ସମୟରେ ଉକ୍ତ କୋଠାର ସମ୍ମୁଖ ଭାଗ ଏବଂ ରୁମ୍‌ ଭିତର ମରାମତି କରାଯାଉଛି। କିନ୍ତୁ କୋଠାର ପଛପଟ କାନ୍ଥର ମରାମତି ପ୍ରତି ଧ୍ୟାନ ଦିଆଯାଉନାହିଁ । ତେଣୁ କୋଠାର ପଛ ଭାଗ ଜଙ୍ଗଲ ହୋଇଗଲାଣି। ପାଣି ଟାଙ୍କି ଉପରେ ଲଟା ବୁଦା ହୋଇଗଲାଣି। ଏଥିସହ କାନ୍ଥର ବିଭିନ୍ନ ସ୍ଥାନରେ ବର, ଓସ୍ତ ସମେତ ଅନ୍ୟାନ୍ୟ ଗଛ ହୋଇଗଲାଣି। ଗଛଗୁଡ଼ିକୁ ବାହାର କରିବାକୁ କାହାର ଆଗ୍ରହ ନାହିଁ। କିଛି ଦିନ ପୂର୍ବେ ଡିଏଫ୍‌ଓଙ୍କ ରୁମ୍‌କୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଚକାଚକ କରାଯାଇଥିଲା। ଏହାପରେ ଛୋଟିଆ ଉଦ୍‌ଘାଟନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। କିନ୍ତୁ ପଛପଟ ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ତେଣୁ ଉକ୍ତ କୋଠାର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି। ଉକ୍ତ କୋଠାକୁ ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରାଯାଉା ନଚେତ ୱାର୍କିଂ ପ୍ଲାନ୍‌ ଅଫିସରଙ୍କ ପାଇଁ ସୂଚନା କେନ୍ଦ୍ର ସମ୍ମୁଖରେ ଥିବା ବିରାଟ କୋଠାଟି ବହୁବର୍ଷ ହେବ ଖାଲି ପଡ଼ିଥିବା ବେଳେ ତାହାକୁ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉ। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଅପରପକ୍ଷେ ବନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅର୍ଥ ମଧ୍ୟ ନିର୍ଦ୍ଧାରିତ ସମୟରେ ଆସୁନାହିଁ। ତେଣୁ ଶ୍ରମିକମାନେ ବେଳେବେଳେ ୬ମାସ ପର୍ଯ୍ୟନ୍ତ ପାରିଶ୍ରମିକ ପାଇପାରୁନାହାନ୍ତି। ଗତବର୍ଷ କାମ୍ପା ଯୋଜନାରେ ୧୮ ମାସିଆ ଚାରା ଉପତ୍ାଦନ କରାଯାଇଥିଲା। ଚଳିତ ବର୍ଷ ଉକ୍ତ ଚାରାଗୁଡ଼ିକ ରୋପଣ କରାଯିବା ସହ ଲୋକଙ୍କୁ ମଧ୍ୟ ବଣ୍ଟନ କରାଯିବ। ଉକ୍ତ ଚାରା ଉପତ୍ାଦନ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଉକ୍ତ ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ପାରିଶ୍ରମିକ ପ୍ରଦାନରେ ଅସୁବିଧା ହେଉଛି, ଯାହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। ଫଳରେ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ଅନ୍ୟ ବନଖଣ୍ଡରେ କାମ୍ପା ଯୋଜନାରେ ହୋଇଥିବା ଚାରା ଉପତ୍ାଦନ ଅର୍ଥ ଆସିନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି। ଏ ନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାମ୍ପା ଯୋଜନାରେ ଟଙ୍କା ଆସି ନ ଥିବାରୁ ଶ୍ରମିକମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ କରାଯାଇପାରୁନାହିଁ। ଯେତେବେଳେ ଟଙ୍କା ଆସୁଛି ପ୍ରଦାନ କରାଯାଉଛି। ଶ୍ରମିକମାନେ ବକେୟା ପାରିଶ୍ରମିକକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଧ୍ୟହୋଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେବୁ। ରେଞ୍ଜରଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଶ୍ରମିକନେତା ତଥା ଆଇନଜୀବୀ ଗୋପାଳ କୃଷ୍ଣ ବିଷୋୟୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗୋଟିଏ ପରିବାର ଭୋକରେ ରହୁଥିବା ବେଳେ ସେମାନଙ୍କୁ ମାସ ମାସ ଧରି ପାରିଶ୍ରମିକ ପ୍ରଦାନ କରାଯାଉନାହିଁ। ପାରିଶ୍ରମିକ କଥା ଉଠିଲେ ଓଲଟା କାର୍ଯ୍ୟରୁ ଛଟେଇ ପାଇଁ ଧମକ ଦିଆଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଯଦି
କୌଣସି ଶ୍ରମିକଙ୍କୁ ଛଟେଇ କରାଯାଏ ତେବେ ଶ୍ରମିକମାନେ ବାଧ୍ୟହୋଇ ଆନ୍ଦୋଳନ ପନ୍ଥା ଅପଣାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?