ଡିଜେ ପାଇଁ ମେଳାରେ ହଙ୍ଗାମା

ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ ବଜାଇବା ସପକ୍ଷବାଦୀଙ୍କ ମଧ୍ୟରେ ବାଦାନୁବାଦ ସ୍ଥିତି ଜଟିଳ ହୋଇଥିଲା। ଆଖପାଖ ଗ୍ରାମର ଦଳବଦ୍ଧ ଯୁବକ ମେଳାରେ ଡିଜେ ବଜାଇବା ପାଇଁ ଜିଦ୍‌ ଧରିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ୍ଡଗୋଳ ବ୍ୟାପକ ଆକାର ଧାରଣ କରିଥିଲା। ଏହି ମେଳାରେ ଭୋଗରାଇ ପୋଲିସ ପକ୍ଷରୁ ଡିଜେ ବଜାଇବା ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ନିର୍ଦ୍ଦେଶ ଜାରି କରାଯାଇ ଥିବାବେଳେ ବଜାର କମିଟି ଏଥିପ୍ରତି ଗୁରୁତ୍ୱ ଦେଇଥିଲା। କିନ୍ତୁ ଡିଜେ ବାଜିବକି ନାହଁି ଏଥିପ୍ରତି ସ୍ପଷ୍ଟ ଘୋଷଣା ହୋଇ ନ ଥିବାରୁ ମେଳାକୁ ଆକର୍ଷଣୀୟ କରିବା ନିମନ୍ତେ ପାଖ ଗାଁରୁ ପ୍ରସ୍ତୁତ ୪୦ରୁ ୫୦ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚରେ ରଙ୍ଗାରଙ୍ଗ ପଞ୍ଚୁମୁଣ୍ଡିଆ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନରେ ବାଧା ସୃଷ୍ଟି ହୋଇଥିଲା। ଡିଜେ ବଜାଇବା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ପରେ ଗ୍ରାମର ଯୁବଗୋଷ୍ଠୀ ଉତ୍ତେଜିତ ହୋଇ ଦେଉଳା ହାଟରେ ଥିବା ବଜାର କମିଟି ଗୃହ ମଧ୍ୟକୁ ଧସେଇ ପଶି ଆସବାବପତ୍ର ଭାଙ୍ଗିଥିଲେ। ସ୍ଥିତି କ୍ରମଶଃ ଜଟିଳ ହେବାକୁ ଯାଉଥିବା ବେଳେ ପୋଲିସ ବାଧ୍ୟ ହୋଇ ବଳ ପ୍ରୟୋଗ କରି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇ ଦେବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଏହି ଘଟଣାକୁ ନେଇ କୌଣସି ପକ୍ଷ ଥାନାରେ ଅଭିଯୋଗ କରି ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ହାଇଓ୍ବା ଧକ୍କାରେ ବୃଦ୍ଧା ମୃତ: କ୍ଷତିପୁରଣ ଦାବିରେ ବ୍ରାହ୍ମଣୀପାଳ-ଦୈତାରୀ ରାସ୍ତା ଅବରୋଧ

କେନ୍ଦୁଝର,୨୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବଳିପର୍ବତ ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୁଧବାର ରାତିରେ ଜଣେ ବୃଦ୍ଧା ପ୍ରାଣ...

୧୪୪ ଗାଁ ଲୋକେ ପିଇବେ ସ୍ବଚ୍ଛ ପାଣି

ବାଲିଆପାଳ, ୨୪।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର...

ପଦବୀ ଖାଲି, ହୋଇପାରୁନି ଶୁଣାଣି

ବାଲେଶ୍ୱର ଅଫିସ, ୧୪।୫ ବାଲେଶ୍ୱର ସହର ଏଡିଏମ୍‌ ଛକ ନିକଟରେ ରହିଛି ଅତିରିକ୍ତ/ଯୁଗ୍ମ କମିଶନରଙ୍କ ଚକବନ୍ଦୀ ଓ ବନ୍ଦୋବସ୍ତ ଅଦାଲତ। ଏହି ଅଦାଲତରେ ଭଦ୍ରକ ଓ...

ଠାଏ ଠାଏ ଜଳୁଛି କୁଲଡ଼ିହା : ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

ସଜନାଗଡ଼, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ନିଆଁ ବ୍ୟାପିବା ନେଇ ବନବିଭାଗ ଚିନ୍ତାରେ ପଡିଛି। ଫେବୃୟାରୀ ୪ ତାରିଖଠାରୁ ବନବିଭାଗ ନିଆଁକୁ...

ସୁବର୍ଣ୍ଣରେଖା ବନ୍ଦର ବିବାଦ: ସର୍ଭେ ଟିମ୍‌ର ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲିଆପାଳ, ୫।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଦକ୍ଷିଣା ବାଲିଆପାଳର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ବିବାଦ ଥମିବାର ନାଁ ଧରୁନି। ଗ୍ରାମବାସୀ ସଜାଗ୍ର...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାଜିତପୁର ପଞ୍ଚାୟତ ବରବରିଆ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ।...

ଜିଲାରେ ପ୍ରଥମ: ଜଳେଶ୍ୱରରେ ମଡେଲ ଭିଲେଜ କାର୍ଯ୍ୟାରମ୍ଭ

ଜଳେଶ୍ୱର, ୨୭।୧୨(ସ୍ବ.ପ୍ର.)-ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଏଣିକି ଭୂମିହୀନ ଓ ଗୃହହୀନଙ୍କ ଲାଗି ସରକାରୀ ସ୍ଥାନରେ ଏକ ମଡେଲ ଭିଲେଜ ନିର୍ମାଣ ପାଇଁ ସ୍ଥିର ହୋଇଛି...

Advertisement
Archives

Model This Week