ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ ବଜାଇବା ସପକ୍ଷବାଦୀଙ୍କ ମଧ୍ୟରେ ବାଦାନୁବାଦ ସ୍ଥିତି ଜଟିଳ ହୋଇଥିଲା। ଆଖପାଖ ଗ୍ରାମର ଦଳବଦ୍ଧ ଯୁବକ ମେଳାରେ ଡିଜେ ବଜାଇବା ପାଇଁ ଜିଦ୍ ଧରିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ୍ଡଗୋଳ ବ୍ୟାପକ ଆକାର ଧାରଣ କରିଥିଲା। ଏହି ମେଳାରେ ଭୋଗରାଇ ପୋଲିସ ପକ୍ଷରୁ ଡିଜେ ବଜାଇବା ସମ୍ପୂର୍ଣ୍ଣ ବେଆଇନ୍ ବୋଲି ନିର୍ଦ୍ଦେଶ ଜାରି କରାଯାଇ ଥିବାବେଳେ ବଜାର କମିଟି ଏଥିପ୍ରତି ଗୁରୁତ୍ୱ ଦେଇଥିଲା। କିନ୍ତୁ ଡିଜେ ବାଜିବକି ନାହଁି ଏଥିପ୍ରତି ସ୍ପଷ୍ଟ ଘୋଷଣା ହୋଇ ନ ଥିବାରୁ ମେଳାକୁ ଆକର୍ଷଣୀୟ କରିବା ନିମନ୍ତେ ପାଖ ଗାଁରୁ ପ୍ରସ୍ତୁତ ୪୦ରୁ ୫୦ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚରେ ରଙ୍ଗାରଙ୍ଗ ପଞ୍ଚୁମୁଣ୍ଡିଆ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନରେ ବାଧା ସୃଷ୍ଟି ହୋଇଥିଲା। ଡିଜେ ବଜାଇବା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ପରେ ଗ୍ରାମର ଯୁବଗୋଷ୍ଠୀ ଉତ୍ତେଜିତ ହୋଇ ଦେଉଳା ହାଟରେ ଥିବା ବଜାର କମିଟି ଗୃହ ମଧ୍ୟକୁ ଧସେଇ ପଶି ଆସବାବପତ୍ର ଭାଙ୍ଗିଥିଲେ। ସ୍ଥିତି କ୍ରମଶଃ ଜଟିଳ ହେବାକୁ ଯାଉଥିବା ବେଳେ ପୋଲିସ ବାଧ୍ୟ ହୋଇ ବଳ ପ୍ରୟୋଗ କରି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇ ଦେବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଏହି ଘଟଣାକୁ ନେଇ କୌଣସି ପକ୍ଷ ଥାନାରେ ଅଭିଯୋଗ କରି ନ ଥିବା ସୂଚନା ମିଳିଛି।
ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…
ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…
ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ
ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

