Posted inଜାତୀୟ

ରାଜନୀତିରେ ବାଧା ସାଜିଲେ ଛାଡ଼ି ଦେବି ଅଭିନୟ – କମଲ ହାସନ

କୋଏମ୍ବାଟୁର,୪ା୪- ରାଜନୈତିକ ଅଭିଯାନରେ ବାଧା ସୃଷ୍ଟି ହେଲେ ଛାଡ଼ି ଦେବି ଅଭିନୟ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ। ଏକ ଖବରଦାତା ସମ୍ମିଳନୀରେ ଏମ୍‌ଏନ୍‌ଏମ୍‌ ମୁଖ୍ୟ କହିଛନ୍ତି, ସିନେମା ମୋ ପେଶା। ଏବେ ମୁଁ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାକୁ ଚାହେଁ। କାରଣ ମୁଁ କାହା ଉପରେ ନିର୍ଭରଶୀଳ ହେବାକୁ ଚାହେଁ ନାହିଁ। ଏଣୁ ମୁଁ ମୋ ଅଭିନୟ ଜାରି ରଖିବି। କିନ୍ତୁ ଯଦି ଏହା ମୋ ରାଜନୈତିକ ଅଭିଯାନକୁ ବାଧା ଦିଏ, ତେବେ ମୁଁ ଏହା ଛାଡ଼ି ଦେବି।

ରାଜନୀତିକୁ ଆସିବାରେ ବିଳମ୍ବ କରିଥିବାରୁ ସେ ଦୁଃଖିତ। ନିଜ ବାକି ଜୀବନ ଜନ ସାଧାରଣଙ୍କ ସେବା କରିବାକୁ ଚାହାନ୍ତି ବୋଲି କମଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଏମ୍ବାଟୁରର ଦକ୍ଷିଣ ଆସନରେ ଛିଡ଼ା ହୋଇଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଏହି ପ୍ରଖ୍ୟାତ ଅଭିନେତା। ଏହି ଆସନରେ ଆସନ୍ତା ୬ ତାରିଖରେ ନିର୍ବାଚନ ହେବ।

ତାଙ୍କ ପେଶାକୁ ସମାଲୋଚନା କରାଯାଉଥିବାରୁ କମଲ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଜିଆର ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ଫିଲ୍ମରେ କାମ କରିଥିଲେ। କାରଣ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଦରକାର ଥିଲା ଟଙ୍କା। ମୋତେ ମଧ୍ୟ ଟଙ୍କା ଦରକାର। ଏଥି ଲାଗି ମୁଁ ଅଭିନୟ କରୁଛି। ଯଦି ସମ୍ଭବ ମୁଁ ଭବିଷ୍ୟରେ ଫିଲ୍ମ ପିଛା ଅଧିକ ଟଙ୍କା ନେବି। ତାହାକୁ ଜନ ସାଧାରଣ ପାଇଁ ଖର୍ଚ୍ଚ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନ ପାଇଁ ନୂଆ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ

ପାଟନା,୨୧।୮: କରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିହାର ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ କମିଶନ ଏକ ନୂଆ ଗାଇଡଲାଇନ...

ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି...

ପ୍ରଥମଥର ଗୋଟିଏ ବିମାନରେ ଇଂଲଣ୍ଡ ଯିବେ ମହିଳା, ପୁରୁଷ କ୍ରିକେଟ୍‌ ଦଳ

ନୂଆଦିଲ୍ଲୀ,୧୮।୫: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ଖେଳାଳିମାନେ ପ୍ରଥମ ଥର ପାଇଁ ଗୋଟିଏ ଚାର୍ଟାର୍ଡ ବିମାନରେ ଇଂଲଣ୍ଡ ଯିବେ। ଜୁନ ୨ରେ ଉଭୟ...

କେଜରିଓ୍ବାଲଙ୍କୁ ପ୍ରଶଂସା: କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା-ଅଜୟ ମାକନ ମୁହାଁମୁହିଁ

ନୂଆଦିଲ୍ଲୀ, ୧୭।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସର ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତା ମିଲିନ୍ଦ ଦଓ୍ବେଡ଼ା କେଜରିଓ୍ବାଲଙ୍କ...

ଶହୀଦ୍‌ ବିକାଶ କୁମାର-କୁଳଦୀପ୍‌ କୁମାରଙ୍କୁ ଶୌର୍ଯ୍ୟ ଚକ୍ର…

ନୂଆଦିଲ୍ଲୀ, ୩୧।୫ : ସିଆରପିଏଫ୍‌ ୨୦୪ କୋବ୍ରା ବାଟାଲିୟନ କନଷ୍ଟେବଳ ଶହୀଦ୍‌ ବିକାଶ କୁମାରଙ୍କୁ ଅତୁଳନୀୟ ବୀରତା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋପରାନ୍ତ ଶୌର୍ଯ୍ୟ...

ଅପରାହ୍ନ ୩ଟାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା…

ନୂଆଦିଲ୍ଲୀ, ୯।୬ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି। ଏନେଇ ଗୁରୁବାର ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ରାଷ୍ଟ୍ରପତି...

କୋଭିଡ୍‌ ଟେଷ୍ଟରେ ସହଯୋଗ ନ କରିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼ ଦେଲେ ଅଧିକାରୀ

ବେଙ୍ଗାଲୁରୁ, ୨୪।୫ : କୋଭିଡ୍‌-୧୯ ଟେଷ୍ଟବେଳେ ସହଯୋଗ କରୁ ନ ଥିବା ଜଣେ ନାବାଳକଙ୍କୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକା (ବିବିଏମ୍‌ପି)ର ଦୁଇ ଅଧିକାରୀ ନିସ୍ତୁକ...

୨୦ ମିନିଟ ବନ୍ଦ ରହିଲା ବାଲାଜୀ ମନ୍ଦିର

ହାଇଦ୍ରାବାଦ,୨ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସ୍ବରୂପ ଚିଲ୍‌କୁର ବାଲାଜୀ ମନ୍ଦିରର ପୂଜକମାନେ ଭକ୍ତମାନଙ୍କ ଲାଗି...

Advertisement
Archives

Model This Week