ନିଜ ଅସୁସ୍ଥତା ବିଷୟରେ ଖୋଲାଖୋଲି କଥା ହେଲେ କାଜଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ନା କିଛି କାରଣ ପାଇଁ ଗତ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । ଅଳ୍ପଦିନ ପୂର୍ବେ ବିବାହ କରିଥିବା ଏହି ଅଭିନେତୀ ଏବେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ରୋଗ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି । କଥା ହେଲା ଅଭିନେତ୍ରୀ ଆଜମାରେ ପୀଡ଼ିତ । ତେବେ ସେ ଏ ସମ୍ପର୍କରେ କହିଛନ୍ତି ପିଲାବେଳେ ଯେତେବେଳେ ଜଣାପଡିଲା ଯେ ତାଙ୍କୁ ବ୍ରୋଙ୍କାଇଟିସ୍ ଆଜମା ସେତେବେଳେ ସେ ଡରି ଯାଇଥିଲେ । ଆଉ ସବୁଠାରୁ କଷ୍ଟଥିଲା ତାଙ୍କର ପସନ୍ଦର ଖାଦ୍ୟ ଖାଇବାକୁ ତାଙ୍କୁ ବାରଣ କରାଯାଇଥିଲା । ବିଶେଷ କରି ଡାଏରୀ ପ୍ରଡକ୍ଟ ଓ ଚକୋଲେଟ ନ ଖାଇବାକୁ କୁହାଯାଇଥିଲା କାଜଲଙ୍କୁ । ଯାହା ତାଙ୍କପାଇଁ ସବୁଠାରୁ କଷ୍ଟକର ବ୍ୟାପାର ଥିଲା ବୋଲି ସେ କହିଛନ୍ତି । ନିକଟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଏ ବିଷୟରେ ଖୋଲି କହିଛନ୍ତି । ଆଉ ଆଜମାରେ ପୀଡିତ ହେବା ପରେ ଇନହେଲରର ଭୂମିକାକୁ ନେଇ ବି ଆଲୋଚନା କରିଛନ୍ତି କାଜଲ । ସେ କହିଛନ୍ତି ସର୍ବସାଧାରଣ ସ୍ଥାନରେ ଇନହେଲର ନେବାରେ ବି ସେ କୌଣସି କୁଣ୍ଠା ପ୍ରକାଶ କରନ୍ତି ନାହିଁ । କାରଣ ଆମ ଦେଶରେ ଧୂଳି, ଧୂଆଁ ଯୋଗୁ ବେଳେବେଳେ ଅଣନିଶ୍ୱାସି ଲାଗୁଥିବାରୁ ସେ ବହୁ ଅସୁବିଧାରେ ପଡିଛନ୍ତି ବୋଲି କହିଛନ୍ତି । ତେଣୁ ଇନହେଲର ନେବାରେ ସେମିତି କିଛି ଲାଜ ଲାଗେନି ବୋଲି କହିଛନ୍ତି କାଜଲ । ନାୟିକା କାଜଲଙ୍କ ଆଜମା ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ…

ସରକାର ଆଗୁଆ ସମୀକ୍ଷା କରିଥିଲେ ବିଜୁଳି ସଙ୍କଟ ହୋଇ ନ ଥାଆନ୍ତା: କଂଗ୍ରେସ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ…

ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri