Posted inଫୁରସତ

କାହ୍ନୁ ଢୋଲିଆ

ଓଡ଼ିଶାର ପୁରପଲ୍ଲୀରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ସେହି ଅଞ୍ଚଳ ଲୋକମାନଙ୍କର ଚିତ୍ତବିନୋଦନ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି। ନିଜ କଳାକୁ ନେଇ କିନ୍ତୁ ଏମାନେ ବେଶ୍‌ ସନ୍ତୁଷ୍ଟ। ଏହିଭଳି କେତେଜଣ କଳାକାର ଅଛନ୍ତି ଯେଉଁମାନେ କି ପାରମ୍ପରିକ ବାଦ୍ୟ ବଜାଇ ସ୍ଥାନୀୟ ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଯେଉଁମାନଙ୍କ ଭିତରେ ଜଣେ ହେଲେ ବାଦ୍ୟକାର କାହ୍ନୁ ଚରଣ ମଲ୍ଲିକ। ବୟସ ପ୍ରାୟ ୬୦ ବର୍ଷ। ପିତା ପଞ୍ଚୁ ମଲିକ, ମା’ ଲାବଣ୍ୟ ମଲିକ। ଘର ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ରେଙ୍ଗଳର ଇଚ୍ଛାପୁର ଗାଁରେ। ସେ କୁହନ୍ତି, ପିଲାଟି ଦିନରୁ ବିଭିନ୍ନ ବାଦ୍ୟ ବଜାଇବାର ରୁଚି ଥିଲା। ପ୍ରାୟ ୧୨ ବର୍ଷ ବୟସରୁ ଢୋଲବାଦ୍ୟ ଶିଖିଥିଲି। ଏଥିଯୋଗୁ ଆମ ଗାଁରେ ଯେତେବେଳେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା ସେଠାକୁ ଯାଇ ବାଦ୍ୟକାରଙ୍କ ବିଭିନ୍ନ ବାଦନଶୈଳୀକୁ ଅନୁସରଣ କରିଥାଏ। ଘରକୁ ଆସି ସେମିତି କେତେକ ବାଦ୍ୟକୁ ବଜାଇବାର ଅଭ୍ୟାସ ଜାରି ରଖିଲି। କିନ୍ତୁ ଖୁବ୍‌ କମ୍‌ ଦିନରେ ବିଭିନ୍ନ ବାଦ୍ୟର ତାଳକୁ ଶିଖିପାରିଥିଲି। ତେଲଙ୍ଗାବାଜା, ସମ୍ବଲପୁରୀ, ନାଗାବାଦ୍ୟ, ଯୋଡ଼ିନାଗରା, ସିଂହବାଦ୍ୟ, ପଞ୍ଜାବୀ, ଦୁଲ୍‌ଦୁଲି ଓ ଢୋଲବାଦ୍ୟ ଆଦି ବଜାଇଥାଏ। ବିଶେଷକରି ଘୋଡ଼ାନାଚ, ପାଇକଆଖଡ଼ା କାର୍ଯ୍ୟକ୍ରମରେ ଓଡ଼ିଶା ବାହାରେ ମହାରାଷ୍ଟ୍ର, ଅନନ୍ତନାଗ, ଗୁଜରାଟ, ନୂଆଦିଲ୍ଲୀ, ସୁରଟ, ଆନ୍ଧ୍ର, କର୍ନାଟକର ବିଭିନ୍ନ ଅଞ୍ଚଳକୁ ଯାଇଛି। ସେହିପରି ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ରାୟଗଡ଼ା, ଢେଙ୍କାନାଳ, କଟକ, ନୟାଗଡ଼, ସୋନପୁର, ବ୍ରହ୍ମଗିରି, ବାଣପୁର, ତାପଙ୍ଗ, ବୋଲଗଡ଼, ବ୍ରହ୍ମପୁର, ବାଙ୍କୀ, ଫୁଲବାଣୀ, ସମ୍ବଲପୁର, ରାଉରକେଲା ଆଦି ଅନେକ ସ୍ଥାନରେ ନାନା ପ୍ରକାର ବାଦ୍ୟ ବଜାଇ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। ଏମିତିରେ ପାଇକମାନଙ୍କ ବୀରବାଦ୍ୟର ତାଳକୁ ଖୁବ୍‌ ନିଖୁଣ ଭାବରେ ପରିବେଷଣ କରିଥାଏ। ଏଥିପାଇଁ କେତେକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ମିଳିଛି। ଏହି ବାଦ୍ୟ ବଜାଇବାରେ ବିତିଗଲାଣି ପ୍ରାୟ ୪ ଦଶନ୍ଧି । ହେଲେ ଜଣେ ପାଇକବାଦ୍ୟ କଳାକାର ଭାବେ ସରକାରୀ ସ୍ତରରେ ଏଯାଏ ମିଳିପାରିନି ସ୍ବୀକୃତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?