Posted inଜାତୀୟ

କର୍ନାଟକରେ କାଦୁଅଫିଙ୍ଗା

ବେଲୁର,୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ନେଇ ଉପହାସ କରିଛନ୍ତି। ବେଲୁରରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ରାଜସ୍ଥାନ ହେଉ କି ଛତିଶଗଡ଼, ଯେଉଁଠି କଂଗ୍ରେସ ସରକାର ଗଢ଼ିଛି ସେଇଠି କ୍ଷମତାକୁ ନେଇ ଦଳ ଭିତରେ ଅନ୍ତର୍କଳହ ଦେଖିବାକୁ ମିଳିଛି।
ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରମୁଖ ପ୍ଲେୟାର ଏଚ୍‌.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏବଂ ଜେଡିଏସ୍‌ ଉଭୟ ଅସ୍ଥିରତାର ପ୍ରତୀକ। ଯେଉଁ ରାଜ୍ୟେରେ କଂଗ୍ରେସ କ୍ଷମତାକୁ ଅସିଛି ଦଳୀୟ ନେତା ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି। ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ବେଳେ ଦେଇଥିବା ମିଛ ପ୍ରତିଶ୍ରୁତିକୁ ନେଇ ଏବେ ସେମାନଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଛି। କଂଗ୍ରେସ ନେତାମାନେ ନିଜ ନିଜ ମଧ୍ୟରେ ଲଢ଼େଇ କରୁଥିବାବେଳେ ଏହାର ବି’ ଟିମ୍‌ ଜେଡିଏସ୍‌ କ୍ଷମତା ପାଇଁ ସ୍ବପ୍ନ ଦେଖୁଛି। ଏହି ଦଳ ଯେନତେନ ପ୍ରକାରେ ୧୫ରୁ ୨୦ ଆସନ ଦଖଲ କରି ଲୁଟ୍‌ରେ ସାମିଲ ହେବାକୁ ଉଦ୍ୟମ ଚଳାଇଛି।

ମୋ ଭାଇଙ୍କଠୁ ଶିଖ

କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ବାକି ଥିବାବେଳେ ଉଭୟ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି। କଂଗ୍ରେସ ନେତାମାନେ ଅଦ୍ୟାବଧି ତାଙ୍କୁ ୯୧ ଥର ଗାଳି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଥିଲେ। ଏହାର ଜବାବରେ ରବିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବଗଲକୋଟର ଏକ ସଭାରେ କହିଛନ୍ତି, ସାଧାରଣ ଜୀବନରେ ଏଭଳି ଟାର୍ଗେଟକୁ ନିଜ ସପକ୍ଷକୁ ନେବା ଉଚିତ। ମୋ ଭାଇ ରାହୁଲ ଗାନ୍ଧୀଙ୍କଠାରୁ ଶିକ୍ଷାଲାଭ କରନ୍ତୁ। ସେ ଦେଶର ସ୍ବାର୍ଥ ପାଇଁ ଗୁଳିମାଡ଼ ଖାଇବାକୁ ମଧ୍ୟ ପ୍ରସ୍ତୁତ। ଭାଜପା ନେତାମାନେ ଆମ ପରିବାର ବିରୋଧରେ ବ୍ୟବହାର କରିଥିବା ଅପମାନଜନକ ଭାଷାର ତାଲିକା ପ୍ରସ୍ତୁତ କଲେ ଅନେକ ବହି ପ୍ରକାଶ କରାଯାଇପାରିବ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆପଣମାନଙ୍କ ସାମ୍ନାକୁ ଆସି ଦୁର୍ବ୍ୟବହାରର ଶିକାର ହୋଇଥିବା କହି କାନ୍ଦୁଛନ୍ତି। ମୋଦିଙ୍କ ଅଫିସ (ପିଏମ୍‌ଓ)ର କେହି ଜଣେ ତାଙ୍କ ପାଇଁ ଅପଶବ୍ଦର ତାଲିକା ପ୍ରସ୍ତୁତ କରିଥିବେ। ସମ୍ପୃକ୍ତ ଅଧିକାରୀ ଜଣକ ଲୋକଙ୍କ ସମସ୍ୟାକୁ ନେଇ ତାଲିକା କରିଥିଲେ ଭଲ ହୋଇଥାଆନ୍ତା ବୋଲି ପ୍ରିୟଙ୍କା ତାଚ୍ଛଲ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଏନ୍‌ଇଇଟି ପରେ ସରକାରଙ୍କ ଚିନ୍ତା ବଢ଼ାଇଛି ଇ-୨୦ ଅସନ୍ତୋଷ: ଅଗଷ୍ଟ ୪ରେ…

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଏନ୍‌ଇଇଟି ବିବାଦ ପରେ ଏବେ ୨୦% ଇଥାନଲ୍‌-ମିଶ୍ରିତ ପେଟ୍ରୋଲ (ଇ-୨୦)କୁ ନେଇ କେନ୍ଦ୍ର ସରକାରଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର କେତେକ ପ୍ରମୁଖ…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri