Posted inଫୁରସତ

କଳା ସଂସ୍କୃତିର ସହର କଡପା; କେବେ ଓ କେମିତି ଯିବେ, କ’ଣ ଦେଖିବେ

କଡପା ହେଉଛି ଆନ୍ଧ୍ରପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର। କଳା ଓ ସଂସ୍କୃତି ପ୍ରତି ସ୍ଥାନୀୟ ବାସିନ୍ଦାଙ୍କର ରହିଛି ଖୁବ୍‌ ଆଦର। ସେଥିପାଇଁ ଏଠାରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀକୁ ଖୁବ୍‌ ଧୂମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି। ତା’ଛଡ଼ା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏଠାରେ ରହିଛି ଅନେକ ପାହାଡ, ଆକର୍ଷଣୀୟ ନଦୀ ତଥା ଦୁର୍ଗ ଇତ୍ୟାଦି…

ଆନ୍ଧ୍ରପ୍ରଦେଶର ଦକ୍ଷିଣମଧ୍ୟ ଭାଗରେ ଥିବା ଏକ ଆକର୍ଷଣୀୟ ସହର ହେଉଛି କଡପା। ଏହା ସ୍ଥାନୀୟ ରାୟଲସୀମା କ୍ଷେତ୍ର ଅଧିନରେ ଆସିଥାଏ। ପୂର୍ବେ ଏହା କୁଡ୍ଡପାହ ନାମରେ ଜଣାଯାଉଥିଲା। କିନ୍ତୁ କ୍ରମେ ଏହାର ନାମ ପରିବର୍ତ୍ତନ ହୋଇ କଡପା ହେଲା। ସେବେଠାରୁ ଏହା ଉକ୍ତ ନାମରେ ପରିଚିତ ହୋଇଆସୁଛି। ତେବେ ଏହି ସହରର ଏପରି ନାମକରଣ ତେଲୁଗୁ ଶବ୍ଦ ‘ଗଡପା’ ଅନୁସାରେ କରାଯାଇଛି, ଯାହାର ଅର୍ଥ ହେଉଛି ପ୍ରବେଶଦ୍ୱାର। ଅର୍ଥାତ୍‌ ଏହି ସହରକୁ ଏଭଳି ନାମ ଏଇଥିପାଇଁ ମିଳିଛି କାରଣ ଏହିଠାରୁ ହିଁ ପବିତ୍ର ପାହାଡ ତିରୁମାଲାକୁ ରାସ୍ତା ଆରମ୍ଭ ହେଉଛି। କେବଳ ତିରୁମାଲା ନୁହେଁ କଡପାରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଆହୁରି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ।

କ’ଣ ଦେଖିବେ
ଭୌଗୋଳିକ ଦୃଷ୍ଟି କୋଣରୁ ଦେଖିଲେ କଡପାରେ ଅନେକ ପାହାଡମାନଙ୍କର ଶୋଭା ଦେଖିବାକୁ ମିଳିଥାଏ। ତା’ଛଡ଼ା ଏହି ସହରବାସୀ କଳା ଓ ସଂସ୍କୃତିକୁ ଖୁବ୍‌ ଭଲ ପାଇଥାନ୍ତି। ଶିଳ୍ପରମମ ହେଉଛି କଡପା ନିକଟସ୍ଥ ଏକ ଶିଳ୍ପ ଗ୍ରାମ। ପର୍ଯ୍ୟଟକ ଚାହିଁଲେ ଏହି ଗାଁକୁ ବୁଲିଯାଇ ବିଭିନ୍ନ ପ୍ରକାରର ଶିଳ୍ପ କାରୁକାର୍ଯ୍ୟକୁ ନିକଟରୁ ଦେଖିବାର, ଜାଣିବାର ସୁଯୋଗ ପାଇପାରିବେ। କେବଳ ସେତିକି ନୁହେଁ କଡପା ନିକଟ ଦେଇ ବୋହିଯାଉଛି ପେନ୍ନା ନାମକ ଏକ ନଦୀ। ଉକ୍ତ ନଦୀର ଅପୂର୍ବ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ବେଶ୍‌ ମୋହିତ କରିଥାଏ। ଅନ୍ୟପକ୍ଷେ ଏହି ସହରରେ କେତୋଟି ଦୁର୍ଗ ଥିବାର ମଧ୍ୟ ପର୍ଯ୍ୟଟକ ଦେଖିପାରିବେ।

ଅର୍ଥନୀତି
ଏହି ସହର ନିଜର ଅର୍ଥନୀତି ପାଇଁ ପର୍ଯ୍ୟଟନ ଉପରେ ଯେତିକି ଗୁରୁତ୍ୱ ଦେଇଥାଏ, ଠିକ୍‌ ସେମିତି ଚାଷବାସ ଏବଂ ମାଇନିଂ ଉପରେ ମଧ୍ୟ ନିର୍ଭର କରିଥାଏ। ହରଡ଼ ଡାଲି, ଚଣା ଡାଲି, ତୁଳା, ଚିନାବାଦାମ ଇତ୍ୟାଦି ଏଠାରେ ଭଲ ଚାଷ ହୋଇଥାଏ। ତା’ଛଡ଼ା ଏହି ସହରର ଅଧିକାଂଶ ଲୋକେ ଭଲ ଭଲ ପଦବୀରେ ସରକାରୀ ଚାକିରି କରୁଥିବାର ମଧ୍ୟ ସୂଚନା ରହିଛି।

ପ୍ରିୟ ଖାଦ୍ୟ
କଡପାବାସୀ ଚଟ୍‌ପଟା, ମସାଲାଦାର୍‌ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। କରମ୍‌ ଦୋସା, ରାଗି ମୁଦା, ରାଗି ସଙ୍ଗାତି, ବୋଟି କରି, ନାଟୁକୋଡ଼ି ଚିକେନ୍‌, ପାୟା କରି ଇତ୍ୟାଦି ହେଉଛି ଏଠାକାର କେତେକ ଲୋକପ୍ରିୟ ଖାଦ୍ୟ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଏଠାରେ ଦୋସା, ଇଡ୍‌ଲି, ସମ୍ବର, ଚଟଣୀ ଇତ୍ୟାଦିକୁ ବି ଜଳଖିଆରେ ଖାଇପାରିବେ।

କେବେ ଓ କେମିତି ଯିବେ
କଡପାରେ ଖରାଦିନେ ପ୍ରବଳ ଗରମ କିନ୍ତୁ ଶୀତଦିନେ ହାଲ୍‌କା ଶୀତ ଅନୁଭୂତ ହୋଇଥାଏ। ଅନ୍ୟପକ୍ଷେ ବର୍ଷା ବି ଏଠାରେ ସାଧାରଣ ଭାବେ ହୋଇଥାଏ। ତେଣୁ ଏହିସବୁକୁ ଲକ୍ଷ୍ୟ କଲେ କଡପା ବୁଲିଯିବା ପାଇଁ ଶୀତଦିନ ହେଉଛି ସବୁଠୁ ଭଲ ସମୟ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ତିନୋଟି ମାର୍ଗର ଉତ୍ତମ ବ୍ୟବସ୍ଥା ରହିଛି। ତେବେ ଏହି ସହରର ନିଜସ୍ବ ବିମାନବନ୍ଦର ମଧ୍ୟ ଅଛି। ତା’ଛଡ଼ା କଡପାର ନିକଟତମ ଆନ୍ତରାଷ୍ଟ୍ରୀୟ ବିମାନବନ୍ଦର ହେଉଛି ହାଇଦ୍ରାବାଦ୍‌। ସେହିପରି ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ଯୋଗେ ହେଉ ଅବା ଟୁରିଷ୍ଟ ବସ୍‌ ସାହାଯ୍ୟରେ ମଧ୍ୟ ଆରାମରେ ଯାଇ କଡପାରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?