Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ଶେୟାର କରି ସ୍ପଷ୍ଟ କରିଛନ୍ତି ଯେ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କ ସମ୍ପର୍କ ବନ୍ଧୁତାଠାରୁ ଅଧିକ ଆଗକୁ ବଢ଼ିଯାଇଛି। ପୋଷ୍ଟଗୁଡ଼ିକରେ ଦୁଇଜଣଙ୍କୁ ଏକାଠି ଅତ୍ୟନ୍ତ କମ୍ଫଟେବଲ ଏବଂ ଖୁସି ଦେଖାଯାଉଥିବା ଦେଖାଯାଇଥିଲା, ଯାହା ସେମାନଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନାକୁ ଆହୁରି ବୃାଇ ଦେଇିଥିଲା।
କେଟି ପେରି ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ, ସେ ଟ୍ରୁଡୋଙ୍କ ସହିତ ଅନେକ ସ୍ମରଣୀୟ ମୁହୂର୍ତ୍ତ ପୋଷ୍ଟ କରିଥିଲେ। ଗୋଟିଏ ଫଟୋରେ, ଦୁଇଜଣ ହସି ହସି ସେଲ୍ଫି ନେଉଥିବା ଦେଖାଯାଇଛି, ଯେତେବେଳେ ଏକ ଭିଡିଓରେ ସେମାନେ ଏକାଠି ଭୋଜନ ଏବଂ କଥାବାର୍ତ୍ତା କରୁଥିବା ଦେଖାଯାଉଛି। ପେରି ତାଙ୍କ ପୋଷ୍ଟର କ୍ୟାପସନ ଦେଇଛନ୍ତି, ‘ଟୋକିଓ ଗସ୍ତ ସମୟରେ ଏବଂ ଆହୁରି ଅନେକ…” ଅର୍ଥାତ, ‘ଟୋକିଓ ଗସ୍ତ ସମୟରେ ବିତାଇଥିବା ଅନେକ ବିଶେଷ ମୁହୂର୍ତ୍ତ।’
ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଏକ ବିବୃତ୍ତି ଦ୍ୱାରା ଏହି ଖବରକୁ ଆହୁରି ନିଶ୍ଚିତ କରାଯାଇଥିଲା। ସେ ଟୁଇଟରରେ ଲେଖିଛନ୍ତି ଯେ ଜଷ୍ଟିନ ଟ୍ରୁଡୋ ତାଙ୍କ ସାଥୀଙ୍କ ସହିତ ଜାପାନ ଗସ୍ତ କରିଥିଲେ ଏବଂ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। କିଶିଦାଙ୍କ ବିବୃତ୍ତି ବିଶ୍ୱବ୍ୟାପୀ ସେମାନଙ୍କ ସମ୍ପର୍କ ବିଷୟରେ କୌତୁହଳକୁ ଆହୁରି ବୃଦ୍ଧି କରିଥିଲା।
ଟ୍ରୁଡୋ ଏବଂ କେଟି ପେରିଙ୍କୁ ପ୍ରଥମ ଥର ପାଇଁ ଅକ୍ଟୋବର ୨୦୨୫ରେ ପ୍ୟାରିସରେ ପେରିଙ୍କ ୪୧ ତମ ଜନ୍ମଦିନ ପାଳନରେ ସାର୍ବଜନୀନ ଭାବରେ ଏକାଠି ଦେଖାଯାଇଥିଲା। ତଥାପି, ସେମାନଙ୍କୁ ପୂର୍ବରୁ ଜୁଲାଇ ୨୦୨୫ ରେ କାନାଡାରେ ସେମାନଙ୍କ କୁକୁରମାନଙ୍କୁ ବୁଲାଉଥିବାର ଦେଖାଯାଇଥିଲା।
ରିପୋର୍ଟ ଅନୁଯାୟୀ, ମଣ୍ଟ୍ରିଆଲରେ ସେମାନଙ୍କ ସାକ୍ଷାତ ପରେ ସେମାନଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା। ସେବେଠାରୁ ସେମାନେ ଡେଟିଂ ଆରମ୍ଭ କରିଥିଲେ ଏବଂ ଅନେକ ବ୍ୟକ୍ତିଗତ ଅବସରରେ ଏକାଠି ଦେଖାଯାଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri