ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି…

ଓଟଓ୍ବା,୯।୧୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ଚରିତ୍ର ପୁଣି ଥରେ ପ୍ରକାଶ ପାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଟ୍ରୁଡୋ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ସେ ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ବୋଲି ଭାବିବାକୁ ସର୍ବଦା ମନା କରି ଦେଇଛନ୍ତି ଏବଂ ଏପରି ଲୋକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା ଭାରତ ଉପରେ ଅଭିଯୋଗ କରିଆସୁଛନ୍ତି। ତେବେ ଏବେ ସେ ନିଜେ ସ୍ବୀକାର କରିଛନ୍ତି ଯେ, ଖଲିସ୍ତାନୀ କାନାଡାରେ ଉପସ୍ଥିତ ଅଛନ୍ତି। ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀମାନେ କାନାଡାର ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଉପସ୍ଥିତି ବିଷୟରେ ଟ୍ରୁଡୋଙ୍କ ସ୍ବୀକୃତି ଭାରତର ଦୃଢତାକୁ ସ୍ପଷ୍ଟ କରେ।

ଟ୍ରୁଡୋ ଓଟଓ୍ବାସ୍ଥିତ ପାର୍ଲାମେଣ୍ଟ ହିଲରେ ଦିୱାଲୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତୀୟ ପ୍ରବାସୀମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ କହିଥିଲେ, କାନାଡାରେ ଖଲିସ୍ତାନର ଅନେକ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଏଠାରେ ହିଂସା, ଅସହିଷ୍ଣୁତା କିମ୍ବା ଭୟଭୀତ ହେବାର ସ୍ଥାନ ନାହିଁ। ଆମେ ସେପରି ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାନାଡାରେ ହିନ୍ଦୁ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ମଧ୍ୟ କାନାଡାର ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବଢୁଥିବା କୂଟନୈତିକ ତିକ୍ତତା ମଧ୍ୟରେ ଟ୍ରୁଡୋଙ୍କ ମନ୍ତବ୍ୟ ଆସିଛି। ସେପ୍ଟେମ୍ବର ୨୦୨୩ରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିଲା। ନିଜ୍ଜାର ହତ୍ୟାରେ ଟ୍ରୁଡୋ ଭାରତୀୟ ଏଜେଣ୍ଟଙ୍କ ଭୂମିକା ବିଷୟରେ ଅଭିଯୋଗ କରିଥିଲେ। ଭାରତ ସରକାର ଚାହୁଁଥିବା ଆତଙ୍କବାଦୀ ନିଜ୍ଜାରଙ୍କୁ ଜୁନ ୧୮, ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେର ଗୁରୁଦ୍ୱାର ବାହାରେ ଗୁଳି କରାଯାଇଥିଲା। ଗତ ମାସରେ ଯେତେବେଳେ ନିଜ୍ଜାର ହତ୍ୟା ଘଟଣାର ତଦନ୍ତରେ କାନାଡା ଭାରତୀୟ ହାଇ କମିଶନରଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା ସେତେବେଳେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି… ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହର ବଦଳିଲା ସ୍ଥାନ

ଓ୍ବାଶିଂଟନ୍‌,୧୮।୧: ଜାନୁଆରୀ ୨୦ରେ ସାରା ବିଶ୍ୱର ନଜର ଆମେରିକା ଉପରେ ରହିବ। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବାକୁ...

ଅଲଗା ହେବେ ଓବାମା ଦମ୍ପତି! ଟ୍ରମ୍ପଙ୍କ ଶପଥ ପୂର୍ବରୁ ଆମେରିକାରେ ଝଡ

ଓ୍ବାଶିଂଟନ୍‌,୧୭।୧: ଆମେରିକାରୁ ଆସୁଛି ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇପାରେ ଛାଡପତ୍ର! ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲ ଓବାମାଙ୍କ...

ପାକିସ୍ତାନ କୋର୍ଟରୁ ଇମ୍ରାନଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୧୭।୧: ଅଲ-କାଦିର ଟ୍ରଷ୍ଟ ସହ ଜଡିତ ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ବ୍ୟତୀତ...

ଯୁଦ୍ଧ ବିରତି ଚୁକ୍ତିନାମା ଉପରେ ଲାଗିଲା ଚୁଡ଼ାନ୍ତ ମୋହର, ଇସ୍ରାଏଲ ପିଏମ କହିଲେ, ହମାସ ସହ ଡିଲ ଫାଇନାଲ

ଜେରୁଜେଲମ,୧୭।୧: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ନିଶ୍ଚିତ କରିଛନ୍ତି ଯେ କାତାରରେ ଇସ୍ରାଏଲୀ ଏବଂ ହମାସ ଦଳ ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ...

ହ୍ବାଇଟ ହାଉସରେ ଆକ୍ରମଣ କରିବା ମହଙ୍ଗା ପଡିଲା ଏହି ଭାରତୀୟ ମୂଳ ବାସିନ୍ଦାଙ୍କୁ! ହେଲା ୮ ବର୍ଷ ଜେଲ

ଓ୍ବାଶିଂଟନ,୧୭।୧: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ଉପରେ ଆକ୍ରମଣ କରିବା ଅଭିଯୋଗରେ ୨୦ ବର୍ଷୀୟ ମୂଳ ଭାରତୀୟ ନାଗରିକ ସାଇ ବର୍ଷିତ କଣ୍ଡୁଲାଙ୍କୁ ୮...

ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ଡ଼ଙ୍ଗା, ୪୦ ପାକିସ୍ତାନୀ ମୃତ

ରାବତ,୧୭।୧: ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ...

ଜର୍ଜିଆ ମେଲୋନିଙ୍କ ପାଇଁ ଆଣ୍ଠୁମାଡ଼ି ଏପରି କଲେ ଆଲବାନିଆର ପ୍ରଧାନମନ୍ତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ ୪୮ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆଶ୍ଚର୍ଯ୍ୟ ଜଣକ ଢଙ୍ଗରେ ସ୍ୱାଗତ କରିଛନ୍ତି। ମେଲୋନୀଙ୍କୁ ସ୍ୱାଗତ...

ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍‌ର ଆକ୍ରମଣ: ୭୨ ମୃତ

ତେଲ୍‌ ଆଭିଭ୍‌,୧୬।୧: ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା ପରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ଗୁରୁବାର ଇସ୍ରାଏଲ୍‌ର ଆକ୍ରମଣରେ ଅନୂ୍ୟନ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri