ଜଷ୍ଟିନ ବିବର ଅସୁସ୍ଥ, କାମ କରୁନାହିଁ ମୁହଁର ଗୋଟିଏ ଭାଗ

ଓଟାୱା,୧୧ ।୬: ଅସୁସ୍ଥ ହୋଇ ପଡିଛନ୍ତି କାନାଡାର ପପଷ୍ଟାର ଜଷ୍ଟିନ ବିବର । ଏକ ଭାଇରସ ଆକ୍ରାନ୍ତ କରିବା ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ସୂଚନା ଦେଇଛନ୍ତି କି ତାଙ୍କ କାନରେ ଏକ ଭାଇରସ ନର୍ଭ ଗୁଡିକୁ ନଷ୍ଟ କରିଦେବା ପରେ ସେ ରାମସେ ହଣ୍ଟ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଯାଇଛି । ଇନଷ୍ଟାଗ୍ରାମରେ ପପଷ୍ଟାର ଏକ ଭିଡିଓ ଶେୟାର କରି ସ୍ୱାସ୍ଥ ଦୃଷ୍ଟିରୁ ସେ ଗୁରୁତର ଥିବା କହିଛନ୍ତି ।
୨୮ ବର୍ଷିୟ ପପ ଗାୟକ ବିବର ନିକଟରେ ନର୍ଥ ଆମେରିକା ଗସ୍ତରେ ଯିବାର ଥିଲା । ସେ ତାଙ୍କର ଟରୋଣ୍ଟୋ, ୱାଶିଂଟନ ଡିସି ଓ ନ୍ୟୁୟର୍କରେ ଥିବା ପରଫରମାନ୍ସକୁ ବାତିଲ କରି ଦେଇଛନ୍ତି ।
ଏକ ଭିଡିଓ ଜାରି କରି ସେ କହିଛନ୍ତି, ମୋ କାନରେ ଏକ ଭାଇରସ ଆକ୍ରମଣ କରି ନର୍ଭ ଗୁଡିକୁ ନଷ୍ଟ କରିବା ପରେ ମୋ ମୁହଁରେ ପକ୍ଷାଘାତ ହୋଇଛି । ଭିଠିଓଟି ଦେଖାଇ ସେ କହିଛନ୍ତି, ଦେଖନ୍ତୁ ଏହି ଆଖିଟିର ପତା ଆଉ ବ୍ଲିଙ୍କ କରୁନି, ମୁଁ ହସି ପାରୁନି ଗୋଟିଏ ନାକରେ ନିଶ୍ୱାସ ନେଇ ପାରୁନି । ତେଣୁ ମୋ ମୁହଁର ଗୋଟିଏ ପଟ ସମ୍ପୂର୍ଣ୍ଣ ପକ୍ଷାଘାତର ଶିକାର ହୋଇଛି ବୋଲି ବିବର କହିଛନ୍ତି । ପ୍ରାୟ ୩ ମିନିଟର ଭିଡିଓରେ ବିବର ହସିବାକୁ, ଆଖି ପତା ପକାଇବାକୁ ମୁହଁର ମୁଭମେଣ୍ଟ କରିବାକୁ ଚେଷ୍ଟା କରୁଥିଲେ ବି ଏହା ସମ୍ଭବ ହୋଇ ପାରି ନାହିଁ । ତେଣୁ ସେ ଏଥିପାଇଁ ଫେସିଆଲ ଏକ୍ସରସାଇଜ କରୁଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?